ଗୁରୁ ଶିଷ୍ୟର ଜୀବନ୍ତ ଉଦାହରଣ ଏ ଯୁଗର ଏହି ଏକଲବ୍ୟ, ବୁଦ୍ଧ ବୟସରେ ବି 10 ବର୍ଷ ଧରି ବୋହୁଛନ୍ତି ଗୁରୁଙ୍କୁ…ଦେଖନ୍ତୁ Video

ବନ୍ଧୁଗଣ, ସାଧାରଣତଃ ପ୍ରାଚୀନ କାଳରେ ଗୁରୁଶିଷ୍ୟ ପରମ୍ପରା ର କଥା ଆମ୍ଭେ ଶୁଣୁଛେ । ଏକଲବ୍ୟ ଙ୍କ ଠାରୁ ଆରମ୍ଭ କରି ଅନେକ ଶିଷ୍ୟ ସେମାନଙ୍କ ଗୁରୁଙ୍କ ପ୍ରତି ସେମାନଙ୍କ ଜୀବନ ସମର୍ପିତ ଅଥବା ଉତ୍ସର୍ଗ କରିଥିବା କଥା ଆମ୍ଭେ ଆଗରୁ ଜାଣିଥିଲେ । କିନ୍ତୁ କଳିଯୁଗରେ ଏହିଭଳି ମଧ୍ୟ ଭକ୍ତ ଅଛନ୍ତି ଯିଏ କି ନିଜ ଗୁରୁଙ୍କ ପ୍ରତି ନିଜ ଜୀବନକୁ ସମର୍ପିଛନ୍ତି ଏବଂ ଉତ୍ସର୍ଗ କରିଛନ୍ତି । ତେବେ ଏହିଭଳି ଜଣେ ଶିଷ୍ୟ ହେଉଛନ୍ତି ଭକ୍ତ ରବିଦାସ ଯିଏ କି ଏହିଭଳି ଭାବରେ ହାତଗାଡି ରେ ନିଜ ଗୁରୁ ଙ୍କୁ ବହନ କରି ଚାଲି ଚାଲି ବୁଲୁଛନ୍ତି ।

ବିଭିନ୍ନ ଯଜ୍ଞରେ ସାମିଲି ହେଉଛନ୍ତି । ଭକ୍ତ ରବି କହିଛନ୍ତି ଯେ ଗୁରୁ ଙ୍କ ପ୍ରତି ସେବା କରିବା ହେଉଛି ଆମ୍ଭ କର୍ତବ୍ୟ । ସେ କହିଛନ୍ତି ଗୁରୁଙ୍କର ସେବା କରିବା ନିମନ୍ତେ ତାଙ୍କର ବହୁତ ଇଛା ଥିଲା ବର୍ତ୍ତମାନ ଖୋଜି ଖୋଜି ତାଙ୍କୁ ମିଳି ଯାଇଛନ୍ତି ଗୁରୁ । ସେ ବହୁତ ପୂଣ୍ୟ କମାଇଛନ୍ତି ତଥା ବହୁତ ଶାନ୍ତି ରେ ଅଛନ୍ତି ବୋଲି କହିଛନ୍ତି ।

ତାଙ୍କ ଶରୀରରେ କୌଣସି କ୍ଷତି ତଥା ଚାଲିବାରେ କୌଣସି ବାଧାବିଘ୍ନ ଭଲମନ୍ଦ କିଛିନାହିଁ । ଗୁରୁ ଙ୍କୁ ନେଇ ମୁଁ ଶୂନ୍ୟ ରେ ଉଡିବୁଲୁଛି ବୋଲି ତାଙ୍କୁ ଲାଗୁଛି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ଗୁରୁଙ୍କ ସେବା କରିବା ମୋର କର୍ତ୍ତବ୍ୟ ଏବଂ ମୁଁ କରିବି । ନିଜର ମନୋସ୍କାମନା ପାଇଁ ଗୁରୁ ଙ୍କୁ ଏହିଭଳି ଗାଡିରେ ଧରି ଚାଲୁଛନ୍ତି । ପ୍ରାଏ ଗୋଟିଏ ଗାଁ ରୁ ବିଭିନ୍ନ ଗ୍ରାମ କୁ ନେଉଛନ୍ତି ଏବଂ ଆଶ୍ରମ କୁ ମଧ୍ୟ ନେଉଛନ୍ତି ।

ଉଭୟ ମହିମା ଧର୍ମ ର ପ୍ରଚାର କରୁଛନ୍ତି । ବାବା କହିଛନ୍ତି ଯେ ତାଙ୍କର ବହୁତ କିଛି ତପସ୍ୟା ରହିଥିଲା ଯାହାକି ଏହିଭଳି ଶିଷ୍ୟ ଗୋଟିଏ ସେ ପାଇଛନ୍ତି । ଏତେ ସେବା ଯତ୍ନ ରେ ତାଙ୍କର ମନ ଏଭଳିଭାବରେ ଆନନ୍ଦିତ ହେଉଛି । ଏ ଦେଶର ପୂଣ୍ୟ ପାଇଁ, ଏ ଦେଶର ମଙ୍ଗଳ ପାଇଁ, ଏ ଦେଶର ପିତାମାତା ଙ୍କୁ ଜ୍ଞାନ ଶିକ୍ଷା ଦେବାପାଇଁ ଆମ୍ଭେ ସ୍ଵଇଛାରେ ଭ୍ରମଣ କରୁଛୁ ।

ଏହା ଶିକ୍ଷା ଦେଉଛେ ଯେ ଜୀବନରେ ମୁକ୍ତି ପାଇବେ କିଭଳି ? ପରମ୍ପରା, ନୀତି ତଥା ସାଧୁସନ୍ଥ କୁ ମାନି ଧର୍ମ ପଥ ରେ କିଭଳି ଯିବେ ? ଏବଂ କିଭଳି ସର୍ବଶାନ୍ତି ମଙ୍ଗଳରେ ରହିବେ ଏହି ଉଦେଶ୍ୟରେ ଶିକ୍ଷା ବୁଲି ବୁଲି ଦେଉଛେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *