‘ସାଙ୍ଗ ସହିତ ଫେରାର ହେଲା ସ୍ତ୍ରୀ, ଗାଁ ଲୋକଙ୍କୁ ଡାକି ଖାଇବାକୁ ଦେଲେ ସ୍ଵାମୀ…’ ପୁରା ଘଟଣା ଶୁଣି ଚମକି ପଡିବେ ଆପଣ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରିରେ । ଏହି ଘଟଣାରେ ସ୍ତ୍ରୀ ବଞ୍ଚି ଥାଉଥାଉ ସ୍ଵାମୀ ତାହାର ଶୁଦ୍ଧିକ୍ରିୟା କରୁଛି ତଥା ଗାଁ ଲୋକ ମାନଙ୍କୁ ଡାକି ଭୋଜିଭାତ ଦେଉଛି । ବ୍ୟକ୍ତି ଙ୍କର ନାମ ହେଉଛି ଅକ୍ଷୟ ରାଉତ । ଏବଂ ସେ ତାଙ୍କ ସ୍ତ୍ରୀ ଙ୍କର ଶ୍ରାଦ୍ଧ ଦେଇଛନ୍ତି । ବିବାହ ପରେ ସ୍ଵାମୀ ସ୍ତ୍ରୀ ବେସ ଖୁସିରେ ଜୀବନ ଜାପନ କରୁଥିଲେ । ମାତ୍ର ସମ୍ପର୍କରେ କେଉଁଆଡୁ କଳାବାଦଲ ଚାଲି ଆସିଥିଲା ।

ସ୍ଵାମୀ ସ୍ତ୍ରୀ ଙ୍କ ମଧୁର ସମ୍ପର୍କ ଭାଙ୍ଗିଗଲା । ବିବାହ ପରେ ଦୁଇ ଦୁଇଟି ସନ୍ତାନ ଥାଇ ମଧ୍ୟ ବେସ ହସଖୁସିରେ ଚାଲୁଥିବା ପରିବାରଟି ଭାଙ୍ଗିଗଲା । ଅକ୍ଷୟ ଙ୍କ ବନ୍ଧୁ ବିକାଶ ଙ୍କ ସହିତ ଅକ୍ଷୟ ଙ୍କ ସ୍ତ୍ରୀ ଫେରାର ହୋଇଗଲେ । ମାତ୍ର ଥରେ ନୁହେଁ ବରଂ ଦୁଇ ଦୁଇଥର ଫେରାର ହୋଇଗଲେ । ପ୍ରଥମ ଥର ଫେରାର ହୋଇଥିଲେ ମଧ୍ୟ ଅକ୍ଷୟ ନିଜ ମନକୁ ବୁଝାଇ ତାଙ୍କ ସ୍ତ୍ରୀ ଙ୍କୁ ଆଣି ଘରେ ରଖିଥିଲେ ।

କିନ୍ତୁ ସେ ବିକାଶ ସାଙ୍ଗରେ ଆଉଥରେ ଫେରାର ହୋଇଗଲେ । ଏହାକୁ ନେଇ ରାଗିଗଲେ ସ୍ଵାମୀ ଅକ୍ଷୟ । କାରଣ ଜଣେ ସ୍ଵାମୀ ପାଇଁ ତା ସ୍ତ୍ରୀ ଅଭିମାନ ତଥା ଗର୍ବ ହୋଇଥାଏ । ଆଜିଭଳି ଦିନରେ ସ୍ତ୍ରୀ ମାନେ ଯାହା କରୁଛନ୍ତି ତାହା ମୁଣ୍ଡବ୍ୟଥାର ବିଷୟ ପାଲଟିଛି । ଏଣୁ ସ୍ଵାମୀ ଅକ୍ଷୟ ସ୍ତ୍ରୀ ବଞ୍ଚି ଥାଉ ଥାଉ ତାହାର ଶୁଦ୍ଧିକ୍ରିୟା ପାଳନ କରିଦେଲେ ।

ଗାଁ ଲୋକଙ୍କୁ ଜଣାଇ ଭୋଜିର ଆୟୋଜନ କରିଲେ ଆଉ ଭୋଜି ଖାଇବାକୁ ଦେଲେ ସେମାନଙ୍କୁ । ଏହାପରେ ବିକାଶଙ୍କ ସ୍ତ୍ରୀ କହିବା କଥା ଯେ ଅକ୍ଷୟ ଆଉ ତାଙ୍କ ସ୍ତ୍ରୀ ଜାଣିଶୁଣି ତାଙ୍କ ସ୍ଵାମୀ ଙ୍କୁ ମୋହରା ବନାଇଛନ୍ତି । ତାଙ୍କ ସ୍ଵାମୀଙ୍କର ଜାଗାବାଡି ନେବାପାଇଁ ଏହିଭଳି କିଛି ଉପାୟ ଆପଣାଇଛନ୍ତି ଅକ୍ଷୟ ଏବଂ ତାଙ୍କ ସ୍ତ୍ରୀ । ଏହି ଅଭିଯୋଗ କେତେ ଦୂରେ ସତ୍ୟ ତାହା ଜଣାପଡିନାହିଁ ।

କିନ୍ତୁ ଏଠାରେ ଏକ ପ୍ରଶ୍ନ ଆସୁଛି ଯେ ଯଦି ଜାଗାବାଡି ନିମନ୍ତେ ଏହିଭଳି ପ୍ରାୟାସ କରିଥାନ୍ତେ ଅକ୍ଷୟ ତେବେ ନିଜ ସ୍ତ୍ରୀ ର ଶୁଦ୍ଧିକ୍ରିୟା ମନାଇ ତାଙ୍କୁ କେଉଁ ଜଗାବାଡି ମିଳିବ ତଥା କ’ଣ ହାସଲ ହେବ ? ସୋ-ସି-ଆ-ଲ ମି-ଡି-ଆରେ ଲୋକେ କିନ୍ତୁ ନାନା ପ୍ରକାରର କଥା କହିଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *