ସାପ ବଞ୍ଚାଇଲା ଜୀବନ, ବେଙ୍ଗ ପାଲଟିଲା ସାଥି…Rahul Rescue ପରେ ଏବେ ସାମ୍ନାକୁ ଆସିଲା ଏହି ଭୟଙ୍କର ସତ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସାପ ନଥିଲେ ସାହାସ ପାଇ ନଥାନ୍ତା ରାହୁଲ । ବେଙ୍ଗ ଦେଖୁଥିଲା ସଂଘର୍ଷ । ନିର୍ବାକ ସାପ ସାଜିଥିଲା ବନ୍ଧୁ । ଅନ୍ଧାରିଗାତ ରେ ଯେତେବେଳେ ରାହୁଲ ଏକାକୀ ଲଢୁଥିଲେ ଜୀବନ ଯୁଦ୍ଧ, ସେତେବେଳେ କେହି ନଥିଲେ ତାଙ୍କୁ ସାହାର୍ଯ୍ୟ କରିବାକୁ । କୁହାଯାଏ ଯେ ବୁଢିଯାଉଥିବା ଲୋକ କୁ କୁଟାଖିଅ ଆସରା । ସେହିଭଳି ରାହୁଲ ଙ୍କୁ ଲୋଡା ଥିଲା ଜଣେ ବନ୍ଧୁ । ରାହୁଲ କଥା କହି ପାରନ୍ତି ନାହିଁ । ତଥାପି ଜଣେ ବନ୍ଧୁ ମିଳିଲେ ଦୂର ହେବ ଏକାନ୍ତ । ଭଗବାନ ରାହୁଲ ଙ୍କ ଡାକ ଶୁଣିଲେ ।

୮୦ ଫୁଟ ଗତ ଭିତରେ ଥିଲେ ଅହିନକୁଳ ସମ୍ପର୍କ ଥିବା ସାପ ଆଉ ବେଙ୍ଗଟିଏ । ବେଙ୍ଗ ର ଶିକାର କରିବା ନିମନ୍ତେ ସାପ ସବୁବେଳେ ଛକି ବସିଥାଏ । ମଣିଷ କୁ ଦେଖିଲେ ଆକ୍ରମଣ କରିଥାଏ । ମାତ୍ର ଏ ସବୁ ଘଟି ନଥିଲା । ସାପ ନା ବେଙ୍ଗ ର ଶିକାର କରିଲା ନା ରାହୁଲ ଙ୍କୁ ଆକ୍ରମଣ । ବେଙ୍ଗ ଏବଂ ସାପ ରାହୁଲ ଙ୍କର ବନ୍ଧୁ ସାଜିଲେ ।

ପରସ୍ପର କୁ ଆକ୍ରମଣ ପ୍ରତ୍ୟାକ୍ରମଣ କରିବା ବଦଳରେ ମଣିଷ ବନ୍ଧୁ ର ସାହାରା ପଲଟିଲେ । ସେମାନେ ବୁଝିଗଲେ ଯେ ମଣିଷ ବନ୍ଧୁ ଟି ବିପଦ ରେ ଅଛି ଆଉ ତାକୁ ଆମ ସାହାରା ଲୋଡା ।ଏହିଭଳି ୩ ଜଣ ଙ୍କ ବନ୍ଧୁତା ୫ ଦିନ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଲା । ସତରେ ସାପ ଜୀବନ ବଞ୍ଚାଇଲା ଏବଂ ସାପ ସାଥି ପାଲଟିଗଲା ।

୫ ଦିନ ହେବ ପ୍ରାୟ ୧୦୦ ଘଣ୍ଟା ରୁ ଅଧିକ ସମୟ ହେବ ବୋରୱେଲ ଭିତରେ ରାହୁଲ ଜୀବନ ସହିତ ଲଢେଇ କରୁଥିଲା । ଏପଟେ ବାହାରେ ରାହୁଲ ଙ୍କ ମାତା ପିତା ବ୍ୟସ୍ତ ହୋଇପଡିଥିଲେ । ଜିଲ୍ଲା ପ୍ରଶାସନ ଙ୍କ ସମେତ ଉଦ୍ଧରକାରୀ ଟିମ ପ୍ରାଣପ୍ରଣେ ଦିନରାତି ୪୨ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଚେଷ୍ଟା କରି ରାହୁଲ କୁ ସୁରକ୍ଷିତ ଉଦ୍ଧାର କରି ବାହାରକୁ ଆଣିବାରେ ସକ୍ଷମ ହୋଇଛନ୍ତି ।

ଚାତକ ଭଳି ଚାହିଁଥିବା ଲୋକ ଙ୍କ ଅପେକ୍ଷା ମଧ୍ୟ ଶେଷ ହୋଇଛି । ବର୍ତ୍ତମାନ ରାହୁଲ ଆପୋଲ ହସ୍ପିଟାଲ ରୁ କିଭଳି ସୁସ୍ଥ ହୋଇ ନିଜ ଘରକୁ ଫେରିବେ ତାହାକୁ ଚାହିଁ ବସିଛନ୍ତି ଦେଶବାସୀ ଏବଂ ରାହୁଲ ଙ୍କ ମାତା ପିତା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *