Big Breaking: ଧୀରେ ଧୀରେ ସ୍ଵାଭାବିକ ହେଉଛି ଅବସ୍ଥା ! ଗଡିଲା ଘରୋଇ ବସ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରୋଇ ବସ ଗୁଡିକର ଚଳାଚଳ ଆରମ୍ଭ ! ତେବେ ଗତ ମାର୍ଚ ମାସ ୧୫ ତାରିଖରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ ରାଜ୍ୟବ୍ୟାପୀ ପ୍ରଭାବ ଦେଖିବାକୁ ମିଳିଥିଲା । ଯାହା ଦ୍ଵାରା ସବୁ ସ୍ଥାନରେ ବିଭିନ୍ନ ପ୍ରକାର ଗାଡି ଗୁଡିକର ଚଳାଚଳ ଠପ ହୋଇଯାଇଥିଲା । ଡ୍ରାଇଭର ମାନେ ମିଳିତ ହୋଇ ଆନ୍ଦୋଳନରେ ମାତିଥିଲେ । ତେବେ ଆଜି ସକାଳ ପର ଠାରୁ ଆନ୍ଦୋଳନର ପ୍ରଭାବ ଧୀରେ ଧୀରେ କମିବାରେ ଦେଖିବାକୁ ମିଳୁଛି ।

ସରକାରଙ୍କ ସହିତ ଡ୍ରାଇଭର ମହାସଂଘର ମିଳିତ ବୈଠକରେ ଏପରି କିଛି ନିଷ୍ପତ୍ତି  ନିଆଯାଇଛି । ଯାହାକୁ ନେଇ ଆଗାମୀ କିଛି ମାସ ଭିତରେ ଡ୍ରାଇଭର ମାନଙ୍କର ରହିଥିବା ୧୦ ଦଫା ଦାବୀକୁ ସରକାର ଧୀରେ ଧୀରେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ଅବସରରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ସଭାପତି ଦେବେନ୍ଦ୍ର କୁମାର ସାହୁ କହିଛନ୍ତି । ବସ ଓ ମାଲିକଙ୍କ ମଧ୍ୟରେ ସୌହାଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ରହିବା ଦରକାର ।

ତେବେ ଡ୍ରାଇଭର ମାନଙ୍କ ଯାହା ବି ସମସ୍ଯା ରହିଛି । ତାହାକୁ ଧୀରେ ଧୀରେ ପୂରଣ କରିବାକୁ ସରକାର ଚେଷ୍ଟା କରିବାକୁ କଥା ଦେଇଛନ୍ତି । ତେବେ ୩ ମାସ ଭିତରେ ହିଁ  ଡ୍ରାଇଭରଙ୍କ ଦାବୀ ପୂରଣ କରିବାକୁ ସରକାର କହିଛନ୍ତି । ତେଣୁ ଆନ୍ଦୋଳନର ପ୍ରଭାବ ସବୁ ସ୍ଥାନରେ ଅଳ୍ପ ଅଳ୍ପ କମିବାକୁ ଲାଗୁଛି । ତେବେ ବହୁ ଗୁଡିଏ ସ୍ଥାନରୁ ଡ୍ରାଇଭର ଭାଇ ମାନେ ଆନ୍ଦୋଳନରୁ ବାହାରି ବସ ଚଳାଚଳ ଆରମ୍ଭ କରିଲେଣି ।

ଆହୁରି କିଛି ଗୁଡିଏ ସ୍ଥାନରୁ ମଧ୍ୟ ବସ ବାହାରି ବାହାରିବା ପାଇଁ ପ୍ରସ୍ତୁତ ହେଉଛି । ତେବେ ଘରୋଇ ବସ ମହାସଂଘର ସୂଚନା ଅନୁଯାଇ ଆମର ବିଶ୍ବାସ ଯେ ଡ୍ରାଇଭର ମାନେ ଆଉ ଉତ୍ତେଜନାର ଶିକାର ହୋଇ ଆନ୍ଦୋଳନ ମୁହାଁ ହୋଇବେ ନାହିଁ । କି ଗାଡି ଚଳାଇବା ମଧ୍ୟ କରିବେ ନାହିଁ । ତେବେ ଗତ ୨ ଦିନ ଧରି ଯାନବାହାନ ଚଳାଚଳ ବନ୍ଦ ହେତୁ ସାଧାରଣ ଜନଜୀବନ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି ।

ବହୁ ଲୋକ ପରିବହନ ତଥା ଯାତାୟାତରେ ଅସୁବିଧା ମଧ୍ୟ ଭୋଗ କରୁଛନ୍ତି । ବସ ଚାଳଚଳ ପାଇଁ ସବୁ ସଂଘ ସହ ଘରୋଇ ବସ ମହାସଂଘର ଆଲୋଚନା ମଧ୍ୟ ହୋଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ। ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *