ସାରା ଅଲି ଖାନ ପିଏମ କେୟାର୍ସ ଫଣ୍ଡରେ କରିଲେ ଦାନ, ହେଇଗଲେ ଦାନ କରିଥିବା ସବୁଠୁ କମ ବୟସର ଅଭିନେତ୍ରୀ

ପୁରା ବିଶ୍ଵ ଏହି ସମୟରେ ଭୟଙ୍କର ମହାମାରୀ ମଧ୍ୟ ଦେଇ ଗତି କରୁଛି । ବିଶ୍ଵ ମହାମାରୀ କରୋନା ଠାରୁ କେହି ବି ଅପରିଚିତ ନୁହନ୍ତି । ଏହି ମହାମାରୀ ପୁରା ବିଶ୍ଵକୁ ନିଜ ଅଧୀନରେ ନେଇସାରିଛ । ଆମେରିକା, ଇଟାଲୀ ଭଳି ଅନ୍ୟ କେତେକ ଦେଶରେ ତ ଭୟଙ୍କର ସ୍ଥିତି ରହିଛି । ବର୍ତ୍ତମାନ ଏହା ଭାରତ ଆଡକୁ ବି ଧୀରେ ଧୀରେ ବଢିବାରେ ଲାଗିଛି । ଭାରତରେ ଲଗାତର ଏହାର ମାମଲା ବଢିବାରେ ଲାଗିଛି । ଏହି କାରଣରୁ ଏହି ସମୟରେ ସମ୍ପୂର୍ଣ ଭାରତ ଲକଡାଉନର ସାମ୍ନା କରୁଛି । ଏହା ଛଡା ଏହି ମହାମାରୀ ସହ ଲଢିବା ପାଇଁ ପୁରା ବିଶ୍ଵ ଲକଡାଉନର ସାମ୍ନା କରୁଛି ।

ଏହା ଛଡା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସହ ଲଢିବା ପାଇଁ ସରକାରଙ୍କୁ ସାହାର୍ଯ୍ୟ କରିବା ପାଇଁ କହୁଛନ୍ତି । ଏହି ଉଦ୍ଦେଶ୍ୟ ପାଇଁ ସେ ପିଏମ କେୟାର୍ସ ଫଣ୍ଡ ଆରମ୍ଭ ବି କରିଛନ୍ତି । ଏହି ଫଣ୍ଡରେ କେତେକ ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଦାନ କରୁଛନ୍ତି । କେତେକ ପ୍ରସିଦ୍ଧ ଷ୍ଟାରମାନଙ୍କ ଠାରୁ ନେଇ ସାଧାରଣ ବ୍ୟକ୍ତି ପର୍ଯ୍ୟନ୍ତ ଏହି ଫଣ୍ଡରେ ନିଜର ଯୋଗଦାନ ଦେଉଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଏହି ଫଣ୍ଡରେ ସମସ୍ତ ପ୍ରସିଦ୍ଧ ଷ୍ଟାରମାନଙ୍କ ମଧ୍ୟରେ ସବୁଠୁ କମ ବୟସର ଯୋଗଦାନ ଦେଇଥିବା ସାରା ଅଲୀ ଖାନ ଅଟନ୍ତି । ଯିଏ କୋବିଡ ୧୯ ବିରୁଦ୍ଧରେ ସରକାରୀ ଯୁଦ୍ଧରେ ନିଜର ଯୋଗଦାନ ପିଏମ କେୟାର୍ସ ଫଣ୍ଡରେ ଦେଇଛନ୍ତି । ଏହା ଛଡା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ବି ଯୋଗଦାନ ଦେଇଛନ୍ତି । ସେ ପିଏମ କେୟାର୍ସରେ ଦାନ କରିବା ସହିତ ଦେଶର ଜନତାଙ୍କୁ ବି ନିଜ କ୍ଷମତା ଅନୁସାରେ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ।

ସାରା ନିଜର ସୋସିଆଲ ମିଡିଆ ପୋସ୍ଟରେ ଲେଖିଲେ – ମୁଁ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ଦାନ କରିବା ପାଇଁ ସଂକଳ୍ପ ନେଉଛି । ଏହା ଛଡା ସେ ଆଗକୁ କୁହନ୍ତି କି, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି ସେ ନିଜର କ୍ଷମତା ଅନୁସାରେ ଦେଶକୁ ସାହାର୍ଯ୍ୟ କରନ୍ତୁ । ସବୁ ଯୋଗଦାନ ମହତ୍ଵ ରଖିଥାଏ । ସାରା କୁହନ୍ତି କି ଏକତା ହିଁ ଏହି ମହାମାରୀ ସହ ଲଢିବାର ଏକମାତ୍ର ଅସ୍ତ୍ର ଅଟେ । ଏହା ସହିତ ସାରା କହିଲେ କି ଭଲ କାମ କରିବାର ସମୟ ଆସି ଯାଇଛି ।

ସାରା ଅଲୀ ଖାନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଲେ କି ଗରିବ ଲୋକମାନଙ୍କ ସାହାର୍ଯ୍ୟ କରନ୍ତୁ । ଆପଣଙ୍କର ସମସ୍ତ ଯୋଗଦାନ ରକ୍ଷା ଓ ଗରିବମାନଙ୍କୁ ଖାଦ୍ୟ ସାମଗ୍ରୀ ଦେବାରେ ସାହାର୍ଯ୍ୟ କରିବ । ମୁଁ ଅନୁରୋଧ କରୁଛି ଓ ନିବେଦନ ବି କରୁଛି । ଏହା ପରେ ସେ ଲେଖିଲେ – #jaihind #staysafe #IndiaFightsCorona’.

ବଲୀଉଡର ଷ୍ଟାରମାନଙ୍କ ମଧ୍ୟରେ ସବୁଠୁ କମ ବୟସର ଅଭିନେତ୍ରୀ ସାରା ଅଲୀ ଖାନ ପିଏମ କେୟାର୍ସ ଫଣ୍ଡରେ ନିଜର ଯୋଗଦାନ ଦେଇ ଏହା ପ୍ରମାଣିତ କରିଦେଇଛନ୍ତି କି ସମସ୍ତେ ନିଜ ଇଚ୍ଛା ଅନୁସାରେ ଯୋଗାଦାନ କରି ପାରିବେ । କହିଦେଉଛୁ କି ସାରା ଅଲୀ ଖାନ ପଟୌଦୀ ଖାନଦାନର ଝିଅ ଅଟନ୍ତି ଓ ଫିଲ୍ମ ଷ୍ଟାର ସୈଫ ଅଲୀ ଖାନ ତାଙ୍କର ପିତା ଅଟନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ସାରା ଅଲୀ ଖାନ ଯୁବପିଢିମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଅଛନ୍ତି ।

Leave a Reply

Your email address will not be published. Required fields are marked *