ସୌଜନ୍ୟତା ଭୁଲିଗଲେ କି ସରକାର ? ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ସୌଜନ୍ୟତା ଭୁଲିଗଲେ ଓଡ଼ିଶା ସରକାର । କୁଆଡ଼େ ଗଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା? କେନ୍ଦ୍ର ଗୃହମନ୍ତ୍ରୀ ଙ୍କୁ ରିସିଭ କରିବାକୁ ଗଲେ ନାହିଁ । ଡିଜି କିମ୍ବା ଗୃହ ସଚିବ ବି ଗଲେ ନାହିଁ । କେନ୍ଦ୍ର ଗୃହମନ୍ତ୍ରୀ ଙ୍କୁ ସ୍ୱାଗତ କରିବା କଥା । ଗଲେ ଗୃହ ବିଭାଗ ର ସ୍ୱତନ୍ତ୍ର ସଚିବ । ଭୁଲିଗଲେ ପ୍ରୋଟୋକଲ । ମାନିଲେ ନାହିଁ ରୁଲବୁକ୍ । ଆତିଥେୟତା ମଧ୍ୟ ଦେଖାଇଲେ ନାହିଁ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ବିମାନ ବନ୍ଦର ରେ ପହଁଚିବା ପରେ ତାଙ୍କୁ ସ୍ବାଗତ କରିବାକୁ ନଥିଲେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ, ନୂଆ ସଚିବ କିମ୍ବା ଡିଜିପି । ଏଭଳି କରି ପଶ୍ଚିମବଙ୍ଗ ର ନୀତି କୁ ଆପଣାଉଛନ୍ତି କି ଓଡ଼ିଶା ସରକାର?କେନ୍ଦ୍ର ମନ୍ତ୍ରୀ ଙ୍କୁ ବିରୋଧ କରିବାର ମୂଳଦୁଆ ଏହିଠାରୁ ଆରମ୍ଭ ହେଲା କି?ବିଜେଡ଼ି ର ଏଭଳି ରାଜନୀତି କୁ ନେଇ ସବୁଆଡ଼େ ଚର୍ଚ୍ଚା ।

କେନ୍ଦ୍ର ଗୃହମନ୍ତ୍ରୀ କୌଣସି ଦଳୀୟ କାର୍ଯ୍ୟକ୍ରମ ରେ ଆସି ନାହାନ୍ତି । ଏହା ତାଙ୍କ ସରକାରୀ କାର୍ଯ୍ୟକ୍ରମ । କିନ୍ତୁ ରାଜ୍ୟ ସରକାର କେବଳ ଗୃହ ବିଭାଗ ର ସ୍ୱତନ୍ତ୍ର ସଚିବ ଙ୍କୁ ପଠାଇବା ସାଧାରଣ ରେ ଗ୍ରହଣୀୟ ହୋଇପାରୁ ନାହିଁ । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ସାଂସଦ ଅପରାଜିତା ସଡ଼ଙ୍ଗୀ । ବିନାଶ କାଳେ ବିପରୀତ ବୁଦ୍ଧି ଭଳି ରାଜ୍ୟ ସରକାର ଙ୍କ ଏଭଳି ଆଭିମୁଖ୍ୟ କୁ ନେଇ ସବୁଠାରେ ଆଲୋଚନା ।

୨୦୧୯ ପରଠାରୁ ଆଜି ପର୍ଯ୍ୟନ୍ତ ସବୁ ଠିକଠାକ ଥିବା ବେଳେ ହଠାତ କାହିଁକି ବିଗିଡ଼ି ଗଲା ବିଜେଡ଼ି?ତେବେ ଏଭଳି ହେବା ପଛରେ କଣ ରହିଛି ମୁଖ୍ୟ କାରଣ? ଏମିତି ରେ ଦେଖିବାକୁ ଗଲେ ଆଜି ଇଣ୍ଡୋର ଷ୍ଟାଡିୟମ ଷ୍ଟେଜ ରେ ଏକାଠି ବସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

କିନ୍ତୁ ଏହି ଷ୍ଟେଜ ସେୟାରିଂ କଣ ବାଧ୍ୟ ବାଧକତା ରେ ଥିଲା? ତେବେ ବର୍ତ୍ତମାନ ଏହି କ୍ରିୟା ର କଣ ପ୍ରତିକ୍ରିୟା ଆସୁଛି ତାହା ହିଁ ଅପେକ୍ଷା । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *