ଭେଙ୍କିୟା ହେବେ ରାଷ୍ଟ୍ରପତି ! CM Naveen Patnaik କରିବେ ଖେଳ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଉପରାଷ୍ଟ୍ରପତି ହେବେ ରାଷ୍ଟ୍ରପତି । ନବୀନ ରହିବେ ପ୍ରସ୍ତାବକ । ବିରୋଧୀ ମେଳିକୁ ବର୍ଜନ କରିଲା ବିଜେଡି । ଦକ୍ଷିଣ କୁ ବିଜେପି ଦେବ ଗୁରୁତ୍ଵ । ବିଜେଡି, ଟିଆରଏସ ମାରିବେ ମୋହର । ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁପରବର୍ତ୍ତୀ ରାଷ୍ଟ୍ରପତି ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ସପ୍ତାହ ରେ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ । ବିଜେଡି ସମେତ ୱାଇଏସଆର କଂଗ୍ରେସ ତାଙ୍କୁ ସମର୍ଥନ କରିବ ବୋଲି ମଧ୍ୟ ଆଲୋଚନା ହେଉଛି ।

କେବଳ ସେତିକି ନୁହେଁ ଆସନ୍ତା ୨୬ କିମ୍ବା ୨୭ ତାରିଖ ରେ ସେ ନିଜର ନାମାଙ୍କନ ପାତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ପ୍ରସ୍ତାବକ ରହିବା ସହିତ ନିଜେ ନାମାଙ୍କନ ସମୟରେ ଉପସ୍ଥିତ ରହିବେ ବୋଲି ଏକ ନିର୍ଭର ଯୋଗ୍ୟସୂତ୍ର ରୁ ଜଣାପଡିଛି । ଗତ ଥର ଉତ୍ତର ଭାରତରୁ ରାମନାଥ କୋବିନ୍ଦ ରାଷ୍ଟ୍ରପତି ହୋଇଥିବା କାରଣରୁ ଏଥର ବିଜେପି ଦକ୍ଷିଣ ଭାରତରୁ ଜଣଙ୍କୁ ବାଛିବାର ଯଥେଷ୍ଟ ସମ୍ଭାବନା ରହିଅଛି ।

୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଜେପି ଫୋକସ ରେ ଦକ୍ଷିଣ ଭାରତ ରହିଅଛି । ଭେଙ୍କିୟା ଯଦି ପ୍ରାର୍ଥୀ ହୁଅନ୍ତି ତେବେ ଏକାଥରକେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେସତାଲିଲ, ଆନ୍ଦ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଜଗମୋହନ ରେଡି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଙ୍କ ସମର୍ଥନ ତାଙ୍କ ପ୍ରତି ମିଳିପାରିବ ବୋଲି ବିଜେପି ର କେନ୍ଦ୍ରୀୟ ନେତୃତ୍ଵ ବିଶ୍ଵାସ କରୁଛନ୍ତି ।

ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଅଥବା ଆରଏସଏସ ର ମଧ୍ୟ ଭେଙ୍କିୟା ଙ୍କ ପ୍ରତି ସମର୍ଥନ ନଥିବା ଚର୍ଚ୍ଚା ହେଉଛି । ଭେଙ୍କିୟା ନିଜେ ଆରଏସଏସ ସମର୍ଥିତ ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅଥବା ଏବିବିପି ରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହିତ ତାଙ୍କ ଭଲ ସମ୍ପର୍କ ମଧ୍ୟ ରହିଅଛି ।

ଉପରାଷ୍ଟ୍ରପତି ଥିବା ସମୟରେ ସେ କେନ୍ଦ୍ର ସରକାର ଙ୍କୁ ଅଡୁଆ ରେ ପକାଇଲା ଭଳି କୌଣସି କାର୍ଯ୍ୟ କରି ନାହାଁନ୍ତି । କେବଳ ସେତିକି ନୁହେଁ ରାଜ୍ୟ ସଭା ଅଧ୍ୟକ୍ଷ ହିସାବରେ ମଧ୍ୟ ସେ ଅନେକ ସମୟରେ ସରକାର ଙ୍କୁ ସୁହାଇଛନ୍ତି । ସେହି ଦୃଷ୍ଟି ରୁ ପୁରଷ୍କାର ସ୍ୱରୂପ ତାଙ୍କୁ ରାଷ୍ଟ୍ରପତି ପଦ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଯଦିଓ ବିଜେପି କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ତାହା ଘୋଷଣା କରିନାହିଁ ତଥାପି ମଧ୍ୟ ଏନେଇ ପ୍ରାରମ୍ଭିକ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପିନୋଡା ଆଲୋଚନା ଆରମ୍ଭ କରି ଦେଇଛନ୍ତି । ଆସନ୍ତା ସପ୍ତାହ ରେ ଏ ନେଇ ଏନଡିଏ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଉଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *