ଜାଣନ୍ତୁ କେତେ ପ୍ରକାରର ଥାଏ ଲୁଣ ଓ କେଉଁ ଲୁଣଟି ଶରୀର ପାଇଁ ସବୁଠୁ ଅଧିକ ଉପକାରୀ

ଲୁଣ ଗୋଟିଏ ଏପରି ପଦାର୍ଥ ଯାହା ବିନା ଯେତେ ସୁନ୍ଦର ଖାଇବା ପ୍ରସ୍ତୁତ ହୋଇ ଥିଲେ ମଧ୍ୟ ତାହା ସ୍ଵାଦ ଯୁକ୍ତ ହୋଇ ନଥାଏ । ଆପଣଙ୍କୁ ସବୁ ଲୋକଙ୍କ ରୋଷେଇ ଘରେ କିଛି ମିଳୁ କି ନମିଳୁ ଲୁଣ ନିହାତି ମିଳିବ । ଧଳା ଲୁଣ କୁ ଅର୍ଜିନାଲ ଲୁଣ ବୋଲି କୁହାଯାଇ ଥାଏ ଯାହା ସାଧାରଣ ଭାବେ ଖାଇବାରେ ବ୍ୟବହାର କରାଯାଇ ଥାଏ । ଆଜି ଆମେ ଆପଣଙ୍କୁ କେତେକ ପ୍ରକାର ଲୁଣ ବିଷୟରେ କହିବୁ ଯାହା ପ୍ରତିଦିନ ଖାଉଥିବା ଧଳା ଲୁଣ ଠାରୁ ବହୁତ ଉପକାରୀ ଅଟେ । ତାହେଲେ ଆସନ୍ତୁ ଜାଣିବା ସେହି ଲୁଣ ବିଷୟରେ ।

ଧଳା ଲୁଣ

ଧଳା ଲୁଣରେ ଅଧିକ ମାତ୍ରାରେ ଆୟୋଡିନ ଥାଏ । ଏହି ଲୁଣକୁ ଅଧିକ ପରିମାଣରେ ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇ ଥାଏ । ଏଥିରୁ ମିଳୁଥିବା ପ୍ରଚୁର ମାତ୍ରାର ଆୟୋଡିନ ଆମ ଶରୀରର ଆୟୋଡିନ ଅଭାବ ଜନିତ ସମସ୍ତ ରୋଗରୁ ରକ୍ଷା କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇ ବାରେ ସାହାଯ୍ୟ କରିଥାଏ । ଏହା ଦ୍ଵାରା ଖାଦ୍ୟରୁ ଉପଯୁକ୍ତ ସ୍ଵାଦ ମିଳିଥାଏ । ଏହି ଲୁଣକୁ ଆବଶ୍ୟକତା ଠାରୁ ଅଧିକ ଖାଇବା ଦ୍ଵାରା ଆମ ଶରୀରରେ ଅନେକ ଗୁଡିଏ ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ । ଏହାର ଅଧିକ ସେବନ ଦ୍ଵାରା ହାଡ ଗୁଡିକ କମଜୋର ହୋଇଯାଇ ଥାଏ ।

କଳା ଲୁଣ

ଏହି କଳା ଲୁଣରେ ପ୍ରଚୁର ମାତ୍ରାରେ ଫ୍ଲୋରାଇଡ ଥିବାରୁ ଏହା ଶରୀରର ଗ୍ୟାସ ଜନିତ ସମସ୍ୟାକୁ ଦୂର କରିବା ସହିତ ଖାଦ୍ୟ ହଜମ ପ୍ରକ୍ରିୟା କୁ ବୃଦ୍ଧି କରିଥାଏ । ଡକ୍ଟର ଙ୍କ କହିବା ଅନୁସାରେ ଖରାଦିନ ରେ ଆମେ ପିଉଥିବା ଫଳ ରସ, ସାଲାଡ ଏବଂ ରାୟତା ଇତ୍ୟାଦିରେ କଳା ଲୁଣ ବ୍ୟବହାର କରିବାରୁ ଶରୀରକୁ ବହୁତ ଲାଭ ମିଳିଥାଏ ।

ସୈନ୍ଧବ ଲୁଣ

ସୈନ୍ଧବ ଲୁଣ କୁ ଅନ୍ୟ ଲୁଣ ଭଳି ଦୈନଦିନ ଜୀବନରେ ଖୁବ କମ ବ୍ୟବହାର କରାଯାଉ ଥିଲେ ମଧ୍ୟ ଏଥିରେ ଥିବା ଜିଙ୍କ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଆଦି ପ୍ରଚୁର ମାତ୍ରାରେ ମିଳିଥାଏ । ଏହି ଲୁଣକୁ ପ୍ରତିଦିନ ଖାଇବା ଦ୍ଵାରା ହାର୍ଟ ଏବଂ କିଡନି ରୋଗ ହୋଇ ନଥାଏ । ଏହି ଲୁଣଟି ବିଶୁଦ୍ଧ ଲୁଣ ଅଟେ । ଏହି ଲୁଣକୁ ଖାଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।

ପୋଟାସିୟମ ଲୁଣ

ଏହି ଲୁଣକୁ ଖାଇବା ଦ୍ଵାରା ରକ୍ତ ଚାପ ଏବଂ ସୁଗାର ରୋଗକୁ ନିୟନ୍ତ୍ରଣରେ ରଖାଯାଇ ପାରେ । ଏହି ଲୁଣକୁ ସୋଡିୟମ ଲୁଣ ମଧ୍ୟ କୁହାଯାଇ ଥାଏ । ଏହି ଲୁଣରେ ସର୍ବାଧିକ ମାତ୍ରାରେ ପୋଟାସିୟମ ମିଳୁ ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ହୋଇଥାଏ ।

ସି ସଲ୍ଟ

ଏହି ଲୁଣର ପ୍ରସ୍ତୁତି ସୂର୍ଯ୍ୟଙ୍କ କିରଣ ସାହାଯ୍ୟରେ ବାଷ୍ପୀ କାରଣ ପଦ୍ଧତିରେ ହୋଇଥାଏ । ଏହି ଲୁଣକୁ ଖାଇବା ଦ୍ଵାରା ପେଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ଯେପରି କି ଗ୍ୟାସ ସମସ୍ୟା ଏବଂ ପେଟ ଫୁଲିବା ଆଦି । ତଥ୍ୟଗୁଡିକ ଭଲ ଲାଗିଥିଲେ ସେଆର କରିବେ । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *