Big Breaking: ସଫଳ ହେଲା ଅପରେସନ ଜିନ୍ଦଗୀ, ନୂଆ ଜୀବନ ପାଇଲା Rahul, କିପରି ସୁଡଙ୍ଗ ଦେଇ ରାହୁଲକୁ ବାହାର କରାଗଲା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବୋରୱେଲରେ ଫସିଥିବା ଦିବ୍ୟାଙ୍ଗ ବାଳକ ରାହୁଲ ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଗାତ ଭିତରେ ରାହୁଲ 105 ଘଣ୍ଟାରୁ ଅଧିକ ସମୟ ସଂଘର୍ଷ କରିବା ପରେ ଏବେ ନିଜ ଜୀବନକୁ ଫେରି ପାଇଛି । ଗତ ଶୁକ୍ରବାର ଦିନ ରାହୁଲ ବୋରୱେଲ ଗାତରେ ଫସିଯାଇଥିଲା । ଆଉ ଏହା ପରେ ଆରମ୍ଭ ହୋଇଥିଲା ମିସନ ରାହୁଲ । ରାହୁଲକୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ଏସଡିଆରଏଫ ଟିମକୁ ନିଯୁକ୍ତ କରଯାଇଥିଲା ।

ଏହା ପରେ ଏହି ଉଦ୍ଧାର କାର୍ଯ୍ୟରେ ରୋବୋଟିକ ଟିମ ଓ ଭାରତୀୟ ସେନା ମାନେ ବି ଯୋଗ ଦେଇଥିଲେ । 4 ଦିନ ଯାଏଁ ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଶୋକାକାଳ ପରିବେଶ ସୃଷ୍ଟି ହୋଇଥିଲା । ଅନ୍ୟ ପଟରେ ରାହୁଲର ବାପା-ମା ଦୁଃଖରେ ଭାଙ୍ଗି ପଡିଥିଲେ । ହେଲେ ବନ୍ଧୁଗଣ ହାର ମାନି ନଥିଲା ରାହୁଲ ଓ ପ୍ରଶାସନ ।

ଦିନ ଯେମିତି ଗଡି ଗଡି ଗଲା ସେହି ଅନୁସାରେ ନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଥିଲେ । ହେଲେ ବନ୍ଧୁଗଣ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ଏକ ବଡ ପଥର ବାଧକ ସାଜି ଥିଲା । କେବଳ ସେହି ପଥରକୁ କାଟିବା ପାଇଁ କେତେକ ଅତ୍ୟାଧୁନିକ ମେସିନର ବ୍ୟବହାର କରଯାଇଥିଲା ।

ଏନଡିଆରଏଫ ଓ ଏସଡିଆରଏଫ ଟିମ ସେହି ପଥର ଖଣ୍ଡକୁ କାଟିବା ପାଇଁ ଦିନ ରାତି ଏକ କରି ଦେଇଥିଲେ । ଏହି ଘଟଣା ଉପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ କଡା ନଜର ରଖିଥିଲେ । ଆମେ ଆପଣ ମାନଙ୍କୁ କହି ରଖୁ ଯେ, ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ବାଳକ ସେ କଥା କହି ପାରେନି କି କିଛି ଶୁଣି ପାରେନି । 105 ଘଣ୍ଟା ବୋରୱେଲ ଭିତରେ ରହି ମଧ୍ୟ ରାହୁଲ ଧର୍ଯ୍ୟ ହରା ହୋଇ ନଥିଲା ।

ରାହୁଲ କିଛି ନ ଖାଇ ନ ପିଇ ଏତେ ସମୟ ପର୍ଯ୍ୟନ୍ତ କେମିତି ବୋରୱେଲ ଭିତରେ ରହିଲା ତାହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ । ହେଲେ ବନ୍ଧୁଗଣ ଶୋଭାଗ୍ୟ ବଶତଃ ଗତ କାଲି ରାତିରେ ରାହୁଲକୁ ଉଦ୍ଧାର କରାଗଲା । ଏବେ ରାହୁଲ ନୂଆ ଜୀବନ ପାଇଛି । ବୋରୱେଲରୁ ବାହାର କରିବା ପରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଚେକ୍ କରାଯାଇ ତାକୁ ଆପୋଲୋ ହସ୍ପିଟାଲ ପଠା ଯାଇଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *