ଶାଳୀନତା ଭୁଲିଗଲେ ସରକାର ! ଦେଖନ୍ତୁ କଣ ଅଟେ ପୁରା ଖବର

ବନ୍ଧୁଗଣ, ରାଜନୀତି ଏତେ ତଳକୁ ମଧ୍ୟ ଖସିପାରେ ପ୍ରତିଦ୍ଵନ୍ଦୀ ଙ୍କ ପ୍ରତି ଏହିଭଳି ନିଷ୍ଠୁର ମଧ୍ୟ ହୋଇପାରନ୍ତି ସରକାର । ପୁଣି ମହିଳା ନେତ୍ରୀ ଙ୍କୁ କରାଯାଇପାରେ ଏହିଭଳି ଅପମାନ ? ଜୀବନ ପ୍ରତି ବିପଦ ଆଣିବାକୁ ମଧ୍ୟ ପଛାଇଲାନାହିଁ ପୋଲିସ । ତେବେ ଏହି ଘଟଣା ଯେତିକି ଆଶ୍ଚର୍ଯ୍ୟ ଜନକ ଅଟେ ତାହାଠାରୁ ଅଧିକ ଲଜ୍ୟା ଜନକ ଅଟେ । ପ୍ରତିଦ୍ଵନ୍ଦୀଙ୍କ ପ୍ରତି ଏତେ ଯେ ନିଷ୍ଠୁର ଆଚରଣ କରିପାରନ୍ତି ରାଜ୍ୟସରକାର ତାହାର ଏକ ନଗ୍ନ ନମୁନା ନିଜାମ ନଗରୀ ହାଇଦ୍ରାବାଦରେ ଦେଖିବାକୁ ମିଳିଛି ।

ତେଲେଙ୍ଗାନାରୁ ଟିଆରଏସ ସରକାର ଙ୍କର କୁ ଶାସନ ଏବଂ ଏକଛାତ୍ରବାଦୀ ଶାସନ ବିରୋଦ୍ଧରେ ପଦଯାତ୍ରା କରୁଥିବା ୱାଇଏସଆର ତେଲେଙ୍ଗାନା ପାର୍ଟି ର ମୁଖ୍ୟ ସର୍ମିଲା ଙ୍କ ପ୍ରତି ବର୍ବରତା ଆଚରଣ କରିଛି ହାଇଦ୍ରାବାଦ ପୋଲିସ । ନିଜର କାର ଭିତରେ ସର୍ମିଲା ଡ୍ରାଇଭିଙ୍ଗ କରି ମୁଖ୍ୟମନ୍ତ୍ରୀ K ଚନ୍ଦ୍ରଶେଖର ରାଓ ଙ୍କ ବାସଭବନ ପାଖକୁ ଯାଉଥିଲେ ।

ମାତ୍ର ତାଙ୍କୁ ରୋକିବା ଲାଗି ହାଇଦ୍ରାବାଦ ପୋଲିସ ସମସ୍ତ ସୀମା ପାର କରିଗଲା । ସର୍ମିଲା କାର ଭିତରେ ଡ୍ରାଇଭିଙ୍ଗ ବେଳେ ଥିବା ସମୟରେ ପୋଲିସ ଗୋଟିଏ କ୍ରେନ ଲଗାଇ ତାଙ୍କ କାର କୁ ଉଠାଇ ନେଇଯାଇଥିଲା । ସର୍ମିଲା ତାହା ଭିତରେ ବସିଥିଲେ ମଧ୍ୟ ପୋଲିସ କିଛି ଶୁଣିନଥିଲା । ବରଂ ଅଧାଝୁଲା ଅବସ୍ଥାରେ କାର ଭିତରେ ଲଟକି ରହିଥିଲେ ସର୍ମିଲା ।

ସର୍ମିଲା ଙ୍କ ଦଳୀୟକର୍ମୀ ଏବଂ ମି-ଡି-ଆ ପର୍ଶନ ମାନେ ପୋଲିସ କୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଫଳ ମିଳିନଥିଲା । କିଛି ଦିନ ହେଲା ସରକାର ଙ୍କ ବିରୁଦ୍ଧରେ ତେଲେଙ୍ଗାନା ରେ ପଦଯାତ୍ରା କରୁଥିବା ସମୟରେ ସୋମବାର ଦିନ ୱାରଙ୍ଗଲରେ ସର୍ମିଳା ଙ୍କ ସମର୍ଥକଙ୍କୁ ଟିଆରଏସର କର୍ମୀ ମାନେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ୱାରଙ୍ଗଲରେ ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଆଉ ସର୍ମିଲା ଙ୍କ କାର ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । କାରର ସାମ୍ନା କାଚ ଭାଙ୍ଗିଦିଆଯାଇଥିଲା । ଏହାର ପ୍ରତିବାଦ ରେ ସର୍ମିଲା ମଙ୍ଗଳବାର ଦିନ ସକାଳେ ହାଇଦ୍ରାବାଦ ରେ ପହଞ୍ଚି ପ୍ରଗତି ଭବନ ଯାଉଥିଲେ, ମୁଖ୍ୟମନ୍ତ୍ରୀ କେସିଆର ଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇବାକୁ ଚାହିଁଥିଲେ । ମାତ୍ର ପୋଲିସ ତାଙ୍କୁ ଅଟକାଇ ଥିଲା ଆଉ ତାଙ୍କ କାର କୁ ଘୋଷାଡ଼ି ନେଇ ସଞ୍ଜିବା ରେଡି ନଗର ଥାନାରେ ରଖିଦେଇଥିଲା । ଏହି ଘଟଣା କୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ବନ୍ଧୁଗଣ ଏହିବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *