ପ୍ରଥମ ଶ୍ରେଣୀ ନାମ ଲେଖା ପାଇଁ ଆସିଲା ନୂଆ ନିୟମ ! ସରକାର ଜାରି କଲେ ଏହି ସବୁ ଗାଇଡଲାଇନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରଥମ ଶ୍ରେଣୀ ନାମ ଲେଖା ବୟସ ବଢିଲା । ତେବେ ହଁ ବନ୍ଧୁଗଣ ପ୍ରତ୍ଯେକଟି ପିଲା ଶିକ୍ଷା ଗ୍ରହଣ କରିବାର ମୌଲିକ ଆବଶ୍ୟକତା ରହିଅଛି । ପାଠ ପଢି ଯେଉଁ ଜ୍ଞାନ ଅରହଣ କରାଯାଇଥାଏ । ସେହି ଜ୍ଞାନ ହିଁ ପିଲାଙ୍କର ଉଜ୍ଜଳ ଭବିଷ୍ୟତ ଗଢିବାରେ ସାହାଜ୍ଯ କରିଥାଏ । ସରକାରଙ୍କ ତରଫରୁ ସମସ୍ତ ରାଜ୍ୟର ବିଦ୍ୟାଳୟ ପାଇଁ ଏକ ନୂଆ ଘୋଷଣା ଆସିଲା । ତେବେ  ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ଜାରୀ କରାଯାଇଛି ।

ତେବେ ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମଲେଖା ବୟସରେ କରାଯାଇଛି ପରିବର୍ତ୍ତନ । ଯାହାକୁ ସମସ୍ତ ସରକାରୀ ସ୍କୁଲ ମାନିବା ବାଧ୍ୟତାମୂଳକ ଅଟେ । ତେବେ ସରକାରଙ୍କ ନିମୟାନୁସାରେ ଛାତ୍ରଛାତ୍ରୀଙ୍କର ବୟସ ୬  ବର୍ଷ ହୋଇଲେ ହିଁ ଯାଇ ଜଣେ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବ । ତେବେ ଏପରି କିଛି ଘୋଷଣାନାମା ସମସ୍ତ ପ୍ରାଥମିକ ବିଦ୍ୟାଳୟ ମାନଙ୍କ ପାଇଁ ଆସିଅଛି ।

ତେବେ ୬ ବର୍ଷ ବୟସରୁ କମ୍ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ ନାହିଁ । ତେବେ ଜଣେ ପିଲା ୬ ବର୍ଷ ବୟସରେ ଉପନୀତ ହୋଇଲେ ହିଁ ପ୍ରଥମ ଶ୍ରେଣୀରେ ପଢିପାରିବ । ଏହି କଥାକୁ କେନ୍ଦ୍ର ନିର୍ଦ୍ଧେଶନାମା ଜାରୀ କରିଛି । ତେବେ କେନ୍ଦ୍ର ଶିକ୍ଷଣୀୟ ମନ୍ତ୍ରଳାୟ ତରଫରୁ ସମସ୍ତ ରାଜ୍ୟ ଓ ତଥା କେନ୍ଦ୍ର ଷାଶିତ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟ ପାଇଁ ଏହି ଘୋଷଣାନାମା ଲାଗୁ କରାଯିବ ।

ତେବେ ୩ ରୁ ୮ ବର୍ଷ ମଧ୍ୟରେ ଯେଉଁ ଆଦ୍ଯ ଶୈଶବ ଶିକ୍ଷା ପାଇବ । ସେଥିମଧ୍ୟରୁ ୩ ବର୍ଷ ଅଙ୍ଗନବାଡି ଓ ଶିଶୁ ଶ୍ରେଣୀରେ କଟିବ । ତାପରେ ଯାଇ ପିଲା ୬ ବର୍ଷ ବୟସରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପ୍ରାଥମିକ ବିଦ୍ୟାଳୟର ପାଠ ପଢା ଆରମ୍ଭ କରିପାରିବ । ତେବେ ଏପରି କରାଗଲେ ତୃତୀୟ ଶ୍ରେଣୀ ବେଳକୁ ପିଲାଟିର ଭାଷାର ମୌଳିକ ଜ୍ଞାନ ଓ ସଂଖ୍ୟା ଗଣନା ଯଥେଷ୍ଟ ମାତ୍ରାରେ ପାଇସାରିଥିବ ।

ଯାହା ଦ୍ଵାରା ପିଲାମାନେ ପରବର୍ତ୍ତୀ ଶ୍ରେଣୀରେ ପାଠ ବୁଝିବାକୁ ବୋଧଗମ୍ୟ ହୋଇଯାଇଥିବେ । ତେବେ ସୂଚନା ମୁତାବକ ପିଲାଟି ୬ ବର୍ଷ ବୟସରେ ହିଁ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବ ।   ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ  ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *