ସାମ୍ନାକୁ ଆସିଲା ଅଭିନେତ୍ରୀ Rashmirekha Ojha ଙ୍କ ମୃତ୍ୟୁ ପୂର୍ବର ଶେଷ ଭିଡିଓ, ମନ ଖୋଲି ନାଚିଥିଲେ ଏହି ଗୀତରେ, ଦେଖନ୍ତୁ Video

ବନ୍ଧୁଗଣ ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ମାମଲାଟି ଏବେ ସନ୍ଦେହ ଘେରରେ ରହିଛି । ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିବା ବେଳେ ଏହି ଆତ୍ମହତ୍ୟା ପଛରେ ସନ୍ତୋଷ ପାତ୍ର ନାମକ ଏକ ଯୁବକଙ୍କ ହାତ ଅଛି ବୋଲି ରଶ୍ମିରେଖାଙ୍କ ବାପା ଅଭିଯୋଗ କରିଛନ୍ତି । ତେଣୁ ବନ୍ଧୁଗଣ ଏବେ ସନ୍ତୋଷ ନାମକ ଜଣେ ଯୁବକଙ୍କୁ ନେଇ ଚର୍ଚ୍ଚା ହେଉଛି ।

ମିଡିଆ ରିପୋର୍ଟସ ଅନୁସାରେ ରଶ୍ମିରେଖା ରାଜା ନାମକ ପୁରୁଷ ସହ ମିଳାମିଶା କରିବା ନେଇ ସନ୍ତୋଷ ଏହାକୁ ସହ୍ୟ କରିପାରି ନଥିଲା । ଏଥିପାଇଁ ଉଭୟ ସନ୍ତୋଷ ଓ ରଶ୍ମିରେଖାଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ପରେ ମାରପିଟ ମଧ୍ୟ ହୋଇଥିଲା । ଆଉ ଏହା ପରେ ରଶ୍ମିରେଖାଙ୍କ ମୃତ ଖବର ସାମନାକୁ ଆସିଲା ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ରଶ୍ମିରେଖାଙ୍କର ଏକ ଭିଡିଓ ଭାଇରାଲ ହେଉଛି । କୁହା ଯାଉଛି ଏହି ଭିଡିଓଟି ହେଉଛି ରଶ୍ମିରେଖାଙ୍କ ଶେଷ ଭିଡିଓ । ଏହି ଭିଡିଓରେ ରଶ୍ମିରେଖା ମନ ଖୋଲି ନାଚୁ ଥିବାର ନଜର ଆସୁଛନ୍ତି । କୁହାଯାଉଛି ରଶ୍ମିରେଖା କୌଣସି ଏକ ବାରକୁ ଯାଇ ଏମିତି ନାଚ ନାଚିଥିଲେ । ନିଜର ମାନସିକ ଚାପକୁ ହାଲୁକା କରିବା ପାଇଁ ସେ ବାର ଯାଇଥିଲେ ।

ତେବେ ଅଭିନେତ୍ରୀଙ୍କର ଜଣେ ନିକଟତମ ବନ୍ଧୁଙ୍କ ପାଖରୁ ଏହି ଭିଡିଓ ନିଆଯାଇଛି । ସେପଟେ ପୋଷ୍ଟ ମଟମ ରିପୋର୍ଟରେ ରଶ୍ମିରେଖା ଆତ୍ମହତ୍ୟା କରିଥିବା ସ୍ପର୍ଷ୍ଟ ହୋଇଛି । ବେକରେ ରସି ଲଗାଇ ଝୁଲିବାରୁ ମୃତ୍ୟୁ ହୋଇଛି । ହେଲେ ବନ୍ଧୁଗଣ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ପୋଲିସ ଅଧିକ ଅନୁସନ୍ଧାନ କରୁଛି । ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ନୋଟିସ କରିଥିବା ଜଣା ପଡିଛି । ତେବେ ରଶ୍ମିରେଖାଙ୍କ ଏହି ଭିଡିଓକୁ ନେଇ ମଧ୍ୟ ପୋଲିସ ତଦନ୍ତ କରିପାରେ ।

ଉକ୍ତ ବାରକୁ ଯାଇ ତାର ସିସିଟିଭି ଫୁଟେଜକୁ ଜବତ କରିପାରେ । ଅନ୍ୟ ପଟେ ତାଙ୍କର ପୁରୁଷ ବନ୍ଧୁ ଏ ପର୍ଯ୍ୟନ୍ତ ଗଣମାଧ୍ୟମ ସାମନାକୁ ଆସି ନାହାନ୍ତି । ଆଉ ଯେଉଁ ମାନେ ଥାନାକୁ ଆସୁଛନ୍ତି ପୋଲିସ ସେମାନଙ୍କୁ ପଚରା ଉଚରା କରୁଛି । ତେଣୁ ସେହି ଭୟରେ ତାଙ୍କ ପୁରୁଷ ବନ୍ଧୁ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.