ମଝି ଆକାଶରେ ଯାତ୍ରୀଙ୍କ ଜୀବନ ବଞ୍ଚେଇ ଚର୍ଚ୍ଚାରେ ଜଗତସିଂହପୁର ସାଂସଦ Rajashree Mallick, କରିଲେ ଏପରି କାମ ଛୁଟୁଛି ପ୍ରଶଂସାର ସୁଅ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଝି ଆକାଶରେ ଯାତ୍ରୀଙ୍କର ସ୍ଵାସ୍ଥର ସୁରକ୍ଷା କରିଲେ ସାଂସଦ । ଉଡାଜାହାଜରେ ଅଚେତ ଅବସ୍ଥାରେ ଯାତ୍ରୀ ପଡିଯାଇଥିଲେ । ତେବେ ହଁ ବନ୍ଧୁଗଣ ସୂଚନା ଅନୁସାରେ ବିମାନରେ ଅନେକ ଯାତ୍ରୀ ସବାର ହୋଇ ନିଜ ନିଜ ଗନ୍ତବ୍ୟସ୍ତଳକୁ ଯାତ୍ରା କରୁଥିଲେ । ତେବେ ହଟାତ ଏହି ସମୟରେ ଏକ ଯାତ୍ରୀଙ୍କର ସ୍ଵାସ୍ଥବସ୍ତା ଗୁରୁତର ହୋଇଯାଇଥିଲା । ତେବେ କେବଳ ସ୍ଵାସ୍ଥବସ୍ତା ଗୁରୁତର ନୁହେଁ । ବଂର ଯାତ୍ରୀଜଣଙ୍କର ଅବସ୍ଥା ଚେତାଶୁନ୍ୟ ମଧ୍ୟ ହୋଇଯାଇଥିଲା ।

ତେବେ ସେତେବେଳକୁ ବିମାନ ଲାନ୍ଡିଂ କରିବାକୁ ୨୦ ମିନିଟ ସମୟ ରହିଥିଲା । ତେବେ ଯାତ୍ରୀଜଣଙ୍କର ଏପରି ଅବସ୍ତା ବିମାନର କର୍ମକର୍ତ୍ତା ମାନେ ବିମାନରେ କେହି ଡାକ୍ତର ଅଛନ୍ତି କି ନାହିଁ ଘୋଷଣା କରିଥିଲେ । ତେବେ ସେହି ସମୟରେ ବିମାନରେ ବସି ଯାତ୍ରା କରୁଥିବା ଜଗତସିଙ୍ଘପୁର ସାଂସଦ ତଥା ଡାକ୍ତର ରାଜଶ୍ରୀ ମଲିକ ନିଜ ବସିଥିବ ସ୍ଥାନରୁ ଉଠି ଆସି ଗୁରୁତର ସ୍ଵାସ୍ଥବସ୍ତା ହୋଇଥିବା ଯାତ୍ରୀ ପାଖକୁ ଆସିଥିଲେ ।

ତାପରେ ସ୍ଵାସ୍ଥ ଖରାପ ହୋଇଯାଇଥିବା ଯାତ୍ରୀଙ୍କର ପ୍ରାଥମିକ ଚିକିତ୍ସା କରିବା ସହ ତାଙ୍କୁ ଅକ୍ଷିଜେନ ମଧ୍ୟ ଯୋଗାଇ ଦେଇଥିଲେ । ତେବେ ସୂଚନା ମୁତାବିକ ବିମାନରେ ଯାତ୍ରା କରୁଥିବା ସେହି ଯାତ୍ରୀ ଜଣଙ୍କ ଫିଟ୍ସ ବା ବାତ ମାରିଥିଲା । ତେଣୁ ସେ ହାତ ଗୋଡ ମୁଠା ମୁଠା କରି ଅଚେତ ହୋଇ ପଡିଯାଇଥିଲେ । ତେବେ ପେଶାରେ ଡାକ୍ତର ଥିବା ସାଂସଦ ରାଜଶ୍ରୀ ମଲିକ କାଳ ବିଳମ୍ବ ନକରି ନିଜ ସିଟ୍ ରୁ ଉଠି ଆସି ତତକ୍ଷଣାତ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଯାତ୍ରୀଙ୍କର ପ୍ରାଣରୁ ସୁରକ୍ଷା କରିଥିଲେ ।

ତାଙ୍କ ପାଟିକୁ ସଫା କରିବା ସହ ବିମାନରେ ଥିବା ଅକ୍ଷିଜେନ ମାସ୍କ ଦେଇ ଓ ଯାତ୍ରୀଙ୍କୁ ମସାଜ କରି ତାଙ୍କ ଜୀବନ ରକ୍ଷା କରିଥିଲେ । ତେବେ ଜଗତସିଙ୍ଘପୁରର ସାଂସଦ ଡାକ୍ତର ରାଜଶ୍ରୀ ମଲିକଙ୍କର ଯାତ୍ରୀଙ୍କ ପ୍ରତି ଏପରି ମହନୀୟତାକୁ ଦେଖି ବିମାନରେ ଉପସ୍ଥିତ ଥିବା ସମସ୍ତ ଯାତ୍ରୀ ଓ ବିମାନ କର୍ତ୍ତୁପକ୍ଷ ତାଙ୍କୁ ପ୍ରଶଂଷା କରିଥିଲେ ।

ତେବେ ଏହି ଘଟଣାଟି ଭାଇରାଲ ହେବା ପରେ ସମସ୍ତଙ୍କର ପ୍ରଶଂଷାର ପାତ୍ର ସାଂସଦ ରାଜଶ୍ରୀ ମଲିକ ହୋଇପାରିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *