ହଳଦୀ ରେ କେବଳ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ, କାଚ ଭଳି ଏମିତି ଚମକିବ ଚେହେରା କି ସବୁ ଦେଖି ଆଶ୍ଚର୍ଯ୍ୟ ହେଇଯିବେ- Baba Ramdev Tips

ବନ୍ଧୁଗଣ ଏହି ଦୁନିଆର ସମସ୍ତ ପୁରୁଷ ଓ ମହିଳା ସୁନ୍ଦର ଦେଖାଯିବା ପାଇଁ ଚାହିଁ ଥାନ୍ତି । ହେଲେ ଆଜି କାଲିର ସମୟ ଦ୍ରୁଷ୍ଟିରୁ ସେମାନେ ମୁହଁରେ କଳାପଣ, ଦାଗ, ବ୍ରଣ ଓ ରୁଖାପଣ ଆଦି ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ତ ସମସ୍ଯାକୁ ଦୂର କରିବା ପାଇଁ ସେମାନେ ମାର୍କେଟରୁ ମିଳୁଥିବା ଫେସୱାସ ଓ ଫେସ କ୍ରିମର ବ୍ୟବହାର କରିଥାନ୍ତି । ହେଲେ ବନ୍ଧୁଗଣ ଏହି ସମସ୍ତ ଜିନିଷରେ ବହୁତ ମାତ୍ରାରେ କେମିକାଲ ମିଶି ରହିଥାଏ, ଯାହା ଆପଣଙ୍କ ଚେହେରାକୁ ବହୁତ ଅଧିକ ଡ୍ୟାମେଜ କରିଥାଏ ।

କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକାତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ମୁହଁକୁ ଗୋରା ଓ ସୁନ୍ଦର କରିପାରିବେ । ବନ୍ଧୁଗଣ ଏହି ଉପଚାରଟି ହେଉଛି ସଂପୂର୍ଣ୍ଣ ଘରୋଇ ଉପଚାର ତେଣୁ ଏହାର କୌଣସି ପ୍ରକାରର ସାଇଡ ଇଫେକ୍ଟ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହି ଉପାୟ ପାଇଁ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଓ ସେଥିରେ ଏକ ଚାମଚ ଅଟା ରଖନ୍ତୁ । ବନ୍ଧୁଗଣ ଅଟା ଆମ ସ୍କିନ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ପରେ ଆପଣ ଏଥିରେ ଅଧା ଚାମଚ ହଳଦୀ ମିଶାଇ ଦିଅନ୍ତୁ । ବନ୍ଧୁଗଣ ହଳଦୀ ଆମ ସ୍କିନକୁ ଗୋରା ଓ କ୍ଳିନ କରିଥାଏ ।

ତେଣୁ ଏହି ଉପାୟ ପାଇଁ ହଳଦୀ ବହୁତ ଅଧିକ ଲାଭଦାୟକ ଅଟେ । ଏହା ପରେ ଆପଣ ନିଅନ୍ତୁ ଲେମ୍ବୁ ରସ । ବନ୍ଧୁଗଣ ଲେମ୍ବୁ ରସ ଆମ ଚେହେରା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କ ସ୍କିନକୁ ଗ୍ଲୋ କରାଇଥାଏ ଓ ଆପଣଙ୍କ ସ୍କିନର ଦାଗକୁ ଦୂର କରିଥାଏ । ତେଣୁ ଆପଣ ଏହି ଉପାୟ ପାଇଁ ଆପଣ ୧ ଚାମଚ ଲେମ୍ବୁ ରସ ନିଅନ୍ତୁ ।

ଏହା ପରେ ଆପଣ ନିଅନ୍ତୁ ୧ ଭିଟାମିନ E କ୍ୟାପସୁଲ । ବନ୍ଧୁଗଣ ଏହାପରେ ଆପଣ ୨ ଚାମଚ ଗୋଲାପ ଜଳ ଏହ ମିଶ୍ରଣରେ ମିଶାଇ ଦିଅନ୍ତୁ । ଏହା ପରେ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଯେତେବେଳେ ଆପଣ ଗାଧୋଇବାକୁ ଯାଉଛନ୍ତି ତାର ଗୋଟେ ଘଣ୍ଟା ପୂର୍ବରୁ ଏହି ପେଷ୍ଟକୁ ଭଲ ଭାବରେ ନିଜ ଫେସରେ ଲଗାଇ ଦିଅନ୍ତୁ । ହେଲେ ତାହା ପୂର୍ବରୁ ଫେସକୁ ଭଲ ଭାବରେ ୱାସ କରିଦେଇଥିବେ ।


ବନ୍ଧୁଗଣ ଏହି ପେଷ୍ଟକୁ ନିଜ ମୁହଁରେ ଭଲ ଭାବରେ ଲଗାଇ କମ ସେ କମ ୨ ମିନିଟ ପର୍ଯ୍ୟନ୍ତ ଏହାକୁ ମାଲିସ କରନ୍ତୁ । ଏହାପରେ ଆପଣ ନିଜ ଫେସକୁ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ୧୦ ମିନିଟ ହେବା ପରେ ଆପଣ ଥଣ୍ଡା ପାଣିରେ ନିଜ ଫେସକୁ ଭଲ ଭାବରେ ଧୋଇ ଦିଅନ୍ତୁ । ବନ୍ଧୁଗଣ ପ୍ରଥମ ଦିନରୁ ଆପଣଙ୍କୁ ଏହାର ଫରକ ଦେଖାଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *