ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ଏହି ଜିନିଷ ସେବନ କରି ବଢାନ୍ତୁ ହିମୋଗ୍ଲୋବିନ, ଆସନ୍ତୁ ଜାଣିବା କେମିତି

ଆଜିର ସମୟରେ ବଢୁଥିବା ମହାମାରୀ କରୋନା ମହାମାରୀର ପ୍ରତିଦିନ ନୂଆ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ବୈଜ୍ଞାନିକ ଓ ଡାକ୍ତରଙ୍କ କହିବା ଅନୁସାରେ ସେ ଏହି ଭାଇରସ ଶ୍ଵସନ ତନ୍ତ୍ର ବ୍ୟତୀତ ଆମ ରକ୍ତ ମାଧ୍ୟମରେ ଆମ ଶରୀରର ଅନ୍ୟ ଅଙ୍ଗ କୁ ମଧ୍ୟ ପ୍ରଭାବିତ କରିପାରେ । ସେଥିପାଇଁ ଶରୀରକୁ ସୁସ୍ଥ ରଖିବା ନିମନ୍ତେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସଙ୍ଗେ ସଙ୍ଗେ ରକ୍ତରେ ପ୍ରଚୁର ପରିମାଣର ହିମୋଗ୍ଲୋବିନ୍ ରହିବା ଆବଶ୍ୟକ ।

ହିମୋଗ୍ଲୋବିନ୍ କମିବା କାରଣରୁ ଆମ ମଧ୍ୟରେ ଏନିମିଆର କୁପ୍ରଭାବ ବଢ଼ିବାକୁ ଲାଗିଥାଏ । ଏହା ବ୍ୟତୀତ ଶରୀରରେ ହିମୋଗ୍ଲୋବିନ କମିବା କାରଣରୁ ଥକାପଣ, ଦୁର୍ବଳ ଓ ସ୍ୱାଶକ୍ରୀୟା ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏଥିପାଇଁ ନିଜ ଡାଏଟ୍ ରେ ଏହି ସବୁ ଖାଦ୍ୟ ଆଡ୍ କରିବା ନିତ୍ୟାନ୍ତ ଆବଶ୍ୟକ । ଯାହା ଦ୍ଵାରା ଆମ ଶରୀରରେ ହିମୋଗ୍ଲୋବିନର ପରିମାଣ ବଢିବା ସହିତ ଆମ ଶରୀର ମଧ୍ୟ ସୁସ୍ଥ ରହିବ ।

ଆପଣ ଆପଣଙ୍କ ଖାଦ୍ୟରେ ସବୁଜପତ୍ର ଥିବା ପରିବା ସାମିଲ କରି ଆଇରନ ତତ୍ତ୍ଵ ପାଇପାରିବେ । ଆଇରନ କମିବା କାରଣରୁ ଶରୀରରେ ହିମୋଗ୍ଲୋବିନ୍ ମଧ୍ୟ କମିଯାଏ । ଏଥିପାଇଁ ଆପଣ ନିୟମିତ ଖାଦ୍ୟରେ ପାଳଙ୍ଗ, ମେଥି, ବନ୍ଧାକୋବି ଓ ବ୍ରୋକୋଲି ସେବନ କରି ଆପଣ ଶରୀରରେ ହିମୋଗ୍ଲିବିନ ର ପରିମାଣ ବଢାଇ ପାରିବେ ।

ଆପଣ ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ- ସି ଯୁକ୍ତ ଫଳ ଓ ପରିବା ମଧ୍ୟ ସେବନ କରନ୍ତୁ । ଭିଟାମିନ-ସି ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବା ସହିତ ଶରୀରରେ ଉପଯୁକ୍ତ ମାତ୍ରାରେ ଆଇରନକୁ ମଧ୍ୟ ଅବଶୋଷିତ କରିଥାଏ ।

ଯାହା ଦ୍ୱାରା ଆମ ରକ୍ତରେ ହିମୋଗ୍ଲୋବିନର ପରିମାଣ ସନ୍ତୁଳିତ ରହିଥାଏ । ଆପଣ ଆପଣଙ୍କ ଖାଦ୍ୟରେ ଭିଟାମିନ ସି ଯୁକ୍ତ ଖାଦ୍ୟ କିଛି ପରିମାଣର ଅଙ୍ଗୁର, କମଳା ଲେମ୍ବୁ, ଅଁଳା ଓ କଞ୍ଚା ଆମ୍ଵ ସେବନ କରି ରକ୍ତର ପରିମାଣ ବଢ଼ାଇବା ସଙ୍ଗେ ସଙ୍ଗେ ରୋଗ ବେମାରି ଠାରୁ ମଧ୍ୟ ଦୂରେଇ ରହିପାରିବେ । ଏମିତି ନୂଆ ନୂଆ ସ୍ୱାସ୍ଥ୍ୟ ଟିପ୍ସ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *