ସରପଞ୍ଚଙ୍କ ଦରମା କେତେ ? ଯୋଗ୍ୟତା କଣ ଥିବା ଦରକାର ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସରପଞ୍ଚ ହେଉଛନ୍ତି ଗ୍ରାମପଞ୍ଚାୟତର ମୁଖ୍ୟ । ତେବେ ଜଣେ ଗ୍ରାମପଞ୍ଚାୟତର ମୁଖ୍ୟ ହିସାବରେ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟ କରିବା ହେଉଛି ସରପଞ୍ଚର ମୁଖ୍ୟ କର୍ତ୍ତବ୍ୟ । ତେବେ ସରପଞ୍ଚର କାର୍ଯ୍ୟ, ତାଙ୍କର ଦରମା ଓ ଯୋଗ୍ୟତା ବିଷୟରେ ଆଜି ପୋଷ୍ଟ ମାଧ୍ୟମରେ ଆଲୋଚନା କରିବା । ତେବେ ଜଣେ ଉପଯୁକ୍ତ ପ୍ରଥୀଙ୍କୁ ହିଁ ସରପଞ୍ଚ ଭାବରେ ନିଯୁକ୍ତି ଦିଆଯାଇଥାଏ ।

ତେବେ ସରପଞ୍ଚ ପ୍ରାଥୀ ହେବା ପାଇଁ ନିନ୍ମ ଲିଖିତ ସମସ୍ତ ଯୋଗ୍ୟତା ପ୍ରାଥୀ ନିକଟରେ ରହିବା ଦରକାର । ତେବେ ପ୍ରାଥୀଙ୍କର ବୟସ ୨୧ ବର୍ଷରୁ ଉର୍ଦ୍ଧ ହୋଇଥିବା ଆବଶ୍ୟକ । ଭୋଟର ତାଲିକାରେ ମଧ୍ୟ ତାଙ୍କ ନାମ ଥିବା ଦରକାର । ସେ ପଞ୍ଚାୟତର ୱାର୍ଡମେମ୍ବର ହୋଇନଥିବେ । ନିର୍ବାଚନ ଆଇନ ଦ୍ଵାରା କେବେବି ଆଗରୁ ଦଣ୍ଡିତ ହୋଇନଥିବେ ।

ତେବେ ପ୍ରାଥୀ ଜଣଙ୍କ ସରକାରୀ ଚାକିରିଆ ହୋଇନଥିବେ । ଦେବାଳିଆ ହୋଇନଥିବେ । କୁଷ୍ଠ ଓ ଯକ୍ଷ୍ମା ଭଳିକୌଣସି ପ୍ରକାର ରୋଗ ମଧ୍ୟ ତାଙ୍କୁ ହୋଇନଥିବ । ତେବେ ଏହି ସବୁ ଯୋଗ୍ୟତା ଥିବା ପ୍ରାଥୀ ହିଁ ସରପଞ୍ଚ ପଦବୀ ପାଇଁ ଆବେଦନ କରିପାରିବେ । ତେବେ ସରପଞ୍ଚଙ୍କର ୨ ପ୍ରକାରର କାର୍ଯ୍ୟ ରହିଥାଏ । ଯେପରି ଗୋଟିଏ ବାଧ୍ୟତାମୂଳକ ଓ ଅନ୍ୟଟି ଇଚ୍ଛାଧୀନ କାର୍ଯ୍ୟ । ବାଧ୍ୟତାମୂଳକ କାର୍ଯ୍ୟରେ ରାସ୍ତା ନିର୍ମାଣ, ଜଳ ଯୋଗାଣ, ଆଲୋକ ସୁବିଧା, ଜନ୍ମ , ମୃତ୍ୟୁ ଓ ବିବାହ ପଞ୍ଜୀକରଣ, ହାଟ ପ୍ରତିଷ୍ଠା ଓ ଯାନିଯାତ୍ରା କରିବା ।

ଏହି ସମସ୍ତ କାର୍ଯ୍ୟ ସରପଞ୍ଚଙ୍କର ବାଧ୍ୟତାମୂଳକ କାର୍ଯ୍ୟର ଅଧୀନରେ ରହିଥାଏ । ତେବେ ଇଚ୍ଛାଧୀନ କାର୍ଯ୍ୟରେ ଜଙ୍ଗଲ ସୁରକ୍ଷା, ପାଠାଗାର ନିର୍ମାଣ କରିବା, କୃଷି, ମେଳା  ପରିଚାଳନା କରିବା, ଗାଧୁଆ ଘାଟ ନିର୍ମାଣ କରିବା, ନିଶା ନିବାରଣ କରିବା । ତେବେ ଏହି  ସବୁ କାର୍ଯ୍ୟ ସରପଞ୍ଚର ଇଛାଧୀନ କାର୍ଯ୍ୟର ଅଧୀନରେ ରହିଥାଏ । ତେବେ ସରପଞ୍ଚ ପଦବୀରେ ଥିବା ସରପଞ୍ଚଙ୍କୁ ମାସିକ ସାମ୍ବିଧାନିକ ନିୟମ ଅନୁସାରେ ୨୫୦୦ ଟଙ୍କା ଦରମା ଆକାରରେ ମିଳିଥାଏ ।

ତେବେ ଜଣେ ବ୍ୟକ୍ତି ସରପଞ୍ଚ ହେବା ପାଇଁ ଚାହୁଁଥିଲେ । ସେହି ପ୍ରାଥୀ ନିକଟରେ ଏଗୀ ସବୁ ଯୋଗ୍ୟତା ରହିବା ନିହାତି ଭାବରେ ଦରକାର ହୋଇଥାଏ । ତେବେ ଯାଇ ଜଣେ ଉପଯୁକ୍ତ ପ୍ରାଥୀ ହୋଇ ସରପଞ୍ଚ ପଦବୀ ପାଇଁ ବିବେଚିତ ହୋଇପାରିବେ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *