ହେ ଭଗବାନ ! ସମୁଦ୍ର ମଝିରେ ଘଟିଗଲା ବଡ ଅଘଟଣ, ଫେରୀରେ ଲାଗିଗଲା ନିଆଁ…ଚାଲିଗଲା 260 ଜୀବନ… 

ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ଖବର ଅନୁଯାୟୀ ମଝି ସମୁଦ୍ରରେ ଫେରୀରେ ଲାଗିଲା ନିଆଁ । ଆଉ ସେହି ନିଆଁରେ ଚାଲିଗଲା ବହୁ ଯାତ୍ରୀଙ୍କ ଜୀବନ । ସମୁଦ୍ରରେ ଥିବା ପାଣି ମଧ୍ୟ ଲିଭାଇ ପାରିଲା ନାହିଁ ନିଆଁ । ଆୟତ୍ତ ବାହାରେ ଥିଲା ନିଆଁ ଯାହା ନେଇଗଲା ବହୁ ଲୋକଙ୍କ ଜୀବନ । ତେବେ ଏଭଳି ଏକ ଅଘଟଣ କାହିଁକି ଏବଂ କେଉଁ ଠାରେ ଘଟିଛି ତାହା ସମ୍ପର୍କରେ ଆମେ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ସମ୍ପର୍କରେ ରହିଥିବା ସମ୍ପୂର୍ଣ ସୂଚନା ବିଷଷୟରେ ।

ସମୁଦ୍ର ମଝିରେ ଯାଉଥିବା ବେଳେ ଡଙ୍ଗାରେ ଲାଗିଥିଲା ନିଆଁ । ସେହି ଡଙ୍ଗାର ନାମ ଥିଲା ଫେରୀ । ଏଭଳି ଏକ ଘଟଣା ଘଟିଛି ଫିଲିଫାନ୍ସରେ । ଫେରୀ ଡଙ୍ଗା ୨୫୦ ଲୋକଙ୍କୁ ନେଇ ଯାଉଥିବା ସମୟରେ ମଝି ସମୁଦ୍ରରେ ଲାଗିଯାଇଥିଲା ନିଆଁ । ସେହି ନିଆଁ ଏତେ ଭୟଙ୍କର ଥିଲା କି ଫେରୀରେ ଯାତ୍ରା କରୁଥିବା ୨୫୦ ଲୋକ ଜୀବନ୍ତ ଜଳିଗଲେ ।

ତେବେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ପ୍ରଶାନ୍ତ ମାହାସାଗରରେ । ସୂଚନା ଅନୁଯାୟୀ ୨୫୦ ଲୋକଙ୍କୁ ନେଇ ଯାଉଥିବା ସମୟରେ କୌଣସି କାରଣ ପାଇଁ ଫେରୀରେ ଲାଗିଯାଇଥିଲା ନିଆଁ । ଆଉ ଦେଖୁ ଦେଖୁ ଆଖି ପିଛୁଳାକେ ଜଳିଗଲେ ଲୋକେ । ଏହି ଦୁର୍ଘଟଣାରେ ସାତଜଣ ନିଖୋଜ ଥିବାର ସୂଚନା ମିଳିଛି ।

ଏଭଳି ଭୟଙ୍କର ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦୁର୍ଘଟଣାରେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ ଲଗା ଯାଉଛି । ଏଥିରେ ନିଆଁ ପାଣି ମଝିରେ କିଭଳି ଲାଗିଲା ଏହା ପଛର କାରଣ ଅସ୍ପଷ୍ଟ ରହିଛି । ନିଆଁ ନିଜ କୋଳକୁ ନେଇ ଗଲା ଅନେକ ଲୋକଙ୍କ ଜୀବନ ଏହା ଭାବିବା ବେଳକୁ ମଧ୍ୟ ବହୁତ କଷ୍ଟଦାୟକ ଅଟେ ।

ହେଲେ ଭଗବାନଙ୍କ ବିଚାର ଏବଂ  ନିସ୍ପତି ଆଗରେ ସାଧାରଣ ମଣିଷ ଆଖିର ଲୁହ ବା କଣ କାମ କରିବ । ଲୋକଙ୍କ କରୁଣ ଚିତ୍କାର ଶୁଣିବା ପାଇଁ ମଝି ସମୁଦ୍ରରେ କିଏ ବା ଥିଲା । ତାଙ୍କୁ ଉଦ୍ଧାର କରିବା ପାଇଁ ସେଠାରେ ଟିମ ପହଞ୍ଚିବା ପୂର୍ବରୁ ହିଁ ତ ନିଆଁ ସବୁଆଡେ ଘେରି ଯାଇଥିଲା । ଏହା ସମ୍ପର୍କରେ ଆପଣଙ୍କ ମତ କମେଣ୍ଟ ଜରିଆରେ ନିହାତି ଭାବରେ ରଖନ୍ତୁ ।

Leave a Reply

Your email address will not be published. Required fields are marked *