Rinku Singh ଙ୍କ ମାଡରେ ୟଶ୍ ଦୟାଲ ଘାଇଲା ହେବା ପରେ ଖାଇବା ପିଇବା ଛାଡିଦେଇଛନ୍ତି ତାଙ୍କ ବାପା, ମା’…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୟଶ ଦୟାଲଙ୍କ ପରିବାରକୁ କନ୍ଦାଇଲେ ରିଙ୍କୁ ସିଁ ! ରିଙ୍କୁ ସିଁ ଙ୍କ ଛକା ମାଡରେ ୟଶଙ୍କ ସମେତ ତାଙ୍କ ପରିବାର ଉପରେ ପଡିଲା ବହୁତ ବଡ ଚଡକ ! ଯାହାକୁ ନେଇ ଏବେ ସବୁଆଡେ ଚର୍ଚା ହେବାରେ ଲାଗିପଡିଛି । ତେବେ ସୂଚନା ମୁତାବିକ ଗୁଜୁରାଟ ଟାଇଟାନ ଓ କଲିକତା ନାଇଟ ରାଇଡ଼ର ମଧ୍ୟରେ ହୋଇଥିବା ମ୍ଯାଚରେ କଲିକତା ନାଇଟ ରାଇଡ଼ର ଗୁଜୁରାଟ ଟାଇଟାନକୁ ପଛରେ ପକାଇ ବିଜୟ ହାସଲ କରିଦେଇଥିଲା ।

ତେବେ ମ୍ଯାଚଟି ଉଭୟ ପକ୍ଷରୁ ଭଲ ଚାଲିଆସୁଥିଲା ସତ । କିନ୍ତୁ ଜିତିବା ଅପେକ୍ଷାରେ ଗୁଜୁରାଟ ଟିମ ବହୁତ ଆଶାବାଦୀ ହୋଇ ରହିଥିଲେ । ହେଲେ ହଟାତ ଭାବରେ ମ୍ଯାଚର ଶେଷ ପର୍ଯ୍ୟାୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ମ୍ଯାଚର ଶେଷ ଓଭରରେ ଗୁଜୁରାଟ ପକ୍ଷରୁ ୟଶ ଦୟାଲ ବୋଲିଂ କରୁଥିବା ସମୟରେ କଲିକତା ପକ୍ଷରୁ ରିଙ୍କୁ ସିଁ ଙ୍କୁ ବ୍ୟାଟିଂ କରୁଥିଲେ । ତେବେ ଲଗାତର ଭାବରେ ଗୋଟିଏ ପରେ ଗୋଟିଏ ୫ ଟି ଛକା ରିଙ୍କୁ ସିଁ ମାରିଦେଇଥିଲେ ।

ତାପରେ ଖେଳର ବିଜୟ ସଂପୂର୍ଣ୍ଣ  ଭାବରେ କଲକତା ଟିମ ପଟେ ହୋଇଯାଇଥିଲା । ସର୍ବଶେଷରେ କଲିକତା ଦଳ ବିଜୟ ହାସଲ କରିନେଇଥିଲା । ହେଲେ ଅପର ପକ୍ଷରେ ଗୁଜୁରାଟ ଟିମ ଜିତୁ ଜିତୁ ହାରିଯାଇଥିବା କାରଣରୁ ସବୁ ଦୋଷ ଶେଷ ଓଭରରେ ବୋଲିଂ କରୁଥିବା ୟଶ ଦୟାଲଙ୍କ ମୁଣ୍ଡକୁ ଚାଲିଯାଇଥିଲା । ତେବେ ୟଶ ଦୟାଲଙ୍କ ମ୍ଯାଚରେ ଖରାପ ପଦର୍ଶନ ପାଇଁ ୟଶଙ୍କ ପରିବାରକୁ ଏହା ଏକ ଶକ୍ତ ଝଟକା ଲାଗିଥିଲା ।

ଖାଲି ସେତିକି କାହିଁକି ପୁଅ ପାଇଁ ବାପା ଓ ମାଆ ୩ ଦିନ ଧରି ଖିଆପିଆ ମଧ୍ୟ ଛାଡି ଦେଇଥିଲେ । ତେବେ ଗୁଜୁରାଟ ଓ ପଞ୍ଜାବ ମଧ୍ୟରେ ହୋଇଥିବା ମ୍ଯାଚରେ ମଧ୍ୟ ଗୁଜୁରାଟ ପାଇଁ ୟଶକୁ ପୁଣି ଥରେ ଖେଳିବାର ଆଉ ଥରେ ସୁଯୋଗ ମଧ୍ୟ ମିଳିନଥିଲା । କାରଣ ୟଶଙ୍କ ଗତ ମ୍ଯାଚର ପଦର୍ଶନ ପାଇଁ ଗୁଜୁରାଟ ଅଧିନାୟକ ଓ କ୍ରିକେଟ କମ୍ମିଟି ୟଶଙ୍କ ଉପରେ ଆଉ ଭଲ ପଦର୍ଶନ ପାଇଁ ଭରଷା କରିପାରିନଥିଲେ ।

ତେବେ ଗୁଜୁରାଟ ଓ କଲିକତା ମ୍ଯାଚ ପରେ ରିଙ୍କୁ ସିଁ ଙ୍କର ଭାଗ୍ୟର ଉଦୟ ହୋଇଯାଇଥିଲାବେଳେ ୟଶ ଦୟାଲଙ୍କ କିନ୍ତୁ କ୍ରିକେଟ ଭବିଷ୍ୟତ ସଙ୍କଟାପର୍ଣ୍ଣ ହୋଇଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *