ମହିଳା ମାନଙ୍କର ଏପରି କିଛି ଭୁଲ ସ୍ଵାମୀର ଆୟୁଷ କମ୍ କରିଦେଇଥାଏ, ଅଜାଣତରେ ବି ଏପରି କରନ୍ତୁ ନାହିଁ…

ଝିଅ ମାନେ ବିବାହ ପରେ ବିବାହିତା ନାରୀ ହୋଇଯାଇଥାନ୍ତି । ତେଣୁ ସେମାନଙ୍କୁ ଅନେକ କିଛି ନିୟମ ନିଜ ବିବାହିତା ଜୀବନରେ ମାଣିବାକୁ ପଡିଥାଏ । ଯାହା ଦ୍ଵାରା ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବା ସହ ସେମାନଙ୍କ ସ୍ଵାମୀ ପ୍ରତି ଯେପରି କୌଣସି ବିପଦ ଆସିନଥାଏ । ତେବେ ବିବାହିତା ନାରୀଙ୍କର କେଉଁ ଭୁଲ ତାଙ୍କ ସ୍ଵାମୀ ଜୀବନରେ ବିପଦ ଡାକି ଆଣିଥାଏ ସେହି ବିଷୟରେ ଆଲୋଚନା କରିବା ।

1- ବିବାହିତା ମହିଳା ମାନେ ମଙ୍ଗଳସୂତ୍ର ପିନ୍ଧିବାର ନିୟମ ରହିଥାଏ । ତେଣୁ ପ୍ରତ୍ଯେକଟି ବିବାହିତା ନାରୀ ମାନେ ମଙ୍ଗଳସୂତ୍ର ନିଜ ସ୍ଵାମୀଙ୍କ ନାମରେ ପିନ୍ଧିଥାନ୍ତି । ହେଲେ ଅନେକ ମହିଳା ବହୁତ ପୁରୁଣା ତଥା ଛିଡିଭାଙ୍ଗି ଯାଇଥିବା ମଙ୍ଗଳସୂତ୍ରକୁ ମଧ୍ୟ ଅନେକ ସମୟରେ ପିନ୍ଧି ଦେଇଥାନ୍ତି । ହେଲେ ସେପରି କରିବା ଉଚିତ ହୋଇନଥାଏ ।

ଏଥିସହ ମହିଳା ମାନେ ଅନ୍ୟ କାହା ଠାରୁ ମାଗି ଆଣି ମଧ୍ୟ ମଙ୍ଗଳସୂତ୍ର ପିନ୍ଧିବା ଉଚିତ ନୁହେଁ । ନଚେତ ଏହାର ଖରାପ ପ୍ରଭାବ ସ୍ଵାମୀଙ୍କ ଉପରେ ପଡିଥାଏ । ମହିଳା ମାନେ କଳାମାଳୀରୁ ପ୍ରସ୍ତୁତ ମଙ୍ଗଳସୂତ୍ର ପିନ୍ଧିବା ଦ୍ଵାରା ସେମାନଙ୍କ ସ୍ଵାମୀଙ୍କ ଉପରେ କିଛି ଖରାପ ନଜର ଲାଗିପାରିନଥାଏ ।

2- ଆଜିକାଲିର ମହିଳା ମାନେ ଷ୍ଟାଇଲରେ ଧଳା ରଙ୍ଗର ବିଭିନ୍ନ ଡିଜାଇନର ଶାଢୀ ପିନ୍ଧିଦେଇଥାନ୍ତି । ହେଲେ ସେପରି ପୁରା ଧଳା ରଙ୍ଗର ଶାଢୀ ପିନ୍ଧିବା ଜମାରୁ ବି ଉଚିତ ନୁହେଁ । ତେଣୁ ଧଳା ସହ ଅନ୍ୟ ରଙ୍ଗର ମିଶ୍ରୀତ ଥିବା ଶାଢୀ ମହିଳାଙ୍କୁ ପିନ୍ଧିବା ଉଚିତ ।

3- ସେହିପରି ବିବାହିତା ମହିଳା ମାନେ ନିଜ ହାତରେ ନାଲି ରଙ୍ଗର ଚୁଡି ଲଗାଇବା ସେମାନଙ୍କ ପାଇଁ ବହୁତ ଅଧିକ ଶୁଭ ମନାଯାଇଥାଏ । ହେଲେ ଅନେକ ମହିଳା ନିଜ ଶାଢୀକୁ ମ୍ୟାଚିଙ୍ଗ କରିବାକୁ ଯାଇ ବିଭିନ୍ନ ରଙ୍ଗର ଚୁଡି ପିନ୍ଧିଥାନ୍ତି । ହେଲେ ଭୁଲରେ ମଧ୍ୟ କେବେବି ଧଳା ରଙ୍ଗର ଚୁଡି ପିନ୍ଧିବା ବିବାହିତା ମହିଳାଙ୍କ ପକ୍ଷେ ଉଚିତ ନୁହେଁ । ନଚେତ ସ୍ଵାମୀର ଆୟୁଷ କମିଯାଇଥାଏ ।

4- ବର୍ତ୍ତମାନ ସମୟର ମଡର୍ଣ୍ଣ ଝିଅ ମାନେ ବିବାହ ପରେ ସିନ୍ଦୁର ଲଗାଇବାକୁ ପସନ୍ଦ କରୁନାହାନ୍ତି । ଯଦି ମଧ୍ୟ ସିନ୍ଦୁର ଲଗାଇଥାନ୍ତି । ତାହା ବହୁତ କମ ପରିମାଣର ତଥା ଅଳ୍ପ ଦେଖାଯିବା ଭଳି ଲଗେଇଥାନ୍ତି । ଅନେକତଃ ମହିଳା ନାଲି ସିନ୍ଦୁର ବଦଳରେ ମାର୍କେଟରୁ ମିଳୁଥିବା ରଙ୍ଗବେରଙ୍ଗୀ ସିନ୍ଦୁର ମଧ୍ୟ ନିଜ ସିନ୍ଥିରେ ଲଗାଇଦେଇଥାନ୍ତି । ହେଲେ ଏଭଳି ଭୁଲ ସେମାନଙ୍କୁ କରିବା ଉଚିତ ନୁହେଁ । ନଚେତ ତାଙ୍କ ସ୍ଵାମୀଙ୍କ ଜୀବନକୁ ବିପଦ ଆସିଥାଏ ।

ତେଣୁ ମହିଳା ମାନଙ୍କୁ ନିଜ ସିନ୍ଥିରେ ନାଲି ରଙ୍ଗର ସିନ୍ଦୁର ଭଲ କରି ମଝିରେ ଲଗାଇବା ଉଚିତ । ଯାହା ଦ୍ଵାରା ସେମାନଙ୍କ ସ୍ଵାମୀର ଆୟୁଷ ବଢିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published. Required fields are marked *