ହେଲିକପ୍ଟରରେ ହେବ Modi-Naveen ଙ୍କ ଆଲୋଚନା ! ଜାଣନ୍ତୁ ପୁରା ଖବର…

ବନ୍ଧୁଗଣ, ସୂଚନା ଅନୁଯାୟୀ ମୋଦୀ ଆସିବେ ନବୀନ ତାଙ୍କ ସହିତ ଯିବେ । ରାଷ୍ଟ୍ରପତି ନିର୍ବାଚନା ନେଇ ହେଲିକପ୍ଟରରେ ଆଲୋଚନା କରିବେ । ମୋଦୀ ମନାଇବେ ନବୀନ ଙ୍କୁ । ମୁଖ୍ୟମନ୍ତ୍ରୀ କିଛି ମାଗିବେ ପ୍ରଧାନମନ୍ତ୍ରୀ ଙ୍କୁ । ପାରାଦୀପ ରେ ହେବ କାର୍ଯ୍ୟକ୍ରମ । ଏନଡିଏ ପ୍ରାର୍ଥୀ ଙ୍କ ପାଇଁ ପଥ ହେବ ସୁଗମ । ଜୁନ ୨୧ ରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ସେ ପାରାଦୀପ ଠାରେ ବିଭିନ୍ନ ପ୍ରକଳ୍ପ ର ଲୋକାର୍ପଣ କରିବେ । ଜୁନ ୨୯ ତାରିଖ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଶେଷ ତାରିଖ ।

ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶଗସ୍ତ କରିବେ ବୋଲି କୁହାଯାଉଅଛି । ମୋଦୀ ଙ୍କ ଓଡିଶା ଗସ୍ତ ନେଇ ରାଷ୍ଟ୍ରପତି ନିର୍ବାଚନ ରଣନୀତି ର ବାଶ୍ନା ବାରି ହୋଇ ପଡୁଛି । ଖବର ଅନୁସାରେ ମୋଦୀ ୨୧ ତାରିଖରେ ବାୟୁସେନା ର ସ୍ଵତନ୍ତ୍ର ବିମାନ ଯୋଗେ ଭୂବନେଶ୍ଵରରେ ଆସି ପହଞ୍ଚିବେ । ସେଠାରୁ ସେ ହେଲିକପ୍ଟର ଯୋଗେ ପାରାଦୀପ ଯିବେ ।

ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରହିବେ ବୋଲି ଅସମର୍ଥିତ ସୂତ୍ର ରୁ ଜଣା ପଡିଛି । ଯେହେତୁ ରାଷ୍ଟ୍ରପତି ନିର୍ବାଚନ ଲାଗି ଏନଡିଏ ପାଖରେ ୟୁପିଏ ଠାରୁ କିଛି କମ ପ୍ରତିଶତ ଭୋଟ ରହିଅଛି ସେଥିପାଇଁ ଏହି ସ୍ୱଳ୍ପକାଳୀନ ହେଲିକପ୍ଟର ଯାତ୍ରା ବେଳେ ମୋଦୀ ନବୀନ ଙ୍କୁ ମନାଇ ପାରନ୍ତି ବୋଲି ଆଲୋଚନା ହେଉଅଛି ।

ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଗସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇ ନାହିଁ । ତଥାପି ମଧ୍ୟ କେଉଁ କେଉଁ ପ୍ରକଳ୍ପ ର ଲୋକାର୍ପଣ କରିବେ ମୋଦୀ ସେ ନେଇ ସମସ୍ତ ମନ୍ତ୍ରାଳୟ କୁ ତାଲିକା ମଗାଯାଇଅଛି । ସୋମବାର ପ୍ରଧାନ ମନ୍ତ୍ରୀ ଙ୍କ ଦଫତର ତରଫରୁ ଏକ ଟିମ ପାରାଦୀପ ଗସ୍ତ କରି ବିଭିନ୍ନ ଜିନିଷ ବୁଲି ଦେଖିଛନ୍ତି । ଜାତୀୟ ରାଜନୀତି ଦ୍ରୁଷ୍ଟି ରୁ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଲାଗି କେନ୍ଦ୍ରରେ କ୍ଷମତାଧୀନ ବିଜେପି ପାଇଁ ବିଜେଡି ର ସମର୍ଥନ ନିହାତି ଆବଶ୍ୟକ । ସେହି ଦ୍ରୁଷ୍ଟି ରୁ ରାଜ୍ୟ ରେ ବିଭିନ୍ନ ପ୍ରସଙ୍ଗ ଥିଲେ ସୁଦ୍ଧା ବିଜେଡି କୁ ରାଜ୍ୟ ବିଜେପି ଟାର୍ଗେଟ କରୁନାହିଁ ।

କାଳେ ବିଜେଡି ଫିଡିକି ଯିବ ସେହି ଆଶଙ୍କା ରେ ରାଜ୍ୟ ବିଜେପି ନେତା ଚୁପ ରହୁଛନ୍ତି । ଆଉ ଯଦି ହେଲିକପ୍ଟର ଗସ୍ତ ବେଳେ ମୋଦୀ ନବୀନ ଙ୍କୁ ମନାଇପାରିବେ ତେବେ ବିଜେଡି ମଧ୍ୟ କିଛି ସର୍ତ୍ତ ରଖିପାରେ ବୋଲି ଆଲୋଚନା ହେଉଅଛି । କଣ ରହିବା ସେହିସବୁ ସର୍ତ୍ତ ତାହା ତ ଭିନ୍ନ କଥା ମାତ୍ର ବିଜେପି କୁ ନବୀନ ଙ୍କ ସାହାରା ନିଶ୍ଚିତ ଦରକାର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *