ଠାକୁର ଘରେ ରଖିଛନ୍ତି କି ଶଙ୍ଖ ! ତେବେ ହୋଇଯାଆନ୍ତୁ ସତର୍କ ! Baya Gita Tips

ହିନ୍ଦୁ ଧର୍ମରେ ଶଙ୍ଖର ମହତ୍ଵ ଅଧିକ ଥିବାରୁ ଘରେ ଘରେ ଲୋକ ଶଙ୍ଖ ରଖିଥାନ୍ତି । ପ୍ରତ୍ଯେକ ହିନ୍ଦୁ ଘରର ଠାକୁର ଘରେ ଶଙ୍ଖ ରହିଥାଏ । ହେଲେ ଅନେକ ଲୋକ ଶଙ୍ଖକୁ କିଣି ଆଣି ତାହାକୁ ଠାକୁର ଘରେ ରଖିଦେଇଥାନ୍ତି । ହେଲେ ଶଙ୍ଖକୁ ଠାକୁର ଘରେ ରଖିବାର ମଧ୍ୟ କିଛି ନିୟମ ରହିଛି । ଯାହାକୁ ପାଳନ କରି ଶଙ୍ଖ ରଖିଲେ । ଶଙ୍ଖ ଘରେ ରଖିବାର ଫାଇଦା ମିଳିଥାଏ । ଭଗବାନ ନାରାୟଣଙ୍କର ପ୍ରିୟ ବସ୍ତୁ ହେଉଛି ଶଙ୍ଖ । ତେଣୁ ତାଙ୍କ ହସ୍ତରେ ସବୁବେଳେ ଶଙ୍ଖ ରହିଥାଏ ।

ତେଣୁ ପ୍ରତ୍ଯେକଟି ପୂଜାକୁ ସଫଳ କରିବା ପାଇଁ ଲୋକମାନେ ଶଙ୍ଖ ଫୁଙ୍କିଥାନ୍ତି । ଯାହାକି ପୂଜାକୁ ସଫଳ ବନାଇବା ସହ ପରିବେଶରେ ସକାରାତ୍ମକ ବାତାବରଣ ଆଣିଥାଏ। ଘରେ ଶଙ୍ଖ ରଖିବା ଦ୍ଵାରା ବହୁତ ଶୁଭ ଅଟେ । ହେଲେ ଶଙ୍ଖକୁ କେବଳ କିଣିକି ରଖିଲେ ହେବ ନାହିଁ ।

ପ୍ରତ୍ଯେକ ଦିନ ପୂଜା କରିବା ସମୟରେ ଶଙ୍ଖ ଫୁଙ୍କିବା ଦ୍ଵାରା ସେଥିରୁ ଅନେକ ଲାଭ ମିଳିଥାଏ । ବିଶେଷ କରି ସନ୍ଧ୍ଯା ସମୟରେ ସଞ୍ଜ ଆଳତୀ ଦେବା ସମୟରେ ଯଦି କୌଣସି ଲୋକ ଘରେ ଶଙ୍ଖକୁ ବାଯାଇଥାନ୍ତି । ତେବେ ଘରେ ଥିବା ସବୁ ନେଗେଟିଭ ଏନର୍ଜି ଘରୁ ଚାଲିଯାଇଥାନ୍ତି । ଏଥିସହ ସେହି ଶଙ୍ଖର ଧ୍ୱନି ଘରର ବାତାବରଣକୁ ଅତ୍ୟନ୍ତ ପବିତ୍ର କରିଦେଇଥାଏ ।

1- ଶଙ୍ଖକୁ ସାଢେ 3 ଥର ବଜାନ୍ତୁ । ଏହା ବହୁତ ଶୁଭଫଳ ଦେଇଥାଏ । ଅର୍ଥାତ 3 ଥର ଆଉ ଅଧା ବଜାନ୍ତୁ । 2- ଯେଉଁ ଲୋକ ସଂପୂର୍ଣ୍ଣ ଭାବେ ଶଙ୍ଖ ବଜାଇବା ଜାଣିଥିବେ । ସେହି ଲୋକ ସନ୍ଧ୍ଯା ସମୟରେ ଶଙ୍ଖ ନିହାତି ବଜାନ୍ତୁ । ହେଲେ ଶଙ୍ଖକୁ ଅଧପନ୍ତୁରିଆ ଭାବେ ବଜାନ୍ତୁ ନାହିଁ ।

3- ଯେଉଁ ଘରେ ଶଙ୍ଖ ରହିଥାଏ । ସେହି ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ମଧ୍ୟ ରହିଥାଏ । ହେଲେ ଯେଉଁ ଘରେ ଶଙ୍ଖ ରହିନଥାଏ । ସେହି ଘରକୁ ମା’ ଲକ୍ଷ୍ମୀ ଯାଆନ୍ତି ନାହିଁ । ତେଣୁ ନିଜ ଠାକୁର ଘରେ ଅବଶ୍ୟ ଶଙ୍ଖ ଆଣି ରଖନ୍ତୁ ।

4- ଠାକୁରର ଘରର କୌଣସି ଏକ ଉଚ୍ଚ ସ୍ଥାନରେ ଶଙ୍ଖକୁ ରଖନ୍ତୁ । ହାର୍ଟ କିମ୍ବା ପେଟ ଜନିତ ଯଦି ସ୍ଵାସ୍ଥ ସମସ୍ଯା ରହିଥାଏ । ତେବେ ଶଙ୍ଖ ବଜାନ୍ତୁ । ଏହା ସ୍ଵାସ୍ଥ ପାଇଁ ବହୁତ ଭଲ ଲାଭକାରୀ ହୋଇଥାଏ ।

5- ପବିତ୍ର ହୋଇ ଅର୍ଥାତ ସ୍ନାନ କରି ଶୁଦ୍ଧ ହାତରେ ଶଙ୍ଖକୁ ଧରି ତାହାକୁ ଫୁଙ୍କନ୍ତୁ । ଯଦି ସମ୍ଭବ ତେବେ ଘରେ 2 ଟି ଶଙ୍ଖ ରଖିବାକୁ ଚେଷ୍ଟା କରନ୍ତୁ । ଗୋଟିଏ ଶଙ୍ଖ ଠାକୁର ଘରେ ଅନ୍ୟଟି ଏକ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣି ଘରର କୌଣସି ଉଚ୍ଚ ସ୍ଥାନରେ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ମା’ ଲକ୍ଷ୍ମୀଙ୍କର ଆଶ୍ରୀବାଦ ରହିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *