ସାରା ରାଜ୍ୟରେ ଦେଖା ଦେଲାଣି ପେଟ୍ରୋଲ ସଙ୍କଟ ! କିନ୍ତୁ ଏଇଠି ଅଟକି ରହିଛି ସବୁ ତେଲ ଗାଡି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝାରସୁଗୁଡାରେ ଅଟକି ରହିଛି ଶହ ଶହ ପେଟ୍ରୋଲ ଓ ଡିଜେଲ ଟାଙ୍କର ଗାଡି ! ତେବେ ଗତ ମାର୍ଚ ୧୫ ତାରିଖରୁ ରାଜ୍ୟବ୍ୟାପୀ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି । ଯାହାକୁ କି ସଂପୂର୍ଣ୍ଣ ରାଜ୍ୟବ୍ୟାପୀ ବହୁ ସଂଖ୍ୟକ ଡ୍ରାଇଭର ଭାଇ ମାନେ ସମର୍ଥନ କରୁଛନ୍ତି । ତେବେ ଝାରସୁଗୁଡାର IUCL ଠାରେ ଶହ ଶହ ପେଟ୍ରୋ ଓ ଡିଜେଲ ଟ୍ୟାଙ୍କର ପଡି ରହିଛି ।

ତେବେ ଏଠାରୁ ପଶ୍ଚିମଓଡିଶାର ଅନେକ ସ୍ଥାନକୁ ତେଲ ଯୋଗାଣ କରାଯାଇଥାଏ । ତେବେ ବଳବତ୍ତର ରହିଥିବା ଷ୍ଟିୟରିଂ ଛାଡ ଆନ୍ଦୋଳନ ପାଇଁ ଟ୍ୟାଙ୍କର ଗୁଡିକୁ ମଧ୍ୟ ଡ୍ରାଇଭର ମାନେ ଚଲାଉ ନାହାନ୍ତି । ତେବେ ସେହି ଡ୍ରାଇଭରଙ୍କର ମଧ୍ୟ ଦାବୀ ରହୁଛି । ଯେ ରାଜ୍ୟବ୍ୟାପୀ ଯେତେ ସବୁ ଡ୍ରାଇଭର ମାନେ ଅଛନ୍ତି । ସମସ୍ତଙ୍କର ମିଳିତ ଉଦ୍ୟମରେ ଯେଉଁ ଦାବୀ ପୂରଣ ପାଇଁ ଆନ୍ଦୋଳନ କରାଯାଇଛି ।

ନିହାତି ଭାବରେ ସେହି ୧୦ ଦଫା ଦାବୀକୁ ସରକାର ପୂରଣ କରିବା ଦରକାର । ନଚେତ ଡ୍ରାଇଭର ମାନେ ଷ୍ଟିୟରିଂକୁ ଧରିବେ ନାହିଁ କି ଗାଡି ଆଉ ଆଗକୁ ବଢିବ ନାହିଁ । ତେବେ ବଡ ବଡ ପେଟ୍ରୋଲ, ଡିଜେଲ ଟ୍ୟାଙ୍କର ସେମିତି ଠିଆ ହୋଇ ରହିଛି । ଦିନକୁ ଏଠାରୁ ଶହ ଶହ ଗାଡି ଲୋଡିଙ୍ଗ ହୋଇ ପଶ୍ଚିମ ଓଡିଶାର ଅନେକ ସ୍ଥାନରେ ଯେପରି ସମ୍ବଲପୁର, ଜଯପୁର, କୋରାପୁଟ, ମାଲକାନଗିରି, ବଲାଙ୍ଗିର, ରାଉଳକେଲା, ସୁନ୍ଦରଗଡ ଏହି ଜିଲା ଆହୁରି ମଧ୍ୟ ବହୁ ଜିଲ୍ଲାକୁ ତେଲ ସପ୍ଲାଏ କରାଯାଇଥାଏ ।

ହେଲେ ଝାରଶୁଗୁଡା ଠାରେ ସେହିପରି ବଡ ବଡ ଟ୍ୟାଙ୍କର ଖାଲି ଠିଆ ହୋଇ ରହିଛି । ଡ୍ରାଇଭର ଭାଇ ଗାଡି ନେଇ ଅନ୍ୟତ୍ର ଯାଉନାହାନ୍ତି । କାରଣ ସେହି ଡ୍ରାଇଭର ମଧ୍ୟ ଡ୍ରାଇଭର ମହାସଂଘ ତରଫରୁ ଦିଆଯାଇଥିବା ଷ୍ଟିୟରିଂ ଛାଡ ଡାକରାକୁ ସମର୍ଥନ କରୁଛନ୍ତି । ତେବେ ଖାଲି ଝାରସୁଗୁଡା କାହିଁକି ଓଡିଶାର ବହୁ ସ୍ଥାନରେ ଡ୍ରାଇଭର ମହାସଂଘର ଡକରାକୁ ସମର୍ଥନ କରି ଡ୍ରାଇଭର ମାନଙ୍କର ଆନ୍ଦୋଳନ ଜାରୀ ରହିଛି ।

ଏହା ସହିତ ସବୁ ଡ୍ରାଇଭର ଭାଇଙ୍କ ସୁବିଧା ନିମନ୍ତେ ଦାବୀ ସବୁ ପୂରଣ ହେଉ ବୋଲି ଚାହୁଁଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *