ନବ ଦମ୍ପତ୍ତିଙ୍କୁ କ-ଣ୍ଡୋ-ମ ବାଣ୍ଟିବେ ସରକାର ! ଲୋକେ କହିଲେ ଏଥର ସମସ୍ତେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବ ଦମ୍ପତ୍ତି ମାନଙ୍କୁ  ନବ ଦମ୍ପତ୍ତି ଗିଫ୍ଟ କିଟ୍ ବାଣ୍ଟିବେ ଆଶାକର୍ମୀ ! ତେବେ ବିବାହ ଋତୁ ଆରମ୍ଭ ହେବା ସମୟରୁ ହିଁ ଏହି ଗିଫ୍ଟ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ତେବେ ଓଡିଶା ସରକାରଙ୍କ ତରଫରୁ ନବ ବିବାହିତ ଦମ୍ପତ୍ତି ମାନଙ୍କୁ ଏହି ଗିଫ୍ଟ କିଟ୍ ଦିଆଯିବ ବୋଲି ସୂଚନା ମିଳିଛି । ତେବେ ସୂଚନା ମୁତାବିକ ଜନ ସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାର ଏଭଳି କିଛି ଏକ ନୂଆ ଓ ବିଶେଷ ଧରଣର ପଦକ୍ଷେପ ନେଇଛନ୍ତି ।

ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ଯେଉଁ ଦମ୍ପତ୍ତି ନୂଆ କରି ବିବାହ ହୋଇବେ । ତାଙ୍କ ମାନଙ୍କ ଘର ଘର ବୁଲି ସେହି ନବ ଦମ୍ପତ୍ତି ମାନଙ୍କୁ ସ୍ଥାନୀୟ ଆଶା ଦିଦି ମାନେ କ-ଣ୍ଡ-ଓ-ମ ଓ ଓରାଲ କଣ୍ଟ୍ରାସେପ୍ଟିକ ପିଲ୍ସ ବାଣ୍ଟିବେ । ବାହାଘରର ଭୋଜି ଦିନ ହିଁ ଏହି ଗିଫ୍ଟ କିଟ ଦମ୍ପତ୍ତିଙ୍କୁ ମିଳିଯିବ । ଏଥିପାଇଁ ଆଶାଦିଦି କର୍ମୀ ମାନଙ୍କୁ ଗୋଟିଏ କିଟ୍ ପିଛା ୧୦୦ ଟଙ୍କା ମଧ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯିବ । ଆଶା ଦିଦି ଏହି ପ୍ରମାଣ ରଖିବା ପାଇଁ ଦମ୍ପତ୍ତି ମାନଙ୍କ ସହ ସେଲଫି ମଧ୍ୟ ନେବେ ।

ଏହା ସହ ଏକ ଫର୍ମରେ ଦମ୍ପତ୍ତିଙ୍କ ସ୍ଵାକ୍ଷର ମଧ୍ୟ ନେବେ । ଜାତୀୟ ସ୍ଵାସ୍ଥ ମିଶନ ତରଫରୁ ଏପରି କିଛି ବିଶେଷ ସୂଚନା ମିଳିଅଛି । ହେଲେ ନବ ଦମ୍ପତ୍ତି ମାନଙ୍କୁ ସରକାରଙ୍କ ଏହି ଗିଫ୍ଟ ପାଇଁ କୌଣସି ଟଙ୍କା ଆଶା ଦିଦିଙ୍କୁ ଦେବା ପାଇଁ ପଡିବ ନାହିଁ । ଆଶାକର୍ମୀ ମାନେ ଯେତେବେଳେ ଏହି ଗିଫ୍ଟ ଘର ଘର ବୁଲି ଏହି ଗିଫ୍ଟ ଆକାରରେ ଦେବେ । ସେତେବେଳେ ଦମ୍ପତ୍ତି ମାନଙ୍କୁ ଏହି ବିଷୟରେ ଅଧିକ ଜ୍ଞାନପୂର୍ଣ୍ଣ ସୂଚନା ମଧ୍ୟ ଦେଇକି ଆସିବେ ।

ଯେପରି ବାହାଘରର ପ୍ରଥମ ପିଲାପିଲି କରିବାରେ ସମୟ ବିଳମ୍ବ କରିବେ । ଏହା ସହ ପ୍ରଥମ ପିଲା ହେବାର ୩ ରୁ ୪ ବର୍ଷ ଅନ୍ତରରେ ଆଉ ଏକ ପିଲା କରିବାର ନିଷ୍ପତ୍ତି ଯେପରି ଦମ୍ପତ୍ତି ମାନେ ନିଜ ମଧ୍ୟରେ ଉତ୍ତମ ବୁଝାବଣା କରିନେବେ । ତେବେ ଦେଶରେ ପ୍ରଥମ ଥର କରି ଏହି ନବ ଦମ୍ପତ୍ତି ଗିଫ୍ଟ କିଟ ଓଡିଶା ସରକାରଙ୍କ ତରଫରୁ ଦମ୍ପତ୍ତି ମାନଙ୍କୁ ବଣ୍ଟା ଯିବାର ବ୍ୟବସ୍ଥା କରାଯାଇଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧି ଲାଟେଷ୍ଟ ସୂଚନା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *