ସନ୍ଧ୍ଯା ସମୟରେ କରୁଛନ୍ତି କି ଏହି କାମ ! ସର୍ବନାଶ ! ଏପରି କାର୍ଯ୍ୟ କରିବାରୁ ନିବୃତ୍ତ ରୁହନ୍ତୁ, Baya Gita Tips

ବନ୍ଧୁଗଣ ମହିଳା ମାନଙ୍କର କିଛି ଏଭଳି କାର୍ଯ୍ୟ ପୁରା ଘରକୁ ବର୍ବାଦ କରିଦେଇଥାଏ । ବିଶେଷ କରି ସନ୍ଧ୍ଯା ସମୟରେ ଯେଉଁ କାମ କରିବାକୁ ବର୍ଜିତ ରହିଥାଏ । ସେହି କାର୍ଯ୍ୟକୁ ଯଦି ମହିଳା ମାନେ କରିଥାନ୍ତି । ତେବେ ତାହାର କୁ-ପ୍ରଭାବ ସଂପୂର୍ଣ୍ଣ ଘର ଉପରେ ପଡିପାରେ । ତେବେ ସୂର୍ଯ୍ୟ ଅସ୍ତ ସମୟରେ ମହିଳା ମାନେ କେଉଁ ସବୁ କାର୍ଯ୍ୟ କରିବାକୁ ବାରଣ କରାଯାଇଛି ଚାଲନ୍ତୁ ଜାଣିବା । 1- ସୂର୍ଯ୍ୟଅସ୍ତ ପରେ ଅର୍ଥାତ ସନ୍ଧ୍ୟା ସମୟରେ ଯଦି କିଏ ଆସି ଘରେ ଦହି ବ କ୍ଷୀର ଜାତୀୟ କିଛି ଜିନିଷ ମାଗନ୍ତି । ତେବେ ତାଙ୍କୁ ଜମାରୁ ମଧ୍ୟ ଦିଅନ୍ତୁ ନାହିଁ । କାରଣ ଏହି କାର୍ଯ୍ୟ ସନ୍ଧ୍ଯା ସମୟରେ କରିବା ଦ୍ଵାରା ଘରୁ ମା’ ଲକ୍ଷ୍ମୀ ଚାଲିଯାଇଥାନ୍ତି ।

2- ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ମାଜି ରୋଷେଇ ଘରକୁ ଭଲ ଭାବେ ସଫା କରିବା ଉଚିତ । କାରଣ କିଛି ମହିଳା ରାତିରେ ଖାଇଥିବା ବାସନକୁ ସେହିପରି ରୋଷେଇ ଘରେ ଅଇଁଠା ବାସନ ପକାଇ ଦେଇ ଶୋଇପଡିଥାନ୍ତି । ଯାହାକି ଘର ମଧ୍ୟରେ ଅଶାନ୍ତି ବଢାଇ ଥାଏ । ଘରର ସୁଖ, ଶାନ୍ତି ଓ ବୈଭବକୁ ମଧ୍ୟ ନଷ୍ଟ କରିଦେଇଥାଏ । ତେଣୁ ରାତିର ଅଇଁଠା ବାସନକୁ ମାଜି ରୋଷେଇ ଘରକୁ ପରିଷ୍କାର କରି ଶୁଅନ୍ତୁ ।

3- ରାତିରେ ଶୋଇବା ସମୟରେ ମହିଳା ମାନେ ନିଜର ଚୁଟିକୁ ମୁକୁଳା କରି ଶୋଇପଡିଥାନ୍ତି । ଯାହା ଦ୍ଵାରା ଘରକୁ ନେଗେଟିଭ ଏନର୍ଜିର ପ୍ରବେଶ ହୋଇଥାଏ । ହେଲେ ଏପରି ବିଲକୁଲ ବି କରନ୍ତୁ ନାହିଁ । ରାତିରେ ଚୁଟିକୁ ବାନ୍ଧିକି ଶୋଇବା ଉଚିତ ।

4- ସପ୍ତାହକୁ ମାତ୍ର ଗୋଟେ ଥର କୌଣସି ବାରରେ ମଧ୍ୟ ରାତିରେ ଶୋଇବା ପୂର୍ବରୁ ଏହି କାର୍ଯ୍ୟକୁ ନିହାତି ଭାବେ କରନ୍ତୁ । ଘରର କୌଣସି ଏକ କୋଣରେ ଏକ ପେପର ରଖି ସେଥିରେ ଧଳା ବ କଳା କୌଣସି ବି ଲୁଣ ରଖି ଦିଅନ୍ତୁ । ସକାଳୁ ଉଠି କାହା ସହିତ କିଛି କଥାବାର୍ତ୍ତା ଆଗେ ନହୋଇ ସେହି ରାତିରେ ରଖିଥିବା ଲୁଣକୁ ନେଇ ନାଳରେ ଫିଙ୍ଗି ଦିଅନ୍ତୁ ।

ଏହି ଉପାୟ ଦ୍ଵାରା  ଯଦି ଘର ମଧ୍ୟରେ କୌଣସି ପ୍ରକାରର ନେଗେଟିଭ ଏନର୍ଜି ରହିଥାଏ । ତାହା ଘର ମଧ୍ୟରୁ ଚାଲିଯାଇଥାଏ । ତେବେ ପ୍ରତ୍ଯେକଟି ଘରର ମହିଳା ରାତି ସମୟରେ ଏହି ସବୁ କାର୍ଯ୍ୟ ଉପରେ ନିହାତି ଭାବେ ଧ୍ୟାନ ରଖିବା ଉଚିତ । ଯାହା ଦ୍ଵାରା ଘରର ଆର୍ଥିକ ପରିସ୍ଥିତି ଭଲ ରହିଥାଏ ।

ଘରେ ସୁଖ, ଶାନ୍ତି ବଜାୟ ରହିଥାଏ । ପରିବାରର ସମସ୍ତଙ୍କ ମଧ୍ୟରେ ଭଲ ବୁଝାମଣା ରହିଥାଏ । ତେବେ ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଏଥିସହ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *