ଜଣେ ଏମିତି କ୍ରିକେଟ ଷ୍ଟାର ଯିଏ ଦିନେ କଚରା ଗୋଟେଇ ନିଜ ପେଟ ପୋଷୁଥିଲା, ଆଜି ସେ କେମିତି ହେଲା ଏକ ଗ୍ରେଟ କ୍ରିକେଟର

ଭାରତୀୟ କ୍ରିକେଟରେ ଖେଳୁଥିବା ଖେଳାଳି ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଆଜିକା ଡେଟରେ ପୁରା ବିଶ୍ବରେ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି । ଅନେକ ଖେଳାଳି ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଭାରତର ଖେଳାଳି ମାନେ ଯେତେ ଭଲ ଖେଳନ୍ତି ସେହିଭଳି ଅନ୍ୟ ଦେଶର ଖେଳାଳି ମାନେ ମଧ୍ୟ ବହୁତ ଭଲ ପ୍ଲେୟାର ଅଟନ୍ତି । ଆଜି ଆମେ ଆପଣ ମାନଙ୍କୁ କ୍ରିକେଟ ଦୁନିଆର ଏମିତି ଜଣେ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଜୀବନରେ ସଫଳତା ପାଇବା ପାଇଁ ଅନେକ ଦୁଖ କଷ୍ଟର ସାମନା କରି ଆଜି ଜଣେ ଭଲ କ୍ରିକେଟର ହୋଇ ପାରିଛନ୍ତି । 

ଆଜି ଆମେ ଯେଉଁ ମହାନ କ୍ରିକେଟରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେ ସେ ହେଉଛନ୍ତି ୱେଷ୍ଟ ଇଣ୍ଡିଜର ଷ୍ଟାର ପ୍ଲେୟାର କ୍ରିସ ଗେଲ ଯିଏ ଜଣେ ସାନଦାର ଖେଳାଳି ଅଟନ୍ତି । କ୍ରିସ ଗେଲ ୧୯୮୯ ୩୧ ସେପ୍ଟେମ୍ବରରେ ଜମାଇକାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ପୋଲିସ ଅଫିସର ଅଟନ୍ତି ଓ ତାଙ୍କ ମା ପାମ୍ପଡ ବିକତି କରୁଥିଲେ ।

ତାଙ୍କର ୬ ଭାଇ ଭଉଣୀ ଅଛନ୍ତି । କ୍ରିସ ଗେଲ ତାଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ ୫ ନମ୍ବର ଅଟନ୍ତି । ତାଙ୍କ ପରିବାରରେ ଅନେକ ପିଲାମାନେ ଥିବାରୁ ତାଙ୍କ ମା ପାମ୍ପଡ ବିକ୍ରି କରୁଥିଲେ । କ୍ରିସ ଗେଲ ତାଙ୍କର ଗାର୍ଲଫ୍ରେଣ୍ଡ ନତାସାଙ୍କ ସହ ବିବାହ କରିଛନ୍ତି ।

ତାଙ୍କର ଗୋଟେ ଝିଅ ଅଛି ଯାହାର ନାମ ୱାଲ୍ସ ଅଟେ । କ୍ରିସଙ୍କୁ ପିଲାଦିନେ ଖାଇବାକୁ ମିଳୁ ନ ଥିବାରୁ ସେ ଅନେକ ସମୟରେ ଚୋରୀ କରୁଥିଲେ । ସେ ତାଙ୍କର ଏକ ବୂକରେ ଲେଖିଛନ୍ତି ଯେ ପିଲା ଦିନେ ସେ ଅଳିଆ ରୁ ବୋତଲ ବିକ୍ରି କରି ଯାହା ପଇସା ମିଳୁଥିଲା ସେଥିରେ ସେ ଖାଇବା କିଣି ଖାଉଥିଲେ । ନିଜ ଜୀବନରେ ଏତେ ସଂଘର୍ଷ କରିବା ପରେ କ୍ରିସ ଗେଲ ଆଜି ଜଣେ ସଫଳ ବ୍ୟକ୍ତି ଅଟନ୍ତି । ତାଙ୍କ ଘରେ ତାଙ୍କର ଏକ ଡାନ୍ସ ଫ୍ଲୋର ଅଛି ଯେଉଁଠି ସେ ପାର୍ଟି କରନ୍ତି ।

ସେ ଗୀତ ଗାଇବାକୁ ମଧ୍ୟ ଭଲ ପାଆନ୍ତି । ତାଙ୍କର କ୍ରିକେଟ ଦୁନିଆ ଲୁକେଶ କ୍ରିକେଟ କ୍ଲବରୁ ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା । ୧୯୯୯ରେ ସେ ପ୍ରଥମ ମ୍ଯାଚ ଭରତ ଓ ଟି-୨୦ ମ୍ଯାଚ ନ୍ଯୁଜଲ୍ୟାଣ୍ଡ ବିରୁଦ୍ଧରେ ଖେଳିଥିଲେ । କ୍ରିସ ଗେଲ ଏମିତି ଜଣେ ଖେଳାଳି ଯିଏ ତାଙ୍କର ପ୍ରଥମ ମ୍ଯାଚରେ ପ୍ରଥମ ବଲରେ ଛକା ମାରିଥିଲେ । ଟି-୨୦ ର ପ୍ରଥମ ଶତକ କ୍ରିସ ଗେଲଙ୍କ ନାମରେ ଅଛି ।

ଟି-୨୦ରେ ତାଙ୍କର ସବୁଠାରୁ ଅଧିକ ରନ ୧୭୫ ରନ ରହିଛି ଯାହା ସେ ୧୧ ଓଭରରେ କରିଥିଲେ । ସେ ଅନ୍ତରାଷ୍ଟ୍ରୀୟ ମ୍ଯାଚରେ ୫୩୪ ଛକା ମାରିଛନ୍ତି ଯାହା ପୁରା ବିଶ୍ବରେ ରେକର୍ଡ ସୃଷ୍ଟି କରିଛି । ସେ ବିଶ୍ଵକପରେ ଦୁଇଟି ଶତକ କରି ଦେଶରେ ପ୍ରଥମ ସ୍ଥାନରେ ଅଛନ୍ତି । ଏହା ଥିଲା କ୍ରିସ ଗେଲଙ୍କର ଜୀବନୀ ଯେଉଁଥିରେ ସେ ଅନେକ ସଂଘର୍ଷ କରି ଆଜି ସଫଳତା ପାଇଛନ୍ତି । 

ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *