ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ADR ରିପୋର୍ଟ: ଦିଦି ଗରିବ ଆଉ ସବୁ କୋଟିପତି, ଜାଣନ୍ତୁ କେଉଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କେତେ ସମ୍ପତି ? No1 ରେ କିଏ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିଦି ଗରିବ ଆଉ ସବୁ କୋଟିପତି ! ତେବେ ସୂଚନା ମୁତାବିକ ଆସୋସିଏସନ ଫର ଡେମାକ୍ରାଟିକ ରିଫର୍ମସ ରିପୋର୍ଟରୁ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଶରେ ଥିବା ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ କୋଟିପତି । ତେବେ ପାଖାପାଖି ୯୭ ପ୍ରତିଶତ ମୁଖ୍ୟମନ୍ତ୍ରୀ ମାନେ କୋଟିପତି ବୋଲି ରିପୋର୍ଟରୁ ସ୍ପଷ୍ଠ ହେଉଛି । ଯେଉଁ ଲିଷ୍ଟରେ କି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ।

ତାଙ୍କ ପାଖରେ ସର୍ବମୋଟ ୫୧୦ କୋଟି ଟଙ୍କାର ସମ୍ପତ୍ତି ମହଜୁଦ ରହିଅଛି । ହେଲେ ଏହି ଲିଷ୍ଟର ସବୁଠାରୁ ଶେଷ ତାଲିକା ଅର୍ଥାତ କମ୍ ସମ୍ପତ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଅଛି । ମୁଖ୍ୟମନ୍ତ୍ରୀ ମାନଙ୍କ ନିର୍ବାଚନୀ ସତ୍ୟପାଠକୁ ଅନୁଧ୍ୟାନ କରି ଏଡିଆର ସ୍ପଷ୍ଠ କରିଛି । ଏହା କି ଯେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପାଖରେ ସବୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ କମ୍ ସମ୍ପତ୍ତି ରହିଛି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖରେ ମାତ୍ର ୧୫ ଲକ୍ଷ ଟଙ୍କାର ସପତ୍ତି ରହିଛି ।

ଏହି ତାଲିକାରେ ଜଗନମୋହନଙ୍କ ପଛକୁ ଦିତୀୟ ସ୍ଥାନରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାନଡୂଙ୍କ ସମ୍ପତ୍ତି ମୂଲ୍ୟ ରହିଛି ୧୬୩ କୋଟି ଟଙ୍କା ରହିଅଛି । ତେବେ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ସମ୍ପତ୍ତି ଆକାରରେ ୬୩ କୋଟି ଟଙ୍କା ରହିଛି । ତେଣୁ ଓଡିଶାର ମୁଖ୍ୟମନ୍ତ୍ରୀ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ସେହି ରିପୋର୍ଟରୁ ଏହା ମଧ୍ୟ ସ୍ପଷ୍ଠ ହେଉଛି । କି ଯେ ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେବଳ ଜଣେ ହିଁ ମହିଳା ମୁଖ୍ୟମନ୍ତ୍ରୀ ରହିଛନ୍ତି ।

ସେହିଭଳି କେରଳ ମୁଖ୍ୟମନ୍ତ୍ରୀଙ୍କ ପିନାରାୟୀ ବିଜୟନଙ୍କ ପାଖରେ ମୋଟ ୧. ୧୮ କୋଟି ଟଙ୍କା ସମ୍ପତ୍ତି ରହିଛି । ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ପାଖରେ ୧. ୨୭ କୋଟି ଟଙ୍କା ରହିଅଛି । ଉତ୍ତରପ୍ରଦେଶ ଯୋଗୀ ଆଦିତ୍ଯ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧. ୫୪ କୋଟି ଟଙ୍କା ସମ୍ପତ୍ତି ରହିଛି ।

ତେବେ ଏହିଭଳି ଭାବରେ କେବଳ ପଶ୍ଚିମବଙ୍ଗର ମୁହ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଛାଡି ଅନ୍ୟ ସବୁ ମୁଖ୍ୟମନ୍ତ୍ରୀ ମାନେ କୋଟିପତି ଅଟନ୍ତି ବୋଲି ଆସୋସିଏସନ ଫର ଡେମାକ୍ରାଟିକ ରିଫର୍ମସ ବା ଏଡିଆର ରିପୋର୍ଟରୁ ସ୍ପଷ୍ଠ ଜଣା ପଡିଛି ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ସୂଚନା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *