ବାପା ସାମ୍ନାରେ ପୁଅକୁ ପିଟିଦେଲା କାର…

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଛୁଆଙ୍କ ପିଲାଲିଆମି ଯେ କେତେ ମହଙ୍ଗା ହୋଇପାରେ ତାହା ଏ ଘଟଣାରୁ ପ୍ରମାଣିତ ହୋଇ ପାରୁଛି ।

ଟିକେ ଅସାବଧନତା ଜୀବନରେ କେତେ ବଡ ବିପଦ ଆଣି ପାରେ ତାହା କହିବା ବୋଧ ହୁଏ ଆବଶ୍ୟକ ନାହିଁ । ଗଞ୍ଜାମ ଜିଲ୍ଲା ଖାଲିକୋଟ କରଣ ସାହିରୁ ଆସିଥିବା ଏହି ସିସିଟିଭି ଫୁଟେଜ ଆଜି ପ୍ରତିଟି ବାପା ପାଇଁ ସନ୍ଦେଶ ଆଉ ପ୍ରତିଟି ମାଆ ପାଇଁ ଚେତାବନୀ ସାଜିଛି । ମାତ୍ର କିଛି ମିନିଟ ଯଦି ଅପେକ୍ଷା କରି ଯାଇଥାନ୍ତେ ତେବେ ବୋଧ ହୁଏ ଆଜି ଏ ଦିନ ଦେଖିବାକୁ ପଡି ନଥାନ୍ତା ।

ବାପା ଘରକୁ ଫେରିବା ପରେ ପୁଅ ଜିଦ କରିବାରୁ ତାକୁ ଟିକିଏ ବାହାରକୁ ବୁଲେଇବା ପାଇଁ ଆଣି ଥିଲେ ହେଲେ ଅନ୍ୟ ମନସ୍କ ହୋଇ ବାପା ଘର ଭିତରକୁ ଚାଲି ଗଲେ । ଠିକ ଏତିକି ବେଳେ ଗାଡି ମଟର ଭରା ରାସ୍ତାରେ 7 ବର୍ଷର ପିଲାଟି ରାସ୍ତା ପାର ହୋଇ ସେପଟକୁ ଚାଲି ଗଲା ।

ହେଲେ ଏହି କୋମଳ ବୟସରେ ସେ କଣ ଜାଣି ଥିଲା ଆଜି ସୀମା ଡେଇଁବାଟା ତା ପାଇଁ କେତେ ଭୟଙ୍କର ସବସ୍ତ ହେବ ବୋଲି । ପୁଅ ରାସ୍ତା ପାର ହୋଇ ଯିବା ପରେ ତାକୁ ସୁରକ୍ଷିତ ଭାବରେ ଏପଟକୁ ଆଣିବା ପାଇଁ ଉଦ୍ୟମ କରନ୍ତି ବାପା ହେଲେ ତାଙ୍କର ଏହି ଉଦ୍ୟମ ଫେଲ ମାରେ ଚାହୁଁ ଚାହୁଁ ଆସୁଥିବା ଏକ କାର 7 ବର୍ଷର ଏହି ଶିଶୁକୁ ଏତେ ଜୋରରେ ଧକ୍କା ଦିଏ ଯେ ସେ ପାଖାପାଖି 20 ମିଟର ଛିଟିକି ଯାଏ ।

ଦୁର୍ଘଟଣା ହେବା ପରେ ଘଟଣା ସ୍ଥଳରୁ କାର ମାଲିକ ଫେରାର ହୋଇ ଯାଇଛି । ପିଲା ଟିକୁ ଗୁରୁତ୍ଵର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଚାଲିଛି । ଏନେଇ ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *