କ୍ଷୀର ଯଦି ଉତୁରି ଆସି ତଳେ ପଡିଥାଏ… ତେବେ ଏହାର ଅର୍ଥ କଣ ହୋଇଥାଏ ? Jyotish shastra

ବନ୍ଧୁଗଣ ଆମ ସମସ୍ତଙ୍କ ସହ ଘଟୁଥିବା ଘଟଣା ଆମକୁ କିଛି ନା କିଛି ସଂକେତ ନିହାତି ଭାବେ ଦେଇଥାଏ । ଯେପରିକି ହାତରୁ ବାସନ ଖସିବା, କାଚ ଭାଙ୍ଗିବା କିମ୍ବା କ୍ଷୀର ଉତୁରିବା ଭଳି ଏପରି ଅନେକ କଥା ଆମ ନୀତିଦିନିଆ ଜୀବନରେ କେବେ ନା କେବେ ଦେଖିବାକୁ ମିଳିଥାଏ । ପ୍ରାଚୀନ କାଳରୁ ହିଁ ଏହି କଥା ଆମ ସହ ଘଟିଲେ ସେଥିରୁ ଆମକୁ ଶୁଭ ହେବ କି ନାହିଁ ତାହା ବିଚାର କରାଯାଇଥାଏ । କାରଣ ଶାସ୍ତ୍ର ଅନୁସାରେ ଏହି ସବୁ କଥା ଭବିଷ୍ୟତରେ ହେବାକୁ ଥିବା ଘଟଣାର ଆମକୁ ସୂଚନା ଦେଇଥାଏ ।

ଯଦି କ୍ଷୀର ସିଝାଇବା ସମୟରେ ଉତୁରିଯାଇଥାଏ । ତେବେ ତାହା ଆମକୁ କେଉଁ ପ୍ରକାର ସୂଚନା ଦେଇଥାଏ ଚାଲନ୍ତୁ ଜାଣିବା । ତେବେ କ୍ଷୀର ସିଝାଇବା ସମୟରେ କ୍ଷୀର ଉତୁରିକି ପଡିବା ଏକ ସାଧାରଣ କଥା ସମସ୍ତଙ୍କୁ ଲାଗିଥାଇପାରେ । ହେଲେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ କ୍ଷୀର ଉତୁରି ପଡି ତଳେ ପଡିବାର ମଧ୍ୟ ଏକ ମହତ୍ଵ ରହିଥାଏ ।

1- ତେବେ ଜ୍ଯୋତିଷ ଶାସ୍ତ୍ରର ମାନ୍ୟତା ଅନୁଯାଇ କ୍ଷୀର ଉତୁରି ତଳେ ପଡିବାକୁ ଶୁଭ ବୋଲି ମାନା ଯାଇଥାଏ । ଯଦି କୌଣସି ମହିଳା କ୍ଷୀର ସିଝାଇଲା ବେଳେ ସଂପୂର୍ଣ୍ଣ ଭାବେ କ୍ଷୀର ଉପରେ ଧ୍ୟାନ ରଖିବା ସତ୍ବେ ମଧ୍ୟ ତା’ ର କ୍ଷୀର ଉତୁରି ଯାଇଥାଏ । ତେବେ ଏପରି କ୍ଷୀର ଉତୁରିବାକୁ ଶୁଭ ବୋଲି କୁହାଯାଇଥାଏ ।

ତେବେ ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି ତଥା ତା’ ର ପରିବାରକୁ କୌଣସି ପ୍ରକାର ଶୁଭ ଖବର ମିଳିବାକୁ ଯାଉଛି । 2- ହେଲେ ଯଦି ସେହି କ୍ଷୀର ଫୁଟି ଫୁଟି ଜଳିଯାଇଥାଏ । ତେବେ ଏହାକୁ କିନ୍ତୁ ଅଶୁଭ ମାନାଯାଇଥାଏ । ତେବେ କ୍ଷୀର ଉତୁରି ତଳେ ପଡିବାକୁ ଅନେକ ଅନ୍ଧ ବିଶ୍ବାସ ବୋଲି ମଧ୍ୟ ମାନିନେଇଥାନ୍ତି ।

ହେଲେ ଯେଉଁ ମାନେ ଜ୍ଯୋତିଷ ଶାସ୍ତ୍ର ଉପରେ ବିଶ୍ବାସ କରନ୍ତି । ସେମାନେ ହିଁ ଏହି କଥାକୁ ଗୁରୁତ୍ଵର ସହ ନେବେ । ହେଲେ ଯଦି ବାରମ୍ବାର କ୍ଷୀର ସିଝାଇବା ସମୟରେ କ୍ଷୀର ଆସି ତଳେ ପଡିଥାଏ । ତେବେ ତାହା ଅଶୁଭ ସୂଚନା ଦେଇଥାଏ । ତେଣୁ ଯଦି କ୍ଷୀର ସିଝାଉଥାନ୍ତି । ତେବେ ତାହା ଯେପରି ନ ଉତୁରି ପଡେ ସେଥିପ୍ରତି ମଧ୍ୟ ଧ୍ୟାନ ରଖିବାକୁ ପଡିଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *