ରାଶିଫଳ 30 ଏପ୍ରିଲ 2020, ଆଜି ଏହି ୫ଟି ରାଶିର ହେବ ଅଧୁରା କାମ ପୁରା, ମା ଲକ୍ଷ୍ମୀ ହେଲେ ପ୍ରସନ୍ନ

ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାର କରିହିଁ ରାଶିଫଳ ବାହାର କରାଯାଇଥାଏ । ରାଶିଫଳ ଆମ ଜୀବନରେ ବହୁତ ବଡ ମହତ୍ଵ ରଖିଥାଏ । ମୁଖ୍ୟତଃ ରାଶିଫଳ ଗଣନା କରିବା ସମୟରେ ଚନ୍ଦ୍ରଙ୍କ ଗତିକୁ ପ୍ରାଧାନ୍ୟ ଦିଆଯାଇଥାଏ । ଦେଖିବାକୁ ଗଲେ ରାଶିଫଳ ମାଧ୍ୟମରେ ଆପଣ କୌଣସି ବ୍ୟକ୍ତିର ଆଗାମୀ ଭବିଷ୍ୟତ ବିଷୟରେ ଜାଣି ପାରିବେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଦୈନନ୍ଦିନ ରାଶିଫଳ ସବୁଦିନ ସମାନ ନଥାଏ ।

ସେଥିପାଇଁ ଯଦି ଆପଣ ନିଜର ଆଗାମୀ ଦିନ ସମ୍ବନ୍ଧରେ ପ୍ରାକ ସୂଚନା ପାଇ ପାରିବେ ତେବେ ଆପଣ ଏହାକୁ ନେଇ ନିଜର ଦିନର ପ୍ଲାନିଂ ମଧ୍ୟ କରିପାରିବେ । ଆଜି ଆମେ ଆପଣଙ୍କୁ ୩୦ ଏପ୍ରିଲ ୨୦୨୦, ଗୁରୁବାର ରାଶିଫଳ ବିଷୟରେ କହିବାକୁ ଯାଉଅଛୁ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିପାରେ ? ତେବେ ଆପଣଙ୍କୁ ଏହି ସବୁ ପ୍ରଶ୍ନର ଜବାବ ଏହି ରାଶଫଳ ମାଧ୍ୟମରେ ମିଳିବ । ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ ରାଶି

ଆଜି ଆପଣଙ୍କୁ ଭାଗ୍ଯର ପୁରା ସହଯୋଗ ମିଳିବ । ପରିବାର ସହିତ ମିଷ୍ଟାନ୍ନ ଭୋଜନର ଆନନ୍ଦ ନେବେ । ଦାଂପତ୍ଯ ଜୀବନ ଆନନ୍ଦମୟ ରହିବ । ଘରେ ଖୁସିର ପରିବେଶ ରହିବ । କମ ପ୍ରୟାସରେ ଅଧିକ ଲାଭ ହେବ । ପ୍ରତିଷ୍ଠା ବଢିବ । ଫାଲତୁ କଥାରେ ଧ୍ୟାନ ଦିଅନ୍ତୁ ନାହିଁ । ସନ୍ତାନ ପକ୍ଷରୁ ଭଲ ଖବର ମିଳିପାରେ । ବ୍ୟାପାରୀମାନଙ୍କୁ ବ୍ୟାପାରରେ ବହୁତ ବଡ ସଫଳତା ହାସଲ ହେବାର ଅଛି । ଅଫିସ ର କୌଣସି କାମରେ ଆସୁଥିବା ବାଧା ଆଜି ଶେଷ ହୋଇଯିବ ।

ବୃଷ ରାଶି

ଆଜି ଆୟର ନୂଆ ସ୍ରୋତ ମିଳିବା ସହିତ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହେବ । ବ୍ୟାପାରୀମାନଙ୍କ ପାଇଁ ମିଶାମିଶି ଲାଭର ସମୟ ଅଟେ । ଅଧିକ ବିପଦରୁ ଦୂରେଇ ରୁହନ୍ତୁ । କ୍ରୋଧ ଉପରେ ବି ଆଜି ସଂଯମତା ରକ୍ଷା କରିବାକୁ ପଡିବ । ବିଚାରରେ ନକରାତ୍ମକତା ରହିବ । ସମସ୍ତ କଥାରେ ସକରାତ୍ମକ ରହିବା ଦ୍ଵାରା ଘରର ପରିବେଶ ଖୁସିମୟ ରହିବ । ମାନସିକ ରୂପରେ ଅସୁସ୍ଥ ଅନୁଭବ କରିବେ ।

ମିଥୁନ ରାଶି

ଆଜି କ୍ରୋଧରେ ଆସି ପ୍ରେମ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଭାବି ଚିନ୍ତି ନିଜ ବିବେକ ଖଟାଇ ଆଗକୁ ବଢନ୍ତୁ । ଧନ ଖର୍ଚ୍ଚ ହୋଇପାରେ । ସନ୍ତାନଙ୍କ ସହିତ ମତଭେଦ ବା ତାଙ୍କ ଚିନ୍ତା କରିବା ଦ୍ଵାରା ମନ ବ୍ୟସ୍ତ ରହିବ । କୌଣସି ମିତ୍ରର ସହଯୋଗରେ ଆୟର ସ୍ରୋତ ବିକଶିତ ହୋଇପାରେ । ପାରିବାରିକ ଜୀବନରେ ଆନନ୍ଦ ଓ ଘନିଷ୍ଠତା ବଢିବ । ପରିବାରରେ ସହଯୋଗ ମିଳିବ । ସମସ୍ତ କାମ ସୂଚାରୁ ରୂପରେ ହେଇଯିବ ।

କର୍କଟ ରାଶି

କର୍କଟ ରାଶି ଲୋକଙ୍କର ଆଜି ଠାରୁ ଭଲ ସମୟ ଆରମ୍ଭ ହେବାକୁ ଯାଉଛି । ମା’ ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ପାରିବାରିକ ଜୀବନରେ ଖୁସି ଓ ଶାନ୍ତି ରହିବ । ଆପଣଙ୍କ କାର୍ଯ୍ୟ ସ୍ଥଳରେ ଆପଣଙ୍କୁ ଉପରିସ୍ଥ କର୍ମଚାରୀଙ୍କର ସହଯୋଗ ମିଳିପାରେ । ପ୍ରେମ ପ୍ରସଙ୍ଗରେ ଅନୁକୂଳତା ରହିବ । ମନ ବହୁତ ପ୍ରସନ୍ନ ରହିବ । କିଛି ବଡ ଓ ଭଲ ନିଷ୍ପତ୍ତି ନେବା ଦ୍ଵାରା ଆସନ୍ତା ସମୟରେ ଆପଣଙ୍କ ଭବିଷ୍ୟତ ଭଲ ହୋଇପାରେ ।

ସିଂହ ରାଶି

ଆଜି ଆପଣଙ୍କୁ ଆପଣଙ୍କ ସଚ୍ଚା ପ୍ରେମ ମିଳିବାର ଯୋଗ ଅଛି । ମାତା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଜୀବନରେ ଅଟକି ରହିଥିବା ସବୁ କାର୍ଯ୍ୟ ସଫଳତା ଆଡକୁ ବଢିବ । ଆପଣଙ୍କ ଜୀବନରେ ଲଗାତାର ନୂଆ ପରିବର୍ତ୍ତନ ଆପଣଙ୍କୁ ଦେଖିବାକୁ ମିଳିବ । ଆର୍ଥିକ ସ୍ଥିତି ଲଗାତାର ମଝବୁତ ରହିବ । ଆପଣଙ୍କୁ ଆପଣଙ୍କ ସଚ୍ଚା ପ୍ରେମ ମିଳିବ । ପ୍ରତିଷ୍ଠା ତଥା ଉନ୍ନତି ରେ ସନ୍ତୁଳନ ବନାଇବାର ପ୍ରୟାସ କରିବେ । ପରିବାରର ସହଯୋଗ ମିଳିବ ।

କନ୍ୟା ରାଶି

ଆଜି ଆପଣଙ୍କ ପରିବାରରେ ସୁଖ ଶାନ୍ତି ରହିବ । ଧନାର୍ଜନ ହେବ । କନ୍ୟା ରାଶିର ଜାତକଙ୍କର ସବୁ କାର୍ଯ୍ୟ ସମୟ ଭିତରେ ପୂର୍ଣ୍ଣ ହେବ । ଯଦି ଆପଣ କାହାକୁ ହୃଦୟରୁ ସଚ୍ଚା ପ୍ରେମ କରୁଛନ୍ତି ତେବେ ଏହି ସମୟ ଆପଣଙ୍କ ପ୍ରେମ ପ୍ରକାଶ କରିବାର ଉଚିତ ସମୟ ଅଟେ ।

ତୁଳା ରାଶି

ଆପଣ ନିଜ ଜୀବନସାଥିଙ୍କ ସହଯୋଗରେ ଜୀବନର ସଙ୍କଟକୁ ସହଜରେ ସମାଧାନ କରି ପାରିବେ । ଅପେକ୍ଷା କରିଥିବା କାର୍ଯ୍ୟରେ ବିଳମ୍ବ ହେବ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ଚିନ୍ତା ବଢିପାରେ । ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ଅଛି । ନିଜର ଏକୁଟିଆପଣ କୁ ଦୂର କରିବା ପାଇଁ ଆଜି ଆପଣ ପୁସ୍ତକ ପଢି ପାରନ୍ତି । ତୁଳା ରାଶିର ଛାତ୍ରମାନେ ଆଜି ନିଜର ଭାବନାକୁ ସକରାତ୍ମକ ରଖନ୍ତୁ ।

ବିଚ୍ଛା ରାଶି

ଆଜି ଆପଣ କାର୍ଯ୍ୟ କ୍ଷେତ୍ରରେ କିଛି ଭଲ ଖବର ପ୍ରାପ୍ତ କରି ପାରିବେ । ପରିବାରର ଭରପୁର ସହଯୋଗ ମିଳିବ । ଆପଣ ଯେଉଁଠି ବି ନିବେଶ କରୁଛନ୍ତି ତାହା ବିଷୟରେ ଭଲ ଭାବେ ଜାଣି ନିଅନ୍ତୁ । ଅନ୍ୟମାନଙ୍କ ପାଇଁ ଖରାପ ଭାବନା ରଖିବା ମାନସିକ ଚିନ୍ତା ବଢାଇ ପାରେ । ଏହି ପ୍ରକାରର ବିଚାର ଠାରୁ ବଞ୍ଚନ୍ତୁ କାରଣ ଏହା ସମୟ ବର୍ବାଦ କରିଥାଏ ଓ କ୍ଷମତାକୁ ଶେଷ କରିଥାଏ ।

ଧନୁ ରାଶି

ଆଜି ଆପଣ ନିଜର କୌଣସି ଖାସ ବନ୍ଧୁଙ୍କ ସହ ସାକ୍ଷାତ କରି ପାରନ୍ତି । ଜୀବନ ସାଥିଙ୍କ ସହିତ ସମ୍ପର୍କ ଭଲ ରହିପାରେ । ନୂଆ ବିଚାରଧାରର ପ୍ରଭାବ ସାମାଜିକ ଲାଭ ଦେବ । କୌଣସି ମହତ୍ତ୍ଵ ପୂର୍ଣ୍ଣ କାମକୁ ଠିକ ଭାବରେ ବୁଝି ସୁଝି କରିବା ଦ୍ଵାରା ଆପଣ ବହୁତ ସମସ୍ୟାରୁ ବଞ୍ଚି ପାରିବେ । ସମ୍ପର୍କ ବୃଦ୍ଧି ହେବ । ଚାକିରି ହେଉ ବା ବ୍ୟବସାୟ ହେଉ ବା ଅନ୍ୟ କୌଣସି କ୍ଷେତ୍ରରେ ସଫଳତା ଆପଣଙ୍କୁ ଅପେକ୍ଷା କରିଛି ।

ମକର ରାଶି

ଆଜି ଆପଣ ଯେ କୌଣସି କାମ ମନ ଲାଗାଇ କରିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ଚାକିରି ଓ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ସଫଳ ହେବ । କାରଣ ଚେଷ୍ଟା କରିଥିବା ବ୍ୟକ୍ତି କେବେ ବି ହାରି ନଥାନ୍ତି । କାର୍ଯ୍ୟ କ୍ଷେତ୍ର ତଥା ପରିବାର ପାଇଁ ନୂଆ ଯୋଜନା ବନାଇବେ । ବ୍ୟବସାୟୀ ଜାତକଙ୍କ ପାଇଁ ଏହି ସମୟ ଟିକେ କଠିନ ହୋଇପାରେ । ଧୈର୍ଯ୍ୟ ର ସହ କାମ କରନ୍ତୁ । ଆପଣଙ୍କୁ ନିଜର ପରିଶ୍ରମର ଫଳ ନିଶ୍ଚୟ ମିଳିବ । ବିଳମ୍ବ କଲେ ଆପଣଙ୍କ ସବୁ ପ୍ଲାନିଂ ବେକାର ଯିବାର ସମ୍ଭାବନା ଅଛି ।

କୁମ୍ଭ ରାଶି

ଆଜି ଦୂର ସ୍ଥାନରେ ରହୁଥିବା ସମ୍ପର୍କୀୟଙ୍କ ସହ କଥା ହେବେ । ଅଫିସ ରେ ସମ୍ମାନ ମିଳିବ । ଚାକିରି କ୍ଷେତ୍ରରେ ଉନ୍ନତି ମିଳିପାରେ । ବ୍ୟାପାରୀମାନଙ୍କୁ ଲାଭ ହୋଇପାରେ । ସନ୍ତାନଙ୍କ ପକ୍ଷରୁ ଆଜି ଆପଣଙ୍କୁ ଖୁସି ମିଳିପାରେ । ଏହି ସମୟରେ ଆପଣଙ୍କର ଅଟକି ରହିଥିବା ଧନ ବି ଆପଣଙ୍କୁ ମିଳିପାରେ । ଆପଣଙ୍କ ଦ୍ଵାରା କରାଯାଇଥିବା ସମସ୍ତ କାମ ସଫଳ ହେବ । କୌଣସି ପୁରୁଣା ସାଙ୍ଗଙ୍କ ସହ ଦେଖା ହେଇପାରେ ।

ମୀନ ରାଶି

ଆଜି ଆପଣଙ୍କୁ ଆପଣଙ୍କ ସଚ୍ଚା ପ୍ରେମ ମିଳିବ । ବାହନ ସାବଧାନୀ ସହ ଚଲାନ୍ତୁ । ମା’ ଲକ୍ଷ୍ମୀଙ୍କ କୃପାରୁ ଧନ ଓ ବୈଭବ ରେ ଉନ୍ନତି ହେବ । ଆଜି ଆପଣ ନିଜ ସ୍ଵଭାବରେ ଏକ ଆନ୍ତରିକ ସନ୍ତୁଷ୍ଟି ଅନୁଭବ କରିବେ । ଆର୍ଥିକ ମାମଲାରେ ଆପଣଙ୍କୁ ଭଲ ମଉକା ମିଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ କୁ ନେଇ କୌଣସି ଭୟ ରହିବାର ସମ୍ଭାବନା ଅଛି । ପରିବାର ସହିତ ସମୟ ଖୁସିରେ କଟିବ ଓ ଆପଣଙ୍କୁ ପରିବାରର ପୂର୍ଣ୍ଣ ସହଯୋଗ ମିଳିବ ।  ସବୁଦିନ ଏହି ସମୟରେ ନିଜ ରାଶି ସମ୍ବନ୍ଧରେ ଜାଣିବା ପେଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *