‘ରାହୁଲଙ୍କୁ ଦେଖି ମୁଁ କାନ୍ଦି ପକେଇଲି, ସେତେବେଳେ ସେ ମତେ…’ କିପରି ଥିଲା ରାହୁଲକୁ ବାହାର କରିବା ସମୟର ଦୃଶ୍ୟ, ବଖାଣିଲେ NDRF Inspector Mahabir Mohanty, ଶୁଣି ଲୋମ ଟାଙ୍କୁରି ଉଠିବ…

ବନ୍ଧୁଗଣ, ତମାମ ଦେଶବାସୀ ଅପେକ୍ଷା କରିଥିଲେ ଯେ କେତେବେଳେ ରାହୁଲ କୁ ଉଦ୍ଧାର କରାଯିବ ? ରାହୁଲ ୮୦ ଫୁଟ ବୋରୱେଲ ତଳେ ରହିଥିଲା । ବର୍ତ୍ତମାନ ସବୁ ଅପେକ୍ଷାର ଅନ୍ତ ଘଟିଛି । ଅପରେସନ ରାହୁଲ ବର୍ତ୍ତମାନ ସଫଳ ହୋଇଛି । ୧୦୫ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ର ଆଜି ସଫଳତା ମିଳିଛି । ରାହୁଲ କୁ ଉଦ୍ଧାର କରିବାକୁ ଯାଇଥିଲା NDRF ରେସକ୍ୟୁ ଟିମ ର ଇନ୍ସପେକ୍ଟର ମହାବୀର ମହାନ୍ତି କହିଛନ୍ତି ଯେ ଲୋକ ମାନଙ୍କ ବିଶ୍ଵାସ ରହିଥିଲା ଯେ NDRF ଟିମ ଏହି କାର୍ଯ୍ୟ ରେ ସଫଳ ହେବେ ଏବଂ ସେମାନଙ୍କ ବିଶ୍ଵାସ ହିଁ ଆଜି ଆମ୍ଭକୁ ସଫଳ କରିଛି ।

ସେ କହିଛନ୍ତି ୧୦୫ ଘଣ୍ଟା ଧରି ଏହିଭଳି ଅଭିଜ୍ଞାତା ଆଗରୁ କେବେ ମଧ୍ୟ ମିଳି ନଥିଲା । ଏହା ଆମ୍ଭ ମାନଙ୍କ ପାଇଁ ବହୁତ ଲମ୍ବା ସମୟ ଥିଲା । ସମୟ ବିତିବା ସହିତ ନୂଆ ନୂଆ ଚ୍ୟାଲେଞ୍ଜ କୁ ସାମ୍ନା କରିବାକୁ ହେଉଥିଲା । ୧୦ ତାରିଖ ସନ୍ଧ୍ୟାରେ ତାଙ୍କୁ DSP ଜାହାଙ୍ଗିରି ଚମ୍ପଟ ଙ୍କ ଠାରୁ ଏକ ମେସେଜ ମିଳିଥିଲା ଯେ ଗୋଟିଏ ଗାଁ ରେ ଏହିଭଳି ଏକ ୧୧/୧୨ ବର୍ଷ ର ପିଲାଟି ପଡିଯାଇଅଛି, ଆପଣ ମାନେ ଆମ୍ଭକୁ କ’ଣ ସହାୟତା କରିପାରିବେ ?

ଏହାପରେ ତୁରନ୍ତ ସେ ଛତିଶଗଡ କୁ ତାଙ୍କ ଟିମ ସହିତ ବାହାରିଯାଇଥିଲେ । ଆସିବା ସମୟରେ ରାସ୍ତାରେ ହିଁ ଚିନ୍ତା କରି ଆସିଥିଲେ ଯେ କିପରି ଭାବରେ ରାହୁଲ କୁ ଉଦ୍ଧାର କରିହେବ ? ମାତ୍ର ସେ ଚିନ୍ତା କରି ନଥିଲେ ଯେ ଏହି ଉଦ୍ଧାରକାର୍ଯ୍ୟ ଟି ଏତେ ଘଣ୍ଟା ଧରି ଲାଗି ରହିବ । ସମୁଦାୟ ୩୨ ଜଣ ମେମ୍ବର ଙ୍କ ସହିତ ଏହି ଚ୍ୟାଲେଞ୍ଜିଙ୍ଗ କୁ ସଫଳ କରାଇବାରେ ସକ୍ଷମ ହୋଇଛନ୍ତି ।

ମାତ୍ର ଏହା ବହୁତ କଠିନ ଥିଲା କାରଣ ଛତିଶଗଡ ର ବୋରୱେଲ ପାଖ ଅଞ୍ଚଳଟି ସଂପୂର୍ଣ୍ଣ ଭାବରେ ଚଟାଣ ରେ ପରିପୂର୍ଣ୍ଣ ଥିଲା । ଏହାକୁ କାଟି ରାହୁଲ ଙ୍କ ପାଖରେ ପହଞ୍ଚିବା ବହୁତ କଷ୍ଟଦାୟକ ଏବଂ କଠିନ ଥିଲା । ସମୁଦାୟ ୬୫ ଫୁଟ ଗାତ ଖୋଲି ଏହା ସହିତ ୨୦ ଫୁଟ ର ଟନେଲ ଖୋଳି ରାହୁଲ ପାଖରେ ପହଁଞ୍ଚେଇବା ତାଙ୍କ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ଥିଲା ବୋଲି ସେ କହିଛନ୍ତି ।

ଭୌଗଳିକ ସ୍ଥିତି ଠିକ ନଥିଲେ ମଧ୍ୟ ସୁରକ୍ଷିତ ଭାବରେ ରାହୁଲ କୁ ବାହାରକୁ ବାହାର କରାଯାଇ ଅଛି ।  ତେବେ ବନ୍ଧୁଗଣ ଉଦ୍ଧରକାରୀ ଟିମ କୁ ଶତ ଶତ ସାଲ୍ୟୁଟ ଯେ ସେ ରାହୁଲ କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହେଲେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published.