‘୨୦୨୪ ନୁହଁ ୨୦୨୩ ରେ ନିର୍ବାଚନ’ ଦେଖନ୍ତୁ କଣ କହିଲେ ବିଜେଡ଼ି ନେତା ? ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ୨୦୨୪ ନୁହେଁ ବରଂ ୨୦୨୩ ମସିହାରେ ହେବ ନିର୍ବାଚନ । ଏକଥା ଆମେ କହୁ ନାହୁଁ । ଏହି କଥା କହୁଛନ୍ତି ସ୍ଵୟଂ ବିଜେଡ଼ି ନେତା । ତେବେ ଏ ନେଇ ବିଜେପି ନେତା କଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆସନ୍ତୁ ସେହି ସମ୍ବନ୍ଧରେ ଜାଣିବା । ତେବେ ଏହି ସମ୍ବନ୍ଧରେ ବିଜେପି ର ନେତା କହିଛନ୍ତି ଯେ, “ରାଜନୀତି ପାଇଁ ଆମେ ପ୍ରସ୍ତୁତ ଅଛୁ । ଆମେ ରାଜନୀତି କରୁଛୁ ମୁଢ଼ି ଖାଉ ନାହୁଁ ।

ଓଡ଼ିଶାର କିପରି ବିକାଶ ହେବ ଏବଂ ଓଡ଼ିଶା କିପରି ଆଗକୁ ଯିବ ସେ ନେଇ ସମସ୍ତ କାର୍ଯ୍ୟକର୍ତ୍ତା ମାନେ କଠିନ ପରିଶ୍ରମ କରିବା ଆବଶ୍ୟକ । ସେ କହିଛନ୍ତି ଯେ, ତାଙ୍କ ଟାର୍ଗେଟ ହେଉଛି ଯେତେବେଳେ ନିର୍ବାଚନ ହେବ ସେତେବେଳେ ଓଡ଼ିଶା ସରକାର ହେବ ।

ଜୟନାରାୟଣ ମିଶ୍ର ଙ୍କୁ ବିରୋଧୀ ଦଳ ର ନେତା କରାଯିବା ସହିତ ସଂଘର୍ଷ ର ପଥ କୁ ବିଜେପି ବାଛି ନେଇଛି ଏବଂ ଏ ନେଇ ସଂଘର୍ଷ ହେବ ଓଡ଼ିଶାର ରାଜରାସ୍ତା ରେ ଏବଂ ଲୋକ ମାନଙ୍କ ସମସ୍ୟା କୁ ନେଇ ଯୁଦ୍ଧ ହେବ । ବୁଥ ସ୍ତର କୁ ମଜବୁତ କରିବାକୁ କହିଛନ୍ତି ଅମିତ ଶାହ । ତେବେ ନବୀନ ପଟ୍ଟନାୟକ ଙ୍କ ଯେତେ ପ୍ରକାର ଅନ୍ୟାୟ ଓ ଅବିଚାର ରହିଛି ସେ ସବୁକୁ ପଦା ରେ ପକାଇବା ସଙ୍ଗେସଙ୍ଗେ ଲୋକ ମାନଙ୍କ ସମସ୍ୟା କୁ ନେଇ ସଂଘର୍ଷ କରିବାକୁ କହିଛନ୍ତି ଅମିତ ଶାହ ।

ତେବେ ଏହାକୁ ଆହୁରି ଅଧିକ ସକ୍ରିୟ କରିବା ନିମନ୍ତେ ପାର୍ଟି ର ତୃଣମୂଳ କାର୍ଯ୍ୟକ୍ରମ ର ଚେଷ୍ଟା ଜାରି ରହିବ । ମାନ୍ୟ ଗୃହମନ୍ତ୍ରୀ ଅମିତ ଶାହ ଯେତେବେଳେ ଆସନ୍ତି ସେ କାର୍ଯ୍ୟକର୍ତ୍ତା ଙ୍କୁ ଗୁରୁମନ୍ତ୍ର ଦେଇଥାନ୍ତି ଏବଂ ତାଙ୍କର ଆଗମନ ହିଁ ଲଢେ଼ଇ ର ସୂଚନା ଧରି ଆସିଥାଏ । ସେ ଅନେକ ଦାୟିତ୍ବ ସମ୍ବନ୍ଧରେ ସୂଚନା ଦେଇ ଯାଇଛନ୍ତି ।

ଏହା ସହିତ ଲୋକଙ୍କ ଶ୍ରଦ୍ଧା ର କିପରି ପାତ୍ର ହେବା ସେ ସମ୍ବନ୍ଧରେ ବତାଇଛନ୍ତି । ଏ ନେଇ କାର୍ଯ୍ୟକର୍ତ୍ତା ମାନେ ବେଶ ଉତ୍ସାହିତ ଅଛନ୍ତି ଏବଂ ତାଙ୍କର ଉପଦେଶ କୁ ଭବିଷ୍ୟତ ରେ ନିଶ୍ଚିତ ଭାବରେ ପ୍ରୟୋଗ କରିବେ ବୋଲି କହିଛନ୍ତି ।” ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *