ହେ ଭଗବାନ ! ସାମ୍ନା କୁ ଆସିଲା ପୁଣି ଏକ ଦୁଃଖଦ ଖବର, କରୋନାରେ ଏହି ମହାନ ହସ୍ତୀଙ୍କର ପରଲୋକ

2020 ବର୍ଷଟି ଅନେକ ଜୀବନ ନେଇ ସାରିଲାଣି । ଏହି ବର୍ଷଟି କାହା ପାଇଁ ଭଲ ସାବ୍ୟସ୍ତ ହୋଇ ନାହିଁ । ଏବେ ଏବେ ଆଉ ଏକ ଦୁଃଖଦ ଖବର ସାମ୍ନା କୁ ଆସୁଛି । MDH କମ୍ପାନି ମାଲିକ ଧରମପାଲ ଗୁଲାଟି ଆଉ ନାହାନ୍ତି , ତାଙ୍କର ୯୮ ବର୍ଷ ବୟସରେ ହାର୍ଟଟାକ ଯୋଗୁ ସ୍ଵର୍ଗବାସ ହୋଇ ଯାଇଛି । ଧରମପାଲ ଗୁଲାଟି ଜେନ ବହୁତ ଭଲ ମଣିଷ ଥିଲେ । ସେ ଗରିବ ଲୋକମାନନକୁ ସବୁବେଳେ ସାହାର୍ଯ୍ୟ କରୁଥିଲେ ।

ଆପଣମାନେ MDH ମସଲା ବିଷୟରେ ତ ଜାଣନ୍ତି , ଯିଏ ନିଜ କ୍ଵାଲିଟି ପାଇଁ ବହୁପ୍ରସିଦ୍ଧ । ସବୁ ଘରେ MDH ମସଲା ମିଳିବ , ସବୁଲୋକ MDH ମସଲା ନେବାକୁ ପସନ୍ଦ କରନ୍ତି । MDH କମ୍ପାନିର ମାଲିକ ଧରମପାଲ ଗୁଲାଟିଙ୍କର ଗୁରୁବାର ଦିନ ସକାଳ ୫.୩୦ ସମୟରେ ନିଧନ ହୋଇଛି ।

ଖବର ଅନୁସାରେ ସେ କରୋନା ପଜିଟିଭ ଆସିଥିଲେ , ତାଙ୍କର ଚିକିତ୍ସା ଚାଲିଥିଲା , ଓ ସେ ସୁସ୍ଥ ହେବାକୁ ଲାଗିଥିଲେ । ହାର୍ଟ ଆଟାକ ଯୋଗୁ ତାଙ୍କ ଦେହାନ୍ତ ହୋଇ ସାରିଛି । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ସୂଚନା । ସେ କେଉଁଠି ଜନ୍ମ ନେଇଥିଲେ , କେଉଁଠି ବଢିଥିଲେ , କିଭଳି MDH କମ୍ପାନିକୁ ଏତେ ବଡ ନାମ ଦେଲେ ।

୨୭ ମାର୍ଚ ୧୯୨୩ ରେ ତାଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା । ୧୯୪୭ ପରେ ସେ ଭାରତକୁ ପଳେଇ ଆସିଥିଲେ । ତା ପରେ ସେ ନିଜର କାମ ଆରମ୍ଭ କରିଥିଲେ । ସେ ପଞ୍ଚମ ଶ୍ରେଣୀ ପାସ ଥିଲେ । ତା ପରେ ସେ ଦିଲ୍ଲୀ ଚାଲିଗଲେ , ସେଠାରେ MDH ନାମରେ ମସଲା ଦୋକାନ ଖୋଲିଲେ ।

ସେତେବେଳେ ସେ କମ୍ପାନିର ସିଇଓ ଥିଲେ ଆଉ ସେ ପ୍ରଥମ ଏଭଳି ସିଇଓ ଯିଏ କି ସାଲାରୀ ଭାବରେ କମ୍ପାନି ଠାରୁ ୨୫ କୋଟି ଦରମା ନେଉଥିଲେ । ଏଭଳି କି ସେ ଯେଉଁ ସାଲାରୀ ନେଉଥିଲେ ତାଙ୍କର ୯୦ ପ୍ରତିଶତ ସାଲାରୀ ଦାନରେ ଯାଉଥିଲା ।

ଗୋଟିଏ ହସ୍ପିଟାଲ ଆଉ ୨୦ ଟି ସ୍କୁଲ ତାଙ୍କ ନାମରେ ଚାଲେ । ଆଜି ସେ ଆଉ ଆମ୍ଭ ମାନଙ୍କ ମଧ୍ୟରେ ନାହାନ୍ତି । ଶେଷରେ ଭଗବାନଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା କି ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳୁ । ଦେଶର ସମସ୍ତ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *