ଶରୀରର ଏହି ଅଂଶରେ କଳାଜାଇ ରହିବା ହେଇଥାଏ କାମୁକତାର ଚିହ୍ନ, ଆସନ୍ତୁ ଜାଣିବା ସବୁ କଳାଜାଇର ଅର୍ଥ

ଏହି ଦୁନିଆରେ ସମସ୍ତଙ୍କ ଶରୀରରେ କୌଣସି ନା କୌଣସି ସ୍ଥାନରେ କଳାଜାଇ ନିଶ୍ଚିତ ଥାଏ । କହିବାକୁ ଗଲେ ଶରୀରର କେତେକ ସ୍ଥାନରେ କଳାଜାଇ ରହିବା ଦ୍ଵାରା ତାହା ଆମ ପାଇଁ ଶୁଭ ହୋଇଥାଏ ତ କେତେକ ସ୍ଥାନରେ କଳାଜାଇ ରହିବା ଆମକୁ ବିଶେଷ କିଛି ଲାଭ ଦେଇ ନ ଥାଏ । କିନ୍ତୁ ସମୁଦ୍ର ଶାସ୍ତ୍ରରେ ଦ୍ଵାରା ଆପଣ ଶରୀରରେ କଳାଜାଇ ରହିବାର ଅର୍ଥ ଜାଣି ପାରିବେ । କିନ୍ତୁ ଏଥିରେ ଧ୍ୟାନ ଦେବାର କଥା ଏହା ହୋଇଥାଏ କି କଳାଜାଇ ଆପଣଙ୍କ ଶରୀରର କେଉଁ ଅଂସରେ ଅଛି । ତେବେ ଆଜି ଆମେ ଆପଣଙ୍କୁ କହିବୁ କି ଶରୀରର କେଉଁ ଅଂସରେ କଳାଜାଇ ଥିଲେ କଣ ଅର୍ଥ ହୋଇଥାଏ ?

୧. ଆଇବ୍ରୋ ଉପରେ କଳାଜାଇ

Image courtesy: Google

ଯଦି କୌଣସି ବ୍ୟକ୍ତିର ଆଇବ୍ରୋରେ କଳାଜାଇ ଅଛି ତେବେ ଏହା ବ୍ୟକ୍ତିର ନେତୃତ୍ଵ କ୍ଷମତା, ଧନ ଓ ପ୍ରସିଦ୍ଧିକୁ ଦର୍ଶାଇ ଥାଏ । ଆଇବ୍ରୋର ଡାହାଣ ଦିଗରେ କଳାଜାଇ ସଫଳତା, ଅଦ୍ଭୁତ ଶକ୍ତି ଓ ସୁସ୍ଥକୁ ଦର୍ଶାଇ ଥାଏ ଓ ଅନ୍ୟ ପଟେ ଯଦି ଆଇବ୍ରୋର ବାମ ପଟେ କଳାଜାଇ ଥିବ ତେବେ ଆପଣ ଅଧିକ ଭୟଭୀତ ହୋଇଥାନ୍ତି । ଏହା ସହିତ ଏହିଭଳି ବ୍ୟକ୍ତିଙ୍କୁ ଚାକିରି ଓ ବ୍ୟାପାରରେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

୨. ମୁଣ୍ଡରେ କଳାଜାଇ

କପାଳ ମଝିରେ କଳାଜାଇ ହେବା ମାନେ ବ୍ୟକ୍ତି ମଧ୍ୟରେ ଜ୍ଞାନ ଦର୍ଶାଇ ଥାଏ । ଏହିଭଳି ବ୍ୟକ୍ତିକୁ ଅନ୍ତଦ୍ରୁଷ୍ଟି, ସକ୍ରିୟ ଓ ପରିଶ୍ରମୀ କୁହାଯାଏ । ମୁଣ୍ଡର ଡାହାଣ ଦିଗରେ କଳାଜାଇର ଚିହ୍ନ ଧନ ପ୍ରାପ୍ତିକୁ ଦର୍ଶାଇ ଥାଏ ଓ ମୁଣ୍ଡର ବାମ ଦିଗରେ କଳାଜାଇ ଚିହ୍ନ ଦର୍ଶାଇ ଥାଏ କି ବ୍ୟକ୍ତି ସ୍ଵାର୍ଥୀ ହେବ ଓ ଭାଗ୍ୟଶାଳୀ ହେବ ନାହିଁ ।

୩. ଆଖି ଭିତରେ କଳାଜାଇ

ଡାହାଣ ଆଖିରେ କୋଣରେ କଳାଜାଇ ହେବା ଏକ ଭଲ ସଂକେତ ଅଟେ । ଏହିଭଳି ବ୍ୟକ୍ତି ବିଶ୍ଵାସୀ, ଶାନ୍ତ ସ୍ଵଭାବର ହୋଇଥାନ୍ତି । ବାମ ଆଖିରେ କଳାଜାଇ ହେବା ଗର୍ବ, ଅବିବିଶ୍ଵାସୀ ଦର୍ଶାଇ ଥାଏ ।

୪. ନାକ ଉପରେ କଳାଜାଇ

Image courtesy: Google

ନାକ ମଝିରେ କଳାଜାଇ ହେବା ମାନେ ଜଲ୍ଦି ଚିନ୍ତା କରିବାର କ୍ଷମତାକୁ ଦର୍ଶାଇ ଥାଏ । ଏହିଭଳି ଲୋକମାନେ ସାଧାରଣତଃ ଆତ୍ମ ସମ୍ମାନ ବାଲା ହୋଇଥାନ୍ତି । ନାକର ଡାହାଣ ପଟେ କଳାଜାଇ ରହିବା ଅର୍ଥାତ ବ୍ୟକ୍ତିର ଭାବୁକ ସ୍ଵଭାବର ଅଟେ । ଏହି କଳାଜାଇ ଯେତେ ବଡ ହେବ ବ୍ୟକ୍ତି ସେତିକି ଅଧିକ କାମୁକ ପ୍ରବୃତିର ହୋଇଥାଏ । ନାକର ବାମ ପଟେ କଳାଜାଇ ରହିବାର ଅର୍ଥ ବ୍ୟକ୍ତିର ଜୀବନ ସଂଘର୍ଷ ପୂର୍ଣ ଅଟେ ।

୫. ଗାଲରେ କଳାଜାଇ

ଗାଲରେ କଳାଜାଇ ହେବା ଏହା ସଂକେତ ଦେଇଥାଏ କି ବ୍ୟକ୍ତି ବହୁତ ସାହାସୀ ଓ ପ୍ରତିଭାଶାଳୀ ହୋଇଥାଏ । ଡାହାଣ ଗାଳରେ କଳାଜାଇ ଏହା ଦର୍ଶାଇ ଥାଏ କି ବ୍ୟକ୍ତି ଅଧିକ ସଂବେଦନଶୀଳ ଓ ନିଜ ପରିବାରକୁ ମହତ୍ଵ ଦେଇଥାଏ । ବାମ ଗାଳରେ କଳାଜାଇ ଥିବା ବ୍ୟକ୍ତି ଅହଙ୍କାରୀ ହୋଇଥାଏ ।

୬. କାନ ଉପରେ କଳାଜାଇ

Image courtesy: Google

 

କାନ ଉପରେ କଳାଜାଇ ହେବା ଧନ ସମୃଦ୍ଧିର ସଂକେତ ଅଟେ । ଏହିଭଳି ବ୍ୟକ୍ତିମାନଙ୍କ ଭାଗ୍ୟରେ ପାଣିରେ ବୁଡିବାର ସମ୍ଭାବନା ଥାଏ । ସେଥିପାଇଁ ସେମାନଙ୍କୁ ପାଣିରେ ସାବଧାନ ରହିବା ଉଚିତ ।

୭. ଓଠ ଉପରେ କଳାଜାଇ

Image courtesy: Google

ଓଠ ଉପରେ କଳାଜାଇ ଥିବା ବ୍ୟକ୍ତିକୁ ନିଜର ଓଜନ ଓ ଆହାର ଉପରେ ଧ୍ୟାନ ଦେବାକୁ ପଡିଥାଏ । କାରଣ ତାଙ୍କୁ କିଛି ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ତଳ ଓଠ ଉପରେ କଳାଜାଇ ଏକ ଏମିତି ବ୍ୟକ୍ତିର ଚିହ୍ନ ଅଟେ ଯାହା ଭଲ ଖାଦ୍ୟକୁ ପସନ୍ଦ କରିଥାଏ ।

୮. ଥୋଡି ଉପରେ କଳାଜାଇ

ଥୋଡି ଉପରେ କଳାଜାଇ ଦର୍ଶାଇ ଥାଏ କି ବ୍ୟକ୍ତି ଯାତ୍ରା କରିବାକୁ ପସନ୍ଦ କରେ ଓ ସେ ବ୍ୟବସାୟରେ ବି ଭଲ ଅଟନ୍ତି । ଥୋଡିର ଡାହାଣ ପଟେ କଳାଜାଇ ବିବାଦ ଚିନ୍ତାଧାର ଓ ରାଜନୈତିକ ପ୍ରକୃତିକୁ ଦର୍ଶାଇ ଥାଏ । ବାମ ପଟେ ଥିବା କଳାଜାଇ ବ୍ୟକ୍ତି ସିଧା ଓ ବିଶ୍ଵାସୀ ହୋଇଥାଏ ।

୯. ବେକରେ କଳାଜାଇ

Image courtesy: Google

 

ବେକରେ କଳାଜାଇ ଥିବା ବ୍ୟକ୍ତି ଭଲ ଭାଗ୍ୟ ବାଲା ହୋଇଥାନ୍ତି । କିନ୍ତୁ ଯଦି ଏହି କଳାଜାଇ ବେକର ପଛରେ ଥିବ ତେବେ ବ୍ୟକ୍ତି ଅଧିକ ରାଗି ଓ ଆକ୍ରାମକ ସ୍ଵଭାବର ହୋଇଥାଏ ।

୧୦. କାନ୍ଧରେ କଳାଜାଇ

ଯଦି କୌଣସି ବ୍ୟକ୍ତିର କାନ୍ଧରେ କଳାଜାଇ ଅଛି ତେବେ ସେ ଅଧିକ ଝଗଡା କରିଥାଏ ଓ ସବୁବେଳେ ନିଜକୁ ସଠିକ ହେବା ଉପରେ ଜୋର ଦେଇଥାଏ । ଯଦି ଧାନ କାନ୍ଧ ଉପରେ କଳାଜାଇ ଅଛି, ତେବେ ଏହାର ଅର୍ଥ ବ୍ୟକ୍ତି ବୁଦ୍ଧିମାନ ଓ ସାହାସୀ ଅଟେ । ତେବେ ଏହାଥିଲା ଶରୀରର ବିଭିନ୍ନ ଭାଗରେ କଳାଜାଇ ରହିବାର ଅର୍ଥ । ଆଶାକରୁଅଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ଏମିତି ଅନେକ ନୂଆ ନୂଆ ଲଖା ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *