ସାମ୍ନାକୁ ଆସିଲା ଭୟଙ୍କର ଚିତ୍ର, ସାପ ସହିତ ଦୀର୍ଘ 5 ଦିନ ଧରି ଲଢେଇ କରୁଥିଲା Rahul, ଦେଖନ୍ତୁ Video

ବନ୍ଧୁଗଣ, ଭଗବାନ ଙ୍କ କୃପା ଏବଂ ଉଦ୍ଧାରକାରୀ ଟିମ ର ନିରନ୍ତର ପ୍ରଚେଷ୍ଟା କାରଣରୁ ରାହୁଲ ଆଜି ଉଦ୍ଧାର ହୋଇ ବୋରୱେଲ ଭିତରୁ ବାହାରକୁ ବାହାରି ଆସିଛି । ତେବେ ସୂଚନା ଅନୁଯାୟୀ ରାହୁଲ ବୋରୱେଲ ଭିତରେ ସାପ ସହିତ ଲଢେଇ କରୁଥିବା ର ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏହି କଥା କୁ ନେଇ ଟ୍ବିଟ ମଧ୍ୟ କରିଛନ୍ତି । ଛତିଶଗଡ ର ମୁଖ୍ୟମନ୍ତ୍ରୀ ଙ୍କ ଟ୍ବିଟ ମଧ୍ୟ ଗୁରୁତ୍ଵ ବହନ କରିଛି ।

ଯବାନ ଙ୍କ ହାତରେ ରାହୁଲ ରହିଅଛି ବୋଲି ରିପୋର୍ଟ ଆସିଥିଲା । ବୋରୱେଲ ରୁ ଟନିଲ ଦେଇ ବାହାରକୁ ଆଣିବାରେ ଯବାନ ଅନିଲ ଙ୍କ ଭୂମିକା ଥିଲା । ଏହି ସମୟରେ ବୋରୱେଲ ଭିତରେ ଏକ ସାପ ଥିଲା । ତେବେ ଆପଣ ଚିନ୍ତା କରି ପାରୁଥିବେ ଯେ ରାହୁଲ କିଭଳି ଭାବରେ ସଂଘର୍ଷ କରୁଥିଲା । ରାଜ୍ୟପାଳ ଅନୁଶୟା ମଡାମ ସୂଚନା ଦେଇଥିଲେ ଯେ ରାହୁଲ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକ ଅଛି ।

ବର୍ତ୍ତମାନ ରାହୁଲ ସୁସ୍ଥ ରହିଅଛି । ଆପୋଲୋ ବିଳାସପୁର ରେ ସ୍ଥିତି ଅନୁଧ୍ୟାନ କରିଲେ ସିଡିଏମଓ ଏବଂ ଆପୋଲୋ ହସ୍ପିଟାଲ ରେ ସୁରକ୍ଷା ବଢିଛି । ତେବେ ଅନ୍ତିମ ମୂହୁର୍ତ୍ତ ରେ ରାହୁଲ ବାହାରକୁ ଆସି ଆପୋଲୋ ହସ୍ପିଟାଲ କୁ ସ୍ଥାନାନ୍ତରିତ ହୋଇଛି । ସେଠାରେ ତାହାର ସ୍ୱାସ୍ଥ୍ୟବସ୍ତା ଉପରେ ଗୁରୁତ୍ଵ ଦିଆଯାଇଅଛି ।

ସମସ୍ତେ ଚାଳକ ଭଳି ଚାହିଁ ବସିଥିଲେ ଯେ ରାହୁଲ କେତେବେଳେ ବାହାରକୁ ବାହାରିବ ? କେତେବେଳେ ସୁରକ୍ଷିତ ତାକୁ ଯବାନ ମାନେ ବାହାରକୁ ଆଣିବେ ? ଏହିଭଳି ନାନା ପ୍ରକାରର ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା । ତେବେ ବର୍ତ୍ତମାନ ସମସ୍ତ ଅପେକ୍ଷା ର ସମାପ୍ତ ଘଟିଛି । ରାହୁଲ ବର୍ତ୍ତମାନ ବାହାରକୁ ଆସିଯାଇଛି । ଏବଂ ବାହାରକୁ ବାହାରିବା ସମୟରେ ଚାରିଆଡକୁ ଚାହୁଁଥିଲା ରାହୁଲ ।

ବୋଧ ହୁଏ ସେ ଚିନ୍ତା କରୁଥିବ ଏତେ ଲୋକ କେଉଁ କାରଣ ନିମନ୍ତେ ରୁଣ୍ଡ ହୋଇଛନ୍ତି ? ସମୁଦାୟ ୫ ଦିନ ଧରି ସଂଘର୍ଷ କରିଥିଲା ରାହୁଲ । ରାହୁଲ ଙ୍କ ମା’ ବାପା ତଥା ପରିବାର ଲୋକଙ୍କ ମନରେ ମଧ୍ୟ ଶାନ୍ତନା ମିଳିଛି । ଯେଉଁ ମା’ ବାରମ୍ବାର ନିଜ ପୁଅ ପାଇଁ ବିକଳ ହୋଇ ଯବାନ ତଥା ଜିଲ୍ଲା ପ୍ରଶାସନ ଙ୍କୁ ପଚାରୁଥିଲେ ସାର ! ଆଉ କେତେ ସମୟ ଲାଗିବ ? ଆଜି ସେ ମା’ ର ମମତା ଜିତିଲା ।

ରାହୁଲ ବର୍ତ୍ତମାନ ବାହାରକୁ ବାହାରିଛି । ମାତ୍ର ପିଲାଟିର ଧର୍ଯ୍ୟ କୁ ସଲାମ ଦେବାକୁ ହେବ, ବୋରୱେଲ ଭିତରେ ସାପ ସହିତ ଲଢେଇ ତାହା ପୁମଣି ୧୨ ବର୍ଷ ବୟସରେ ସତରେ “ରଖିଲେ ହରି ମାରିବ କିଏ” ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *