ହାତକୁ ଦି ହାତ ହେଲେ ଚର୍ଚିତ ଅଭିନେତ୍ରୀ Riya Dey, କାନ୍ଦି କାନ୍ଦି ଗଲେ ଶାଶୁଘର…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଚଳଚିତ୍ର ଜଗତର ଚକୋଲେଟ କୁଇନ ରିୟା ଦେ ବର୍ତ୍ତମାନ ହାତକୁ ଦୁଇହାତ ହୋଇଛନ୍ତି । ବାଲେଶ୍ଵର ମାଟିର ସୁକନ୍ୟା ରିୟା ଦେ’ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜ ପ୍ରେମୀ ତଥା ସ୍ଵାମୀ ସୁନିଲ ଙ୍କ ହାତଧରି ରିୟା ବର୍ତ୍ତମାନ ତାଙ୍କ ଶାଶୁଘରକୁ ଯାଇଛନ୍ତି । ବର୍ତ୍ତମାନ ସେ ତାଙ୍କର ନୂଆ ଏକ ଜୀବନ ଆରମ୍ଭ କରିଛନ୍ତି । ଗତକାଲି ବାଲେଶ୍ଵର ସ୍ଥିତ ହରି ପ୍ଲାଜା ଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ସୁନୀଲ କୁମାର ନାମକ ଏକ ଯୁବକଙ୍କ ସହିତ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି ।

୧୯୯୧ ମସିହା ଅକ୍ଟୋବର ୧୨ ତାରିଖରେ ବାଲେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ ରିୟା । ଆଉ ୨୦୧୦ ମସିହାରେ ଓଡିଆ ଚଳଚିତ୍ର ଜଗତରେ ପାଦ ଥାପିଥିଲେ । ସେ ସର୍ବ ପ୍ରଥମେ ସୁପରଷ୍ଟାର ବାବୁସାନ ଙ୍କ ସହିତ ପ୍ରେମ ଅଢେଇ ଅକ୍ଷର ଚଳଚିତ୍ରରେ ନଜର ଆସିଥିଲେ । ଆଉ ସେ ନିଖୁଣ ଅଭିନୟ ପାଇଁ ସେ ସମସ୍ତଙ୍କ ପାଖରେ ବେସ ପରିଚୟ ଲାଭ କରିଥିଲେ ।

ପ୍ରେମ ଅଢେଇ ଅକ୍ଷର ପରେ ପରେ କ୍ରୀମିନାଲ, ଧର୍ମ, ଇଡିଏଟ, ହରି ଓମ ହରି, ତୁ ଯେ ସେଇ, ଗୋଲାପି ଗୋଲାପି, କଲ୍କି ପାଗଳ କରିଛୁ ତୁ, ରଘୁପତି ରାଘବ ରାଜାରାମ, କଥା ଦେଇଥିଲି ମଥା ଛୁଇଁ, ଦିୱାନା ହେଲି ତୋ ପାଇଁ, ଆଦି ଚଳଚିତ୍ରରେ ମୁଖ୍ୟ ନାୟିକା ଭାବରେ ନିଖୁଣ ଅଭିନୟ କରି ଦର୍ଶକଙ୍କର ବେସ ପ୍ରଶଂସା ସାଉଣ୍ଟିଛନ୍ତି ରିୟା ଦେ ।

ଆଉ ବର୍ତ୍ତମାନ ସେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଯେଉଁଥି ପାଇଁ ଓଡିଆ ଚଳଚିତ୍ର ଜଗତର ଅନେକ ଗୁଡିଏ ଜଣାଶୁଣା ଚେହେରା ତାଙ୍କ ବିବାହ ଉତ୍ସବରେ ପହଞ୍ଚି ତାଙ୍କୁ ଅଭିନନ୍ଦନ ଜଣାଇ ଥିଲେ । ରିୟା ଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଖୁସି ହୋଇଥିବାର ନଜର ଆସିଥିଲେ । ସୁନିଲ ଏବଂ ରିୟା ଙ୍କ ପରିବାର ଲୋକେ ବିବାହ କୁ ନେଇ ସନ୍ତୁଷ୍ଟ ଅଛନ୍ତି ।

ବିବାହ ରେ ଖୁବ ମସ୍ତି କରିଥିଲେ ଫିଲ୍ମୀ ତାରକା ମାନେ । ସୋ-ସି-ଆ-ଲ ମି-ଡି-ଆରେ ରିୟା ଙ୍କ ବିବାହ ର ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ଏହି ସବୁ ଭିତରେ ସାରା ଓଡିଶାବାସୀ ଙ୍କ ତରଫରୁ ରିୟା ଦେ ଙ୍କର ନୂଆ ଜୀବନ ପାଇଁ ଅନେକ ଅନେକ ଶୁଭେଛା ଏବଂ ଶୁଭକାମନା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *