ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଲା ସୂଚନା, ଓଡିଶାରେ ଷଷ୍ଠ କାରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଦିନକୁ ଦିନ କରୋନା ସଙ୍କଟ ବଢୁଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଷଷ୍ଠ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି । ପୂର୍ବରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଥିବା ବେଳେ ସେଥିରୁ ପ୍ରଥମ ଓ ଦ୍ଵିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ପରେ ୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଆଜି ଷଷ୍ଠ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନାରୁ ଜଣା ପାଡିଛି କି ଷଷ୍ଠ କରୋନା ଆକ୍ରାନ୍ତ ଜଣକ କଟକର ଅଟନ୍ତି ଓ ସେ ନିକଟରେ ଦିଲ୍ଲୀ ରୁ ଫେରିଥିଲେ ।

ଏହା ସହିତ ସେ କଟକର ପ୍ରଥମ କରୋନା ରୋଗୀ ଅଟନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ବିଟ କରି ଏହାର ସୂଚନା ଦେଇଛନ୍ତି । ଏଥି ସହିତ ସେ କାହା ସହିତ ମିଳାମିଶା କରିଥିଲେ ବା କେତେଜଣଙ୍କ ସଂସ୍ପର୍ଶରେ ଆସିଥିଲେ ଏହାର ସୁଚନା ହାସଲ କରିବାରେ ଲାଗି ପଡିଛି, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

କିଛି ସମୟ ପୂର୍ବରୁ ରାଜ୍ୟ ସରକାର ଭୁବନେଶ୍ଵର ଓ ଭଦ୍ରକ ଟାଉନ କୁ ସଂପୂର୍ଣ୍ଣ ଲକ ଡାଉନ ଘୋଷଣା କରିଥିଲେ । ବର୍ତ୍ତମାନ କଟକରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକକୁ ମଧ୍ୟ ଏଥିରେ ସାମିଲ କରି ଦିଆଯାଇଛି । ଏହି ସଟଡାଉନ୍ ୪୮ ଘଣ୍ଟା ପାଇଁ ଜାରି କରା ଯାଇଛି । ଆଜି ରାତି ୮ ଟା ରୁ ରବିବାର ରାତି ୮ ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ କର୍ଫ୍ଯୁ ଜାରି କରାଯାଇଛି । ଏବେ କଟକରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି ଓ ସରକାର ଏହି ପଦକ୍ଷେପ ନେଇଛନ୍ତି । ତେଣୁ ନିଜକୁ ଓ ନିଜ ପରିବାରକୁ ସୁସ୍ଥ ରଖିବା ପାଇଁ ସରକାରଙ୍କର ଏହି ସଟଡାଉନ୍ ନିୟମକୁ ପାଳନ କରନ୍ତୁ ।

Leave a Reply

Your email address will not be published. Required fields are marked *