ଗୁରୁବାର ଦିନ କଦଳୀ ଗଛରେ ଚଢାନ୍ତୁ ଏହି ଗୋଟିଏ ଜିନିଷ, ମାତା ଲକ୍ଷ୍ମୀ ନିଜେ ଚାଲି ଆସିବେ ଆପଣଙ୍କ ଘରକୁ

କହିବାକୁ ଗଲେ ଗୁରୁବାର ଦିନକୁ ବୃହସ୍ପତିଙ୍କର ବାର ହୋଇଥାଏ । କୁହାଯାଏ କି ଏହି ଦିନ ବୃହସ୍ପତି ଭଗବାନଙ୍କ ପୂଜା କରିବା ଦ୍ଵାରା ମଣିଷର ଭାଗ୍ୟ ମଝବୁତ ହୋଇଯାଏ । ଏମିତିରେ ଗୁରୁବାର ଦିନ ଯଦି କଦଳୀ ଗଛ ମୂଳରେ କିଛି ଖାସ ଜିନିଷ ଅର୍ପଣ କରାଯାଏ ତେବେ ଆପଣଙ୍କ ବୃହସ୍ପତି ଗ୍ରହ ବି ମଝବୁତ ହୋଇ ପାରିବ । ଏହା ସହିତ ଆପଣଙ୍କୁ ଧନ ପ୍ରାପ୍ତି ବି ହେବ । ଏହି ଆଧାରରେ ଆଜି ଆମେ ବୃହସ୍ପତି ଭଗବାନଙ୍କୁ ପ୍ରସନ୍ନ କରିବାର କିଛି ଖାସ ଉପାୟ ବିଷୟରେ କହିବୁ ।

ଗୁରୁବାର ଦିନ କଦଳୀ ଗଛ ମୂଳରେ ପାଣି ସହିତ ହଳଦୀ ମିଶ୍ରିତ ପାଣି ଅର୍ପଣ କରିବା ଦ୍ଵାରା ଭାଗ୍ୟ ମଝବୁତ ହୋଇଥାଏ । ଏହିଭଳି କରିବା ଦ୍ଵାରା ବ୍ୟକ୍ତିକୁ ଚାକିରିରେ ସଫଳତା ମିଳିଥାଏ । ଏହା ସହିତ ବ୍ୟାପାରରେ ଉନ୍ନତି ବି ହୋଇଥାଏ ।

Image Courtesy: Google

ଯେଉଁ ଲୋକମାନେ ନିଜ ଜୀବନରେ ଖୁସିରେ ରହିବାକୁ ଚାହୁଁଛନ୍ତି ସେମାନେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଅଳ୍ପ ଗୁଡ ଓ ପାଣିରେ ଭିଜା ଯାଇଥିବା ବୁଟ ଡାଲି ଅର୍ପଣ କରନ୍ତୁ । ଏହିଭଳି କରିବା ଦ୍ଵାରା ବୃହସ୍ପତି ଭଗବାନଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ ।

ଯଦି ଆପଣ କୌଣସି ନୂଆ କାମର ଆରମ୍ଭ କରୁଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଚିନି ମିଶ୍ରିତ ଜଳ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ଅଟକିଥିବା କାମ ତୁରନ୍ତ ପୁରା ହୋଇଯିବ ।

ଯଦି ଆପଣଙ୍କ ଜୀବନରେ ସମସ୍ୟା ଅଛି ତେବେ କଦଳୀ ଗଛ ମୂଳରେ ଦୁଇଟି ହଳଦୀର ଗୁଳା କରି ରଖି ଦିଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କର ଜଲ୍ଦି ହିଁ ସବୁ ସମସ୍ୟା ଦୂର ହୋଇଯିବ ।

ଯେଉଁ ବ୍ୟକ୍ତି ଧନୀ ହେବାକୁ ଚାହୁଁଛନ୍ତି ସେମାନେ ଗୁରୁବାର ଦିନ କଦଳୀ ଗଛ ମୂଳରେ ୧ ଟଙ୍କାର ମୁଦ୍ରାକୁ ପୋତି ଦିଅନ୍ତୁ । କାରଣ ଏହିଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଯଦି ଆପଣଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ଆସୁଛି କିମ୍ବା ଆପଣଙ୍କ ବିବାହ ହୋଇ ପାରୁ ନାହିଁ ତେବେ ଏମିତିରେ ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀର ଦୁଇଟି ଗୁଳା ଓ ପାଣିରେ ଭିଜା ଯାଇଥିବା କିସମିସ ଚଢାନ୍ତୁ । ଏହିଭଳି ଲଗାତର ୭ ଟି ଗୁରୁବାର କରିବା ଦ୍ଵାରା ଆପଣଙ୍କୁ ଭଲ ଫଳ ମିଳିବ ।

ଗୁରୁବାର ଦିନ ସ୍ନାନ କରିବା ପରେ କଦଳୀ ଗଛ ମୂଳରେ ପାଣି ଚଢାଇବା ଶୁଭ ହୋଇଥାଏ ଓ ଏହା ଦ୍ଵାରା ଆପଣଙ୍କୁ ସବୁ କାମରେ ଜଲ୍ଦି ସଫଳତା ମିଳିଥାଏ ।

ଗୁରୁବାର ଦିନ କଦଳୀ ଗଛରେ ଚନ୍ଦନ ଓ ହଳଦୀ ଅର୍ପଣ କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ଲେଖାଟି ଭଲ ଲାଗିଥିଲେ ଶେୟର କରିବେ । ଏମିତ ନୂଆ ନୂଆ ଜ୍ଯୋତିଷ ସମ୍ବଧୀୟ ତଥ୍ୟ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *