‘ପାକିସ୍ତାନୀ କହୁଛନ୍ତି ଆମେ ପୁରୀ ଆସିବୁ’ ଦେଖନ୍ତୁ ପୁରୀକୁ ଆସିଥିବା ଜଣେ ଭକ୍ତଙ୍କ ପ୍ରତିକ୍ରିୟା, ଦେଖନ୍ତୁ Video

ବନ୍ଧୁଗଣ, ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅଥବା ଘୋଷଯାତ୍ରାକୁ ନେଇ ଲକ୍ଷ ଲକ୍ଷ ଭକ୍ତ ବର୍ତ୍ତମାନ ନିଜ ଅନୁଭବ ତଥା ଆନନ୍ଦ ସମ୍ବନ୍ଧରେ କହିଛନ୍ତି । ପ୍ରାୟ ଦୁଇବର୍ଷ ପରେ, ଯେଉଁମାନେ ଘରେ ବସିଥିଲେ ତଥା ଯେଉଁ ଭକ୍ତ ମାନଙ୍କର ଉତ୍ସାହ ଥିଲା ନିଜ ମାଲିକ ତଥା ନିଜ ସ୍ଵାମୀ ଙ୍କୁ ଦେଖିବା ନିମନ୍ତେ ଆଜି ସେହି ଅପେକ୍ଷାର ସମାପ୍ତ ଘଟିଛି । ସମସ୍ତେ ଟିଭିରେ ନେଟରେ ଦେଖୁଥିଲେ ଯେ କେବେ ଆମ୍ଭକୁ ସୁଯୋଗ ମିଳିବ ? ତେବେ ଆଜି ପ୍ରଭୁ ଜଗନ୍ନାଥ ସ୍ଵୟଂ ସୋଯୋଗ ଦେଇଛନ୍ତି ।

ମାତ୍ର ଏହାକୁ ଖୁସି ବୋଲି ବିବେଚିତ ନ କରି ପରମାନନ୍ଦ କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରଭୁଙ୍କର ମଧ୍ୟ ସମସ୍ତ ଭକ୍ତଙ୍କ ପାଖକୁ ଯିବା ନିମନ୍ତେ ଇଛାଶକ୍ତି ଜାଗୃତ ହୋଇଅଛି । କାରଣ ଭକ୍ତ ଠାରୁ ଭଗବାନ ଦୂରେଇ ରହିପାରିବେ ନାହିଁ । ଜଗନ୍ନାଥଙ୍କ ନୟନ ବିଶାଳ ସେ ପ୍ରତ୍ୟକ ଭକ୍ତଙ୍କ ଦୁଖଃକୁ ଦେଖି ବୁଝିପାରନ୍ତି । ଆମ୍ଭର ଯେଉଁ ଦଶାବତାର ରହିଅଛନ୍ତି ଯଦି ସେମାନଙ୍କ ଦର୍ଶନ ଏକାସହିତ ଦରକାର ତେବେ ତାହା ଆମ୍ଭର ଶ୍ରୀ ଜଗନ୍ନାଥଙ୍କ ନିକଟରେ ରହିଥାଏ ।

ପୁରୀକୁ ଆସିଥିବା ଜଣେ ଭକ୍ତଙ୍କ ପ୍ରତିକ୍ରିୟା ଏହାଥିଲା ଯେ ତାଙ୍କ ସହିତ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଫେସବୁକ ଏବଂ ଇଂଷ୍ଟାଗ୍ରାମରେ ପାକିସ୍ତାନୀ ହିନ୍ଦୁ ଯୋଡି ହୋଇ ରହିଅଛନ୍ତି ।ଏବଂ ସେମାନେ ବାରମ୍ବାର ଗୋଟିଏ କଥା କହୁଛନ୍ତି ଯେ ଆମ୍ଭର ଆମ୍ଭ ଜୀବନରେ କେବଳ ଗୋଟିଏ ସ୍ଵପ୍ନ ରହିଅଛି ଯେ ସେମାନେ ପୁରୀ ଆସି ଜଗନ୍ନାଥଙ୍କର ଦର୍ଶନ କରିବେ । ମାତ୍ର ସେ ନିଜ ସରକାରଙ୍କ ଠାରୁ ଦୀର୍ଘ ୪୦ ବର୍ଷ ଧରି VISA ନିମନ୍ତେ ଆପ୍ଳାଏ କରିଛନ୍ତି କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭବ ହୋଇପାରୁନାହିଁ ।

ଭକ୍ତ ଜଣକ କହିଛନ୍ତି ଯେ ମତେ ଆଦୌ ନିଦ ନାହିଁ ଏବଂ ମୋ ରୋମ ଟାଙ୍କୁରି ହୋଇଯାଉଅଛି ଯେ କେବେ ରଥଯାତ୍ରାକୁ ମୁଁ ଦେଖିବି । ସ୍ନାନ ଯାତ୍ରା ନିମନ୍ତେ ମଧ୍ୟ ସେ ଆସିଥିଲେ ଏବଂ ସଂପୂର୍ଣ୍ଣ ରାତି ଛିଡା ହୋଇ ଦେଖିଲି ଯେ କିଭଳି ଚମତ୍କାର ଦୃଶ୍ୟ ଅଟେ ଏହା ? ୪ ଟି ଧାମ ମଧ୍ୟରୁ କେହି ବାହାରକୁ ଆସି ଭକ୍ତଙ୍କ ପାଖରେ ପହଞ୍ଚନ୍ତି ନାହିଁ ।

ମାତ୍ର ଆମ୍ଭ ପ୍ରଭୁ ସେ ସଂପୂର୍ଣ୍ଣ ଭାବରେ ଭକ୍ତଙ୍କ ଡୋରୀରେ ବନ୍ଧା । ତାଙ୍କୁ କେହି ଅଟକାଇପାରିବେ ନାହିଁ । ତେବେ ଭକ୍ତ ଏବଂ ଭଗବାନଙ୍କ ଏହି ଚମତ୍କାରୀ ମିଳନ କୁ ଅନେକ ଦର୍ଶକେ ଚାତକ ଭଳି ଚାହିଁ ବସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *