ମଝି ସମୁଦ୍ର ରେ ଭାଙ୍ଗିଗଲା ଜାହାଜ, ନିଜେ ପରିସ୍ରା ପିଇ ସନ୍ତାନକୁ ସ୍ତନ୍ୟପାନ କରାଇଲେ ଏହି ମହିଳା, ପୁରା ଘଟଣା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଭରିଯିବ, ଦେଖନ୍ତୁ Video

ବନ୍ଧୁଗଣ, ଏହା ଚିନ୍ତା କରିଲା ବେଳକୁ ହୃଦୟ ମର୍ମାହତ ହୋଇ ଯାଉଅଛି । ଆପଣ ଥରେ ଏହି କଥା କୁ ଚିନ୍ତା କରନ୍ତୁ । ଆପଣ ସିପ ରେ ଯାତ୍ରା କରୁଥିବେ ଏବଂ ଚାହୁଁ ଚାହୁଁ ମଝି ସମୁଦ୍ର ରେ ଜାହାଜ ଟି ଭାଙ୍ଗିଯିବ । ସାଙ୍ଗରେ ଥିବେ ଆପଣଙ୍କର କୁନି କୁନି ସନ୍ତାନ । ଆପଣ କଣ କରିବେ ? ହୁଏତ ଆପଣ ଏହା ଚିନ୍ତା କରି ଭୟ କରୁଛନ୍ତି ମାତ୍ର ଏହିଭଳି ଘଟଣା କୁ ଅଙ୍ଗେ ନିଭାଇଛନ୍ତି ଜଣେ ମା ।  ସମୁଦ୍ର ମଝିରେ ଜାହାଜ ୨ ଖଣ୍ଡ ହୋଇଗଲା ।

ଅଧା ଜାହାଜ ରେ ରହିଗଲେ ସ୍ଵାମୀ ଏବଂ ଅଧା ଜାହାଜରେ ସ୍ତ୍ରୀ ୨ ସନ୍ତାନକୁ ନେଇ ଅଲଗା ହୋଇଗଲେ । ସ୍ଵାମୀ ଥିବା ଅଧା ଜାହାଜ ଟି ସଂପୂର୍ଣ୍ଣ ଭାବରେ ବୁଡିଗଲା । ସ୍ଵାମୀ ଙ୍କ ସହିତ ବୁଡିଗଲେ ଜାହାଜ ରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରିଗଣ । କିନ୍ତୁ ଏହି ମହିଳା ଜଣକ ବଞ୍ଚିଲେ ୪ ଦିନ । କିଭଳି ଥିଲା ଏହି ୪ ଦିନ ର ସ୍ଥିତି ଆସନ୍ତୁ ଜାଣିବା ।

ସାଧାରଣତ ଜଣେ ମା’ ନିଜ ସନ୍ତାନ ନିମନ୍ତେ କିଛି ମଧ୍ୟ କରିପାରେ । ସମସ୍ତ ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରି ଜଣେ ମା ନିଜ ଶିଶୁ ର ଜୀବନ କୁ ବଞ୍ଚାଇଥାଏ । ଏହି କଥା ଆପଣ ଅନେକ ଥର ଦେଖିଛନ୍ତି । ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଅଛି ଦକ୍ଷିଣ ଆମେରିକାରେ । ଏଠାରେ ଜଣେ ମା ସମୁଦ୍ର ମଝିରେ ନିଜେ ଅଖିଆ ଅପିଆ ରହି ଛୁଆ ଙ୍କୁ ସ୍ତନ୍ୟପାନ କରାଇ ଚାଲିଥିଲେ । ଏହା ଦ୍ଵାରା ବଞ୍ଚି ଯାଇଥିଲା ପିଲାଙ୍କ ଜୀବନ ।

କିନ୍ତୁ ନିଜେ ହାରି ଯାଇଥିଲେ ମା ଜଣଙ୍କ । ଏହା ପୁଣି ପ୍ରମାଣିତ କରିଦେଇଛି ଯେ ମା ହିଁ ହେଉଅଛି ଦୁନିଆର ଶ୍ରେଷ୍ଠ ଯୋଦ୍ଧା । ସେପ୍ଟେମ୍ବର ୩ ତାରିଖ ରେ ଏକ ପାଣି ଜାହାଜ ବ୍ୟାନେଜୋଲା ରୁ ଲତର୍ଟୁକା ଯାଉଥିଲା । ଏଥିରେ ସମୁଦାୟ ୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ମାର୍ଲିଚାକୋନନାମ୍ନୀ ୪୦ ବର୍ଷୀୟ ମହିଳା ତାଙ୍କ ସ୍ଵାମୀ, ୬ ବର୍ଷ ର ପୁଅ ଏବଂ ୨ ବର୍ଷ ର ଝିଅ ଥିଲେ ।

ଏମାନଙ୍କ ସହିତ ପିଲାଙ୍କର ୨୫ ବର୍ଷୀୟା କେୟାର ଟେକର ଏବଂ ଜାହାଜ ର କ୍ରୁ ମେମ୍ବର ମଧ୍ୟ ଥିଲେ । ମଝି ସମୁଦ୍ରରେ ସେମାନଙ୍କ ଜାହାଜ ଦୁର୍ଘଟଣା ଗ୍ରସ୍ଥ ହୋଇ ୨ ଫାଳ ହୋଇ ଯାଇଥିଲା । ମାତ୍ର କାହିଁକି ଏହିଭଳି ହେଲା ଏହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ୪ ଦିନ ଧରି ମା ୨ ସନ୍ତାନ ସମେତ ସେମାନଙ୍କ କେୟାର ଟେକର ମଝି ସମୁଦ୍ର ରେ ଭାସିଲେ । ମା ନିଜ ସନ୍ତାନଙ୍କୁ ଜୀବିତ ରଖିବାକୁ ଯାଇ ୪ ଦିନ ପର୍ଯ୍ୟନ୍ତ ନିଜ ପରିସ୍ରା ପିଇ ଚାଲିଲେ ।

ତାଙ୍କ ଶରୀରରେ ଜଳିୟଅଂଶ କମିନଯାଉ ଭାବି ସେ ଏହିଭଳି କରିଲେ । ଏବଂ ନିଜ ପିଲାଙ୍କୁ ଲଗାତାର କରାଉଥିଲେ ସ୍ତନ୍ୟପାନ । ରେସକ୍ୟୁ ଟିମ ସେମାନଙ୍କ ପାଖରେ ପହଞ୍ଚିବାକୁ ୪ ଦିନ ଲାଗି ଯାଇଥିଲା । ମା ଙ୍କ ଶରୀରରେ ଜଳିୟ ଅଂଶ ର ଅଭାବ ଯୋଗୁଁ ତାଙ୍କ ଜୀବନ ଯାଇ ସାରିଥିଲା । ମାତ୍ର ୨ ଶିଶୁ ଏବଂ କେୟାର ଟେକର କୁ ଗୁରୁତ୍ଵର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତ୍ତି କରାଗଲା । ବନ୍ଧୁଗଣ ଏହି ଦୁଃଖଦ ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *