ସାରା ଦେଶରେ ଭାଇରାଲ ଓଡିଶା ଝିଅ…କଣ୍ଠରେ ସରସ୍ୱତୀ, ଆଉ ପ୍ରତି ଶବ୍ଦରେ ବାନ୍ଦିହୋଇଛି ସ୍ୱର…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କଣ୍ଠରେ ସରସ୍ଵତୀ ଆଉ ପ୍ରତିଶବ୍ଦରେ ବାନ୍ଧି ହୋଇଛି ସ୍ଵର । କାନକୁ ଲାଗୁଛି ସୁମଧୁର ଆଉ ମନରେ ଭରୁଛି ଅପୂର୍ବ ପୁଲ୍ଲକ । ନାମ ଅଭିଲିପ୍ସା ପଣ୍ଡା, ଏହି ସ୍ଵର ଆପଣ ନିଶ୍ଚିତ ଭାବରେ ଶୁଣିଥିବେ । କାରଣ କିଛିଦିନ ହେବ ହରହର ଶମ୍ଭୁ ଗୀତ ବେସ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ଗାଇଛନ୍ତି ଅଭିଲିପ୍ସା । ଓଡିଆ ଝିଅ ଅଭିଲିପ୍ସା ପଣ୍ଡା ଙ୍କ ଭିଡିଓ ସାରା ଦେଶରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଶିବଙ୍କ ଗୀତ “ହରହର ଶମ୍ଭୁ” ଗାଇ ସେ ବର୍ତ୍ତମାନ ଖୁବ ଚର୍ଚ୍ଚାରେ । ଅଭିଲିପ୍ସା ହେଉଛନ୍ତି ଓଡିଶାର ଦେବଗଡ ଜିଲ୍ଲା ଋଆମାଳ ଅଞ୍ଚଳର ଝିଅ । ମାତ୍ର ତାଙ୍କ ପରିବାର ବଡ଼ବିଲ ସ୍ଥିତ କଳିଙ୍ଗ ଉତ୍ତମ କଲୋନୀରେ ରହୁଛନ୍ତି । ଅଭିଲିପ୍ସା ଙ୍କ ବାପା ହେଉଛନ୍ତି ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ । ଅବସର ପରେ ସେ ବଡ଼ବିଲରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ।

ତେବେ ଅଭିଲିପ୍ସାଙ୍କ ଏହି ଗୀତ ଭାଇରାଲ ହେବାପରେ ଖୁବ ପ୍ରଶଂସା ସାଉନ୍ଟୁଛନ୍ତି ସେ । ଅନ୍ୟ ପଟରେ ଆଗାମୀ ଦିନରେ ତାଙ୍କର ଆହୁରି ଏହିଭଳି ଗୀତ ପ୍ରଶଂସା ଯୋଗ୍ୟ ହେବ ବୋଲି ସେ ଆଶା ବାନ୍ଧିଛନ୍ତି । ଅଭିଲିପ୍ସା ଏହି ବାବଦରେ କହିଛନ୍ତି ଯେ ଏହି ଗୀତଟି ଏତେ ଭାଇରାଲ ହେବ ବୋଲି ମୁଁ ଜାଣିନଥିଲି । ଦର୍ଶକ ମାନଙ୍କୁ ଏତେ ପସନ୍ଦ ହୋଇଛି ଏଣୁ ସହୃଦୟ ଧନ୍ୟବାଦ ଦେଇଛନ୍ତି କଣ୍ଠଶିଳ୍ପୀ ଅଭିଲିପ୍ସା ।

ସେ କହିଛନ୍ତି ଯେ ଗୀତଟି ମୋ ପାଇଁ ହେଉଛି ରୁଚି । ଯେହେତୁ ପିଲାଦିନୁ କଳାରେ ରୁଚି ରହିଥିବାରୁ ଏହିଭଳି ଗୀତ ଗାଇବା ଦ୍ଵାରା ମତେ ଖୁସି ଲାଗୁଅଛି । ତେବେ ସଫଳତା ପାଇଁ ଅନବରତ ପ୍ରଚେଷ୍ଟା ଜାରି ରଖିଛନ୍ତି ଅଭିଲିପ୍ସା । ଏହା ସହିତ ସେ ଦିନେ ନା ଦିନେ ବଡ ଗାୟିକା ହେବାର ସ୍ଵପ୍ନ ତାଙ୍କର ସାକାର ହେବ ବୋଲି ସେ ଆଶା ରଖିଛନ୍ତି ।

ତେବେ କୁନି ଝିଅର ଏଭଳି କିଛି ନୂଆ କରି ଦେଖାଇବାର ପ୍ରତିଭାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହା ସହିତ ଦର୍ଶକେ ଆଶୀର୍ବାଦ ଦେଇ କହିଛନ୍ତି ଯେ ଝିଅଟି ଭଗବାନଙ୍କ କୃପାରୁ ଆଗକୁ ଯାଉ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *