‘ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳୀ ମିଶି ଖାଇଛନ୍ତି ପଣସ ମୋ ମୁଣ୍ଡରେ ଅଠା, ଦେଖନ୍ତୁ ମୁଁ ଏବେ…’ Archana ଉଗାଳିଲେ ସତ ?

ବନ୍ଧୁଗଣ, ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମିଡିଆ କୁ ଏହିଭଳି ଭାବରେ ପ୍ରତିକ୍ରିୟା ଦେଇଛନ୍ତି, ତେବେ ଆସନ୍ତୁ ଜାଣିନେବା ଅର୍ଚ୍ଚନା କ’ଣ ପ୍ରତିକ୍ରିୟା ଦେଇଛନ୍ତି ମି-ଡି-ଆ ଙ୍କୁ । ଅର୍ଚ୍ଚନା ନାଗ କହିଛନ୍ତି ଯେ ସେ ଜେଲରେ ସମୁଦାୟ ୬ ଦିନ ପର୍ଯ୍ୟନ୍ତ ଜାଣିପାରିଲେ ନାହିଁ ଯେ ତାଙ୍କ ବିରୁଦ୍ଧରେ ଆଲିଗେସନ କିଏ ଲଗାଇଛି । ପ୍ରଶାସନ କିଛି ନ ଜଣାଇ ଏଭଳି କିଭଳି ପଦକ୍ଷପ ନେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମି-ଡି-ଆ ଭାଇମାନେ କହିଥିଲେ ଯେ ଶ୍ରଦ୍ଧାଞ୍ଜଳୀ ଆପଣଙ୍କ ନାମରେ ଅଭିଯୋଗ କରିଥିଲେ । ଏହାକୁ ନେଇ ଅର୍ଚ୍ଚନା ନାଗ କହିଛନ୍ତି ଯେ ସେ ସଂପୂର୍ଣ୍ଣ ଭାବରେ ସାମ୍ନା କୁ ଆସି ପ୍ରମାଣ ଦେଉ ଯଦି ତାହାର ସେତିକି ସାହାସ ଅଛି । ଅର୍ଚ୍ଚନା ନାଗ ଏହା କହିଥିଲେ ଯେ ଅକ୍ଷୟ ପାରିଜା ଜେଜେବାପା ଆଉ ଶ୍ରଦ୍ଧାଞ୍ଜଳି ଭଉଣୀ ଦୁଇଜଣ ମିଶି ପଣସ ଖାଇଲେ ଆଉ ତାଙ୍କ ମୁଣ୍ଡରେ ଆଟା ବୋଳିଲେ ।

ଅର୍ଚ୍ଚନା ଙ୍କ ବିରୁଦ୍ଧରେ ସଂପୂର୍ଣ୍ଣ ଭାବରେ ଷଡଯନ୍ତ୍ର ହୋଇଛି ବୋଲି ସେ କହିଲେ । ଲକ୍ଷ୍ମୀସାଗରରେ ସେପ୍ଟେମ୍ବର ୨୨ ତାରିଖର ଘଟଣା କୁ ଅନୁଧ୍ୟାନ କରିଲେ ସବୁ ସତ ଜଳ ଜଳ କରି ଦେଖାଯିବ ବୋଲି କହିଛନ୍ତି ଅର୍ଚ୍ଚନା ନାଗ । ଏହା ସହିତ ସେ କହିଥିଲେ ଯେ ସେ କାହାକୁ ଛାଡିବେ ନାହିଁ କାରଣ ତାଙ୍କ ନାମ କୁ ସମସ୍ତେ ମିଶି ବଦନାମ କରିଛନ୍ତି । ଏଥି ନିମନ୍ତେ ସେ ବହୁତ ମର୍ମହାତ ୫ ବର୍ଷର ପୁଅ ଅଛି ତାଙ୍କର ତେବେ ତା’ ମାନସିକ ଅବସ୍ଥା କଣ ଥିବ ଏହା ଦେଖି ?

ଅର୍ଚ୍ଚନା ନାଗ ସନ୍ନମାନ ର ସହିତ ଇଡି ଙ୍କୁ ସ୍ଵାଗତ କରିଛନ୍ତି ଆଉ ସେ ଏହି ଦିନର ଅପେକ୍ଷା କରିଥିଲେ ଯେ ଏହିଦିନ ଆସିଲେ ତଦନ୍ତ ନିଶ୍ଚିତ ଭାବରେ ହେବ । ସେ ଯଦି ନିଜକୁ ନିର୍ଦ୍ଧୋସି କହିବେ ତେବେ ତାଙ୍କ କଥା କୁ କେହି ବିଶ୍ଵାସ କରିବେ ନାହିଁ । ଏଣୁ ସେ ନିଶ୍ଚିତ ଓଡିଶାବାସୀ ଙ୍କୁ ସତ କ’ଣ ତାହା ଦେଖାଇବେ ବୋଲି କହିଛନ୍ତି ।

ଅର୍ଚ୍ଚନା ନାଗ ମି-ଡି-ଆ କୁ ଅନୁରୋଧ କରି କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆପଣ ମାନେ ସଠିକ ତଥ୍ୟ ପ୍ରମାଣ ପାଇ ନାହାଁନ୍ତି ସେ ପର୍ଯ୍ୟନ୍ତ ଏଭଳି ତାଙ୍କୁ ଅପବାଦ ଦେଇ କଳଙ୍କିତ ନ କରନ୍ତୁ । ଏହିଭଳି ଭାବରେ ନିଜର ପ୍ରତିକ୍ରିୟା ରଖି ସଂପୂର୍ଣ୍ଣ ତଥ୍ୟ ଦେବେ ରାଜ୍ୟବାସୀ ଙ୍କୁ ବୋଲି କହିଛନ୍ତି ଅର୍ଚ୍ଚନା ନାଗ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *