‘ବିବାହ ପରେ ଘରର ଫାଇନାନ୍ସ ମିନିଷ୍ଟର, ହୋମ ମିନିଷ୍ଟର ସବୁ ତ ମୁଁ, ସେ ଯାହା ବି ଇନକମ କରନ୍ତି ସବୁ କିଛି…’: Mama Mishra

ନମସ୍କାର ବନ୍ଧୁଗଣ, ଓଡିଆ ସିନେ ଜଗତରେ ଅଭିନୟ କରିବାର ନିଶାକୁ ପଛରେ ପକାଇ ମାମା ମିଶ୍ର ହିଁ ଏକମାତ୍ର ଅଭିନେତ୍ରୀ ଯିଏକି ନିଜ ଘର ପରିବାରର ଧ୍ୟାନ ରଖୁଛନ୍ତି ଆଉ ଏହି କ୍ୟାମେରା ଲାଇଟ ଠାରୁ ଦୂରେଇ ରହିଛନ୍ତି । ତାଙ୍କାର ଏଭଳି କରିବା ପଛର କାରଣ ଆଜି ଯାଏଁ ତାଙ୍କ ମୁହଁରେ କେହି ଶୁଣିନାହାନ୍ତି । କିନ୍ତୁ ସମସ୍ତେ ଜାଣିବା ପାଇଁ ବହୁତ ଉତ୍କଣ୍ଠା ପ୍ରକାଶ କରୁଥିଲେ । ଯାହାର ଖୁଲାସା ନିଜେ ମାମା ମିଶ୍ର ଆଜି କ୍ୟାମରା  ଆଗରେ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ମାମା ମିଶ୍ରଙ୍କର କହିବା ଅନୁଯାୟୀ ଫିଲ୍ମ ଜଗତରେ କେତେବେଳେ ମଧ୍ୟ ଟାଇମ ଠିକ ନଥାଏ । ସକାଳ ୬ ରୁ ଯିବ କେତେବେଳେ ଶୁଟିଙ୍ଗ ସରିବ ସେଇଟା କହିହେବ ନାହିଁ । କେତେବେଳେ ବର୍ଷା ହେଲାଣି କଣ ଅସୁବିଧା ହେଲାଣି ତ ଶୁଟିଙ୍ଗ ସାରିବାର ଟାଇମ ଟା କେବେ ମଧ୍ୟ ଠିକ ନଥାଏ । ତେଣୁ ଏହା ଏକ ମୁଖ୍ୟ କାରଣ ଯେଉଁଥି ପାଇଁ ସେ ଫିଲ୍ମ ଲାଇନରେ ଆଉ କାମ କଲେ ନାହିଁ ।

ମାମା ମିଶ୍ରଙ୍କୁ ପଚରା ଗଲା ଆପଣ ନିଜେ ରୋଜଗାର କରୁଥିଲେ ନିଜ ଖର୍ଚ୍ଚ ନିଜେ କରୁଥିଲେ କିନ୍ତୁ ଏବେ ଯେତେବେଳେ ଆପଣଙ୍କୁ ଆପଣଙ୍କ ଦରକାର ପାଇଁ ସିଦ୍ଧାନ୍ତ ପାଖରୁ ମାଗିବାକୁ ପଡୁଛି ତ ଆପଣଙ୍କୁ ଲାଗେନି ନିଜେ ରୋଜଗାର କରୁଥିଲେ ଭଲ ହୋଇଥାନ୍ତା ! ଏହାର ଉତ୍ତରରେ ମାମା ମିଶ୍ର ସିଧା ସଳଖ କହିଲେ ଏଠାରେ କଥା ଟି ଓଲଟା ହୋଇଗଲା । କାରଣ ସେ କହିଲେ ଘରର ଫାଇନାନ୍ସ ମିନିଷ୍ଟର ଏବଂ ହୋମ ମିନିଷ୍ଟର  ସବୁ ସିଏ ନିଜେ ।

ସିଦ୍ଧାନ୍ତ ଯାହାବି ରୋଜଗାର କରନ୍ତି ଆଣିକି ମାମା ମିଶ୍ରଙ୍କୁ ଦିଅନ୍ତି । ଏବଂ ସିଦ୍ଧାନ୍ତଙ୍କର ଯେତେବେଳେ ଯାହା ଦରକାର ଥାଏ ସେଇଟା ସେ ମାମା ମିଶ୍ରଙ୍କ ଠାରୁ ମାଗିକି ନିଅନ୍ତି । ତେଣୁ ତାଙ୍କୁ  କେବେ ମଧ୍ୟ ଏହାର ଅନୁଭବ ହୋଇନି କି ନିଜେ ରୋଜଗାର କରିଥିଲେ ଭଲ ହେଇଥାନ୍ତା । ବିବାହ ପରେ ମାମା ମିଶ୍ରଙ୍କୁ କେହି ମଧ୍ୟ ବାଧ୍ୟ କରିନାହାନ୍ତି ବିବାହ ପରେ ଘରେ ରୁହ ଏବଂ କାମ କର ବୋଲି ।

ସେ ତାଙ୍କ ନିଜ ଇଚ୍ଛାରେ ହିଁ ଘରେ ରହିଲେ । ତାଙ୍କୁ ଲାଗିଲା ତାଙ୍କର ଘରେ ରହିବା ହିଁ ବେଶୀ ଦରକାର । ଘରେ ଛୁଆ କେତେବେଳେ ଖାଇବେ କଣ କରିବ ଏହାର ଚିନ୍ତା ନେଇ ମାଆ ବାହାରେ ରହିବା ଠାରୁ ଭଲ ସେ ଘରେ ରହି ସେମାନଙ୍କ ଯତ୍ନ ନେବା ଉଚିତ ମନେକଲେ । ଏହା ସମ୍ପର୍କରେ ଆପଣଙ୍କ ମତ କମେଣ୍ଟ ଜରିଆରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *