ଏହି ୪ଟି ରାଶିର ବ୍ୟକ୍ତି ହେଇଥାନ୍ତି ସବୁଠୁ ଅଧିକ ରାଗି, କଥା କଥାରେ ରାଗି ଯାଇଥାନ୍ତି

ବହୁତ ଲୋକମାନେ ଅଛନ୍ତି ଯିଏ କି ବହୁତ ରାଗି ସ୍ଵଭାବର ହୋଇଥାନ୍ତି, ଯେଉଁ କାରଣରୁ ସେମାନେ ନିଜର ମଧ୍ୟ କ୍ଷତି କ୍ଷତି କରି ବସନ୍ତି । ରାଗଭାବ ରଖିଲେ ବନ୍ଧୁ, ମିତ୍ର, ସାଥିମାନେ ମଧ୍ୟ ଦୂରେଇ ଯାଆନ୍ତି । ସମ୍ପର୍କରେ ତିକ୍ତତାଭାବ ଦେଖାଦିଏ । ଅନେକ ଲୋକମାନେ ନିଜର ରାଗଭାବକୁ କଣ୍ଟ୍ରୋଲ କରି ନିଅନ୍ତି । କିନ୍ତୁ ଅନେକ ଲୋକ ଅଛନ୍ତି ଯିଏ ନିଜର ରାଗଭାବକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ ଓ ହଠାତ ରାଗିଯାନ୍ତି ।

ଏହି ରାଗ କାରଣରୁ ସେମାନେ ନିଜର ମଧ୍ୟ କ୍ଷତି କରି ବସନ୍ତି ଓ ବ୍ୟକ୍ତିର କ୍ରୋଧଭାବ ଅନୁସାରେ ତାର ସ୍ଵଭାବ ଆଚରଣ ବ୍ୟବହାର ଜାଣିହୁଏ । ବ୍ୟକ୍ତି ନିଜେ ଚାହିଁଲେ କ୍ରୋଧଭାବକୁ କଣ୍ଟ୍ରୋଲ କରି ପାରିବ । ଏହି କ୍ରୋଧଭାବ ନିଜର ରାଶି ନକ୍ଷତ୍ର ଉପରେ ମଧ୍ୟ ନିର୍ଭର କରିଥାଏ । ବ୍ୟକ୍ତିର ରାଶି ଅନୁସାରେ ତାର ସ୍ଵଭାବ କ୍ରୋଧଭାବ ବା ସରଳଭାବ ଜଣାଯାଏ ।

୧- ମେଷ

ଜ୍ୟୋତିଷ ଶାସ୍ତ୍ରରେ ୧୨ ଟି ରାଶିକୁ ନେଇ ଗଣନା କରାଯାଏ । ଏହି ୧୨ ଟି ରାଶି ମଧ୍ୟରୁ ମେଷ ରାଶି ପ୍ରଥମ ରାଶି ଅଟେ । ଏହି ରାଶିର ବ୍ୟକ୍ତି ମାନଙ୍କର ସହନ ଶକ୍ତି ଖୁବ୍ କମ ହୋଇଥାଏ । ଯେଉଁ କାରଣରୁ ସେମାନେ ହଠାତ୍ ରାଗି ଯାଆନ୍ତି । କିଛି କଥାକୁ ନେଇ ନ ବୁଝି ନ ସୁଝି ସହିପାରନ୍ତି ନାହିଁ । ତେଣୁ ଧୈର୍ଯ୍ୟହରା ହୋଇ ଅନ୍ୟମାନଙ୍କ ଉପରେ ରାଗି ଯାଇଥାନ୍ତି । ସେମାନେ କେତେବେଳେ ନିଜର କ୍ଷତି କରି ବସନ୍ତି ନିଜେ ହିଁ ଜାଣି ପାରନ୍ତି ନାହିଁ ।

୨- କର୍କଟ

ଏହି ରାଶି ରାଶିଚକ୍ରର ୪ର୍ଥ ରାଶି ଅଟେ । ଏହି ରାଶିର ବ୍ୟକ୍ତିମାନେ ସ୍ଥିର ସ୍ଵଭାବର ହୋଇଥାନ୍ତି । ଏମାନେ ରାଗନ୍ତି ନାହିଁ । ଯଦି କେତେବେଳେ ରାଗନ୍ତି ତେବେ ତାଙ୍କୁ କେଉଁଟା ଠିକ୍ ବା କେଉଁଟି ଭୁଲ ଜାଣିପାରନ୍ତି ନାହିଁ । ଏମାନେ କେବେ ମଧ୍ୟ କୌଣସି ଭୁଲ କାର୍ଯ୍ୟ ଦେଖି ସହି କରିପାରନ୍ତି ନାହିଁ ଓ ଅତ୍ୟଧିକ ରାଗିଯାନ୍ତି । କିନ୍ତୁ ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ରାଗ ଏମାନଙ୍କର ସବୁଠୁ ବଡ ଶତୃ ହୋଇଥାଏ ।

୩- ସିଂହ

ଏହି ରାଶି ରାଶିଚକ୍ରର ୫ମ ରାଶି ଅଟେ । ଏହି ରାଶିର ବ୍ୟକ୍ତି ଅନ୍ୟମାନଙ୍କର ଆଟେଂସନ ପାଇବାକୁ ଚାହିନଥାନ୍ତି । ସେମାନେ ସବୁବେଳେ ନିଜକୁ ବହୁତ ଉପରେ ଦେଖିବାକୁ ପସନ୍ଦ କରନ୍ତି । ସେଥିପାଇଁ ଏମାନେ ଛୋଟ ଛୋଟ କଥାରେ ଅନ୍ୟମାନଙ୍କ ଉପରେ ରାଗି ଯାଇଥାନ୍ତି ।

୪- କନ୍ୟା

ଏହି ରାଶି ରାଶିଚକ୍ରର ୬ଷ୍ଠ ରାଶି ଅଟେ । ଏହି ରାଶିର ବ୍ୟକ୍ତିମାନେ ସର୍ଟ-ଟେମ୍ପର ହୋଇଥାନ୍ତି । ଏହି ବ୍ୟକ୍ତିମାନଙ୍କର ସ୍ଵଭାବ ସହଜରେ ଜାଣିହୁଏ ନାହିଁ । ତାଙ୍କ ନିକଟରେ ଥିବା ଲୋକମାନେ ମଧ୍ୟ ଚକିତ ହୁଅନ୍ତି ଯେ କନ୍ୟା ରାଶିର ବ୍ୟକ୍ତିଙ୍କ ସ୍ଵଭାବ କେତେବେଳେ ବଦଳିଯାଏ । ଜ୍ଯୋତିଷ ସମ୍ବନ୍ଧୀୟ ଅନେକ ତଥ୍ୟ ଆଗକୁ ବି ଆମେ ଆପଣଙ୍କ ପାଇଁ ନେଇ ଆସିବୁ । ଯଦି ଏହି ଲେଖାଟି ଭଲ ଲାଗିଥାଏ ତେବେ ସେଆର କରିବେ । ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *