ଚାଲିଛି Rahul ର ଚିକିତ୍ସ୍ୟା…ବିଳାସପୁର ର Apollo Hospital ରେ ଏବେ କେମିତି ଅଛନ୍ତି Rahul, ଦେଖନ୍ତୁ Video

ବନ୍ଧୁଗଣ, ମୃ-ତ୍ୟୁ କୁ ମାତ ଦେଇ ୫ ଦିନ ୪ ରାତି ବୋରୱେଲ ଗାତ ଭିତରେ ଫସିଥିବା ରାହୁଲ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣ ର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ । ରାହୁଲ କଥା କହିପାରେନାହିଁ କି ଶୁଣିପାରେନାହିଁ । ମାତ୍ର ଧର୍ଯ୍ୟ ଆଉ ସାହସ ଆଗରେ ହାର ମାନିଲା ମୃ-ତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି ।

ରାହୁଲ କୁ ଉଦ୍ଧାର ପରେ ବିଳାସପୁର ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ଆଉ ବର୍ତ୍ତମାନ ରାହୁଲ ର ସ୍ୱାସ୍ଥ୍ୟବସ୍ତା ଯାଞ୍ଚ କରାଯାଉ ଅଛି । ସେ ବର୍ତ୍ତମାନ ସୁସ୍ଥ ଥିବା ଅଭିଜ୍ଞ ଡାକ୍ତର ମାନେ କହିଛନ୍ତି । ବର୍ତ୍ତମାନ ରାହୁଲ ର ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ବେଳେ ରାହୁଲ ର ଚିକିତ୍ସ୍ୟା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଅଛି । ରାହୁଲ ପାଖରେ ତାଙ୍କ ବାପା ମା’ ଉପସ୍ଥିତ ଥିବା ସମୟରେ ରାହୁଲ ଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷଜ୍ଞ ଡାକ୍ତର ଙ୍କ ନଜର ରହିଅଛି ।

ତେବେ ସୂଚନା ଅନୁଯାୟୀ ରାହୁଲ ସକାଳୁ କିଛି ତରଳ ଖାଦ୍ୟ ମଧ୍ୟ ଖାଇଛି ଯାହା ସମସ୍ତଙ୍କ ପାଇଁ ବହୁତ ଖୁସି ଖବର ଅଟେ । ଆଉ ସେପଟେ ଛତିଶଗଡ ର ଏହା ହେଉଛି ସବୁଠାରୁ ବଡ ଏବଂ ସଫଳ ଅପରେସନ ବୋଲି କୁହାଯାଉଅଛି । ବୋରୱେଲ ଗାତରେ ଫସିଥିବା ଦିବ୍ୟାଙ୍ଗ ନାବାଳକ କୁ ଉଦ୍ଧାର କରିବା ନିମନ୍ତେ ସେନା NDRF ତଥା SDRF ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଦିନରାତି ଏକ କରିଦେଇଥିଲେ ।

ଯାହାକୁ ସଭିଏଁ ପ୍ରଶଂସା କରୁଛନ୍ତି ଏବଂ ସମସ୍ତଙ୍କୁ ସାଲୁଟ ମାରୁଛନ୍ତି । ରାହୁଲ ଙ୍କ ମା’ କାନ୍ଦି କାନ୍ଦି ଧର୍ଯ୍ୟହରା ହୋଇ ବାରମ୍ବାର ବେହୋସ ହୋଇଯାଉଥିଲେ ମଧ୍ୟ ରାହୁଲ ଙ୍କ ବାପାଙ୍କର ସଂପୂର୍ଣ୍ଣ ଭାବରେ ଭରୋଷା ରହିଥିଲା ପ୍ରଶାସନ ଉପରେ । ଏବଂ ତାହା ସପହଲ ମଧ୍ୟ ହେଲା ।

୧୨ ବର୍ଷ ର ରାହୁଲ ଙ୍କ ସାହାସକୁ ମଧ୍ୟ ମାନିବାକୁ ହେବ ଯେ ସେ ନିଜର ସାହାସ କୁ ବଜାୟ ରଖି ବୋରୱେଲ ଭିତରେ ସାପ ଥାଇ ମଧ୍ୟ ନିର୍ଡର ହୋଇ ରହିଥିଲେ । ତେବେ ସମଗ୍ର ଦେଶବାସୀ ଙ୍କ ପ୍ରାର୍ଥନା ଭଗବାନ ଶୁଣିଛନ୍ତି ଏବଂ ରାହୁଲ ବର୍ତ୍ତମାନ ସୁରକ୍ଷିତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *