ଜୀବନ ପାଇଁ ସଂଗ୍ରାମ କରୁଥିବା ସଞ୍ଜୟ କୁ ସାହାଯ୍ୟ କରିବାକୁ କେନ୍ଦ୍ରାପଡାରେ ପହଞ୍ଚିଲେ ଅଭିନେତ୍ରୀ Rani Panda, କହିଲେ କିଛି ଏମିତି ଶୁଣି ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ, ସୂଚନା ଅନୁଯାୟୀ ସଞ୍ଜୟ ଙ୍କ ପାଇଁ ଯେତେବେଳେ ତାଙ୍କ ସ୍ତ୍ରୀ ସବୁଆଡେ ଭିକ୍ଷା ମାଗୁଛନ୍ତି, ଏହା ଦେଖି ସବୁବେଳେ ବିବାଦ ଘେରାରେ ରହିଥିବା ଅଭିନେତ୍ରୀ ରାଣୀ ପଣ୍ଡା ବର୍ତ୍ତମାନ ପହଞ୍ଚିଛନ୍ତି ସେହି ଅସହାୟ ପରିବାର ପାଖରେ । ପରିବାର କୁ ସାନ୍ତ୍ଵନା ଦେଇ ମିସନ ସଞ୍ଜୟ ଟଙ୍କାଟିଏ ରେ ରାଣୀ ପଣ୍ଡା ସାମିଲ ହୋଇଛନ୍ତି । ତେବେ ଏହାକୁ ନେଇ ରାନୀ କ’ଣ ମନ୍ତବ୍ୟ ଦେଇଛନ୍ତି ଆସନ୍ତୁ ଜାଣିନେବା ।

ରାଣୀ କହିଥିଲେ ଯେ ଭାରି ଦୁଃଖ ର ବିଷୟ ଏହା ଗୋଟିଏ ମା’ ର ରୋଜଗାରିଆ ପୁଅ ଯେତେବେଳେ ଶଯ୍ୟାଶାୟୀ ହୋଇଯାଏ ବହୁତ କଷ୍ଟ ସେତେବେଳେ ହୋଇଥାଏ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ । ଏହାକୁ ଯେଉଁମାନେ ଅଙ୍ଗେ ନିଭାଇଛନ୍ତି ସେହିମାନେ ହିଁ କେବଳ ଜାଣିଛନ୍ତି । ଏହି ଖବର ପ୍ରସାର ହେବାପରେ ସେ ଆସି କେନ୍ଦ୍ରାପଡା ମାଟିରେ ପହଞ୍ଚିଛନ୍ତି ।

ଓଡିଶାର ଭାଇ ଭଉଣୀ ମାନଙ୍କୁ ରାନୀ ଅନୁରୋଧ କରି କହିଛନ୍ତି ଯେ ତାଙ୍କର ଫୋନ ପେ ନମ୍ବର ରେ କିଛି କିଛି ପୁଞ୍ଜି ତାଙ୍କୁ ନିଶ୍ଚିତ ଭାବରେ ସାହାର୍ଯ୍ୟ କରନ୍ତୁ । ଓଡିଶାରେ ସାଢେ 4 କୋଟି ଜନତା ଅଛନ୍ତି ତେବେ ମିସନ ସଞ୍ଜୟ 1 ଟଙ୍କାରେ ନିଶ୍ଚିତ ତାଙ୍କ ଜୀବନ ବଞ୍ଚି ଯାଇପାରିବ ବୋଲି ରାଣୀ କହିଛନ୍ତି ।

ତେବେ ଅନୁଭବ ମହାନ୍ତି ଙ୍କ କର୍ମଭୂମି ହେଉଛି କେନ୍ଦ୍ରାପଡା ଆଜି ରାଣୀ ପଣ୍ଡା ସେହି ଜାଗାରେ ପହଞ୍ଚିଛନ୍ତି କିନ୍ତୁ ସେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ଯେ ସେ ଅନୁଭବ ଙ୍କୁ ବିବାହ କରିବେ, ଏହାକୁ ନେଇ ରାନୀ କହିଛନ୍ତି ଯେ ଅନୁଭବ ମହାନ୍ତି ଙ୍କୁ ସେ ବହୁତ ସନ୍ନମାନ ତଥା ଶ୍ରଦ୍ଧା କରନ୍ତି, ତାଙ୍କର ଦୁଃଖର ସମୟରେ ସେ ତାଙ୍କୁ ଷପୋର୍ଟ ଦେଉଛନ୍ତି ଏବଂ ଅନୁଭବ ଙ୍କ ଏରିଆ କୁ ସେ ଆସିଛନ୍ତି । ଅନୁଭବ ମହାନ୍ତି ନ ଆସନ୍ତୁ ଅନୁଭବ ମହାନ୍ତି ବର୍ତ୍ତମାନ ଯେଉଁ ପରିସ୍ଥିତିରେ ଅଛନ୍ତି, ସେ ବହୁତ ମାନସିକ ଚିନ୍ତା ରେ ରହୁଛନ୍ତି ।

ଏହା ସହିତ ସେ ଅଲଗା କାର୍ଯ୍ୟରେ ମଧ୍ୟ ବ୍ୟସ୍ତ, ଏଣୁ ଅନୁଭବ ମହାନ୍ତି ଆସି ନାହାନ୍ତି ମାତ୍ର ରାଣୀ ପଣ୍ଡା ଆସି ପହଞ୍ଚିଛନ୍ତି, ରାଣୀ ପଣ୍ଡା କରିବା ଯାହା ଅନୁଭବ ମହାନ୍ତି କରିବା ସେୟା । ଏଣୁ କେନ୍ଦ୍ରାପଡାର ଜନ ସାଧାରଣ ଭାଇ ଭଉଣୀ ମାନଙ୍କୁ କହିଛନ୍ତି ଯେ ତାଙ୍କର ସମସ୍ତ ପ୍ରକାରର ଦୁଃଖରେ ରାଣୀ ନିଶ୍ଚିତ ଛିଡାହୋଇ ସାହାର୍ଯ୍ୟ କରିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *