ଆପଣଙ୍କ ଖାତାକୁ ପଇସା ପଠାଇବେ ସରକାର, ଆରମ୍ଭ ହେଇପାରେ ଏହି ସ୍କିମ

କରୋନା ଭାଇରସର ଆତଙ୍କ କାରଣରୁ ଗ୍ଲୋବାଲ ଇକୋନୋମି ବଡ ସଙ୍କଟରେ ଆସି ଯାଇଛି । Covid-19 କାରଣରୁ ଭାରତର ଅର୍ଥବ୍ୟବସ୍ଥା ବହୁତ ପ୍ରଭାବିତ ହେଉଛି । କରୋନା ଭାଇରସକୁ ଅଟକାଇବା ପାଇଁ ଭାରତ ସରକାର ସବୁ କମ୍ପାନୀର ଅଫିସକୁ ବନ୍ଦ କରିବା ପାଇଁ ଆଦେଶ ଦେଇଛନ୍ତି । କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ଉପଦେଶ ଦିଆଯାଉଛି । ଆର୍ଥିକ ମନ୍ଦି କାରଣରୁ ଲୋକଙ୍କୁ ଚାକିରି ହରାଇବାର ଡର ବି ଚିନ୍ତାରେ ପକାଇ ଦେଇଛି । ସରକାର କରୋନାରେ ପ୍ରଭାବିତ ଲୋକଙ୍କୁ ୟୁନିଭର୍ସାଲ ବେସିକ ଇନକମ ଜରିଆରେ ସାହାର୍ଯ୍ୟ କରି ପାରନ୍ତି ।

ଲାଇଭ ମିଣ୍ଟ ରିପୋର୍ଟ ଅନୁସାରେ ଯଦି ୟୁନିଭର୍ସାଲ ବେସିକ ସ୍କିମ ଲାଗୁ ହେଉଛି ତେବେ ଏହା ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ରୂପ ନେଇପାରେ । କହି ଦେଉଛୁ କି ପିଏମ କିଶାନ ସମ୍ମାନ ଯୋଜନାରେ କୃଷକମାନଙ୍କୁ ବିନା କୌଣସି ସର୍ତ୍ତରେ ତାଙ୍କର ଖାଦ୍ଯ ପେୟ ପାଇଁଟଙ୍କା ଟ୍ରାନ୍ସଫର କରାଯାଇଥାଏ ।

‘ୟୁନିଭର୍ସାଲ ବେସିକ ଇନକମ’ ର ପ୍ରସ୍ତାବ ଲଣ୍ଡନ ୟୁନିଭର୍ସିଟିର ପ୍ରଫେସର ଗାୟ ଷ୍ଟାଣ୍ଡିଂ ଦେଇଥିଲେ । ୟୁନିଭର୍ସାଲ ବେସିକ ଇନକମ ଗୋଟିଏ ନିଶ୍ଚିତ ଆୟ ଅଟେ, ଯାହା ଦେଶର ସବୁ ନାଗରିକ – ଗରିବ, ଧନୀ, ଚାକିରିଆ, ବେରୋଜଗାରଙ୍କୁ ଦିଆଯାଇଥାଏ । ଏହି ଆୟ ପାଇଁ କୌଣସି ପ୍ରକାରର କାମ କରିବା ପାଇଁ ସର୍ତ୍ତ ନଥାଏ । ଏହା ଅନୁସାରେ ସମାଜର ସବୁ ସଦସ୍ଯଙ୍କୁ ଜୀବନ ଯାପନ କରିବା ପାଇଁ ନ୍ୟୁନତମ ଆୟର ପ୍ରାବଧାନ ହେବା ଦରକାର ।

ଅନେକ ଅର୍ଥଶାସ୍ତ୍ରୀଙ୍କର ମାନିବା ଅଟେ କି ସରକାର UBI ଦ୍ଵାରା ବର୍ତ୍ତମାନ ଲକ୍ଷ ଲକ୍ଷ ୱାର୍କର୍ସଙ୍କୁ ସାହାର୍ଯ୍ୟ କରି ପାରନ୍ତି, ଯେଉଁମାନେ କରୋନା କାରଣରୁ ବିନା ଦରମାରେ ହୋମ ଆଇସୋଲେସନରେ ରହିବାକୁ ବାଧ୍ୟ ଅଟନ୍ତି । UBI ରେ କୌଣସି ରାଜ୍ୟରେ ପ୍ରତ୍ଯେକ ବୟସ୍କଙ୍କ ପାଇଁ ବିନା ସର୍ତ୍ତରେ ନିୟମିତ ପେମେଣ୍ଟର ଏକ ଅପ୍ସନ ଅଛି ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଦିନ କ୍ଯାବିନେଟ ବୈଠକରେ ଦିନ ମଜୁରିଆଙ୍କ ପାଇଁ ବଡ ନିଷ୍ପତ୍ତି ନେଇ କହିଛନ୍ତି କି ତାଙ୍କର ଭରଣ ପୋଷଣ ପାଇଁ ନିଶ୍ଚିତ ଧନରାଶି ଯୋଗାଇ ଦିଆଯିବ ଓ ଏହା ସହିତ ରାଜ୍ୟରେ କରୋନା ପୀଡିତଙ୍କର ମାଗଣାରେ ପରୀକ୍ଷା ଓ ଚିକିତ୍ସା କରାଯିବ ।

କହିଦେଉଛୁ କି ହଙ୍ଗକଙ୍ଗ ରେ କରୋନାର ଆତଙ୍କ କାରଣରୁ ସରକାର ପ୍ରତ୍ଯେକ ସ୍ଥାୟୀ ନାଗରିକଙ୍କୁ 94,720 ଟଙ୍କା ସାହାର୍ଯ୍ୟ କରିବେ ଓ ଅନ୍ୟ ପଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ କହିଛନ୍ତି କି ପ୍ରତ୍ଯେକ ବୟସ୍କ ନାଗରିକଙ୍କୁ 1000 ଆମେରିକା ଡଲାର ମାନେ 74 ହାଜାର ଟଙ୍କାର ସହାୟତା ଯୋଗାଇ ଦେବେ । ଅପଡେଟ ରହିବା ପାଇଁ ଆମ ସହିତ ଯୋଡି ହୁଅନ୍ତୁ, ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *