ସରକାରଙ୍କ ନୂଆ Guideline, ବାଇକରେ ପିଲାଙ୍କୁ ବସେଇ ନେଲେ ମାଣିବାକୁ ପଡିବ ଏହି ସବୁ ନିୟମ, ନହେଲେ ଭୋଗିବାକୁ ହେବ ଏହି ଦଣ୍ଡ

ବନ୍ଧୁଗଣ ଛୋଟ ପିଲାଙ୍କୁ ଆପଣ ବାଇକରେ ବସେଇ ଯାଉଛନ୍ତି କି ଯଦି ଯାଉଛନ୍ତି ତା ହେଲେ ସାବଧାନ ହୋଇଯାନ୍ତୁ । କାରଣ ୯ ମାସରୁ ୪ ବର୍ଷର ଶିଶୁ ମାନଙ୍କ ପାଇଁ ସରକାର ଯେଉଁ ନିୟମ ଜାରି କରିଛନ୍ତି ତାହା ବିଷୟରେ ଆପଣ ଜାଣିବା ନିତ୍ୟାନ୍ତ ଜରୁରୀ । ବର୍ତ୍ତମାନର ସମୟରେ ସୁରକ୍ଷାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି କେନ୍ଦ୍ର ସରକାର ।

ଖାସ କରି ୪ ବର୍ଷରୁ କମ ବର୍ଷର ପିଲା ମାନଙ୍କୁ ବାଇକରେ ନେଲେ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ମୋଟରଯାନ ଅଧିନିୟମ ଧାରା ୧୨୯ ରେ ସଂଶୋଧନ କରିବା ସହ ଏକ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବକୁ ନେଇ ବର୍ତ୍ତମାନ ଚର୍ଚା ଜୋରସୋର ଧରିଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ, ଯଦି ଆପଣ ୪ ବର୍ଷରୁ କମ ବର୍ଷ ଛୁଆ ମାନଙ୍କୁ ବାଇକରେ ନେଇ ଯାଉଛନ୍ତି ତା ହେଲେ ଆପଣଙ୍କୁ ୪୦ ସ୍ପିଡରେ ଗାଡି ଚଳାଇବାକୁ ହେବ ।

ଏହା ଠାରୁ ଅଧିକ ସ୍ପିଡରେ ଗାଡି ଚଳାଇଲେ ନିୟମ ଉ-ଲଂ-ଘ-ନ ବୋଲି ଧରି ନିଆଯିବ । ବନ୍ଧୁଗଣ କେବଳ ଏତିକି ନୁହେଁ ଏହି ପ୍ରସ୍ତାବରେ କୁହାଯାଇଛି ଯେ, ପିଲା ମାନଙ୍କୁ ବାଇକରେ ନେଇ ଯାଉଥିଲେ ହେଲମେଟ ଲଗାଇବା ବାଧ୍ୟତା ମୂଳକ ଅଟେ ।  ଯଦି ଆପଣ ହେଲମେଟ ଲଗାଇ ନଥିବେ ତା ହେଲେ ଆପଣଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ନିୟମ ପ୍ରସ୍ତୁତ କରିଛି ।

ସେଥିରେ କୁହାଯାଇଛି, ମୋଟର ସାଇକେଲ ଚଳଉ ଥିବା ବ୍ୟକ୍ତି ପିଲାଙ୍କୁ ହେଲମେଟ ପିନ୍ଧାଇବା ସହିତ ସୁରକ୍ଷିତ ଭାବେ ଗାଡି ଚଳାଇବେ । ଏହି ସବୁ ନିୟମ ମାନିଲେ ଆପଣଙ୍କ ଦୁ-ର୍ଘ-ଟ-ଣା-ରେ ବିଶେଷ କିଛି କ୍ଷତି ହୋଇନ ପାରେ । ସୂଚନା ଅନୁସାରେ ଭାରତରେ ପ୍ରତ୍ୟକ ବର୍ଷ ୧.୫ ଲକ୍ଷ ଦୁ-ର୍ଘ-ଟ-ଣା ଜନିତ ମୃ-ତ୍ୟୁ ହେଉଛି ତେଣୁ ଏହି ସବୁ ନିୟମର ପାଳନ କରିବା ନିହାତି ଆବଶ୍ୟକ ।

Leave a Reply

Your email address will not be published. Required fields are marked *