Rahul ଙ୍କ ପାଇଁ ବରଦାନ ସାଜିଲା ଦିବ୍ୟାଙ୍ଗ ଶକ୍ତି, ହେଲେ କିପରି ? ଜାଣିବା ପାଇଁ ଦେଖନ୍ତୁ ଏହି Video

ବନ୍ଧୁଗଣ, ଯେଉଁ ଶାରୀରିକ ଅକ୍ଷମତା ନିମନ୍ତେ ଏହି କୁନି ପିଲାଟିର ବାପା ମା’ ଦିନେ ମନଊଣା କରୁଥିଲେ, ସେହି ଦିବ୍ୟାଙ୍ଗ ଶକ୍ତି ରାହୁଲ କୁ ବର୍ତ୍ତମାନ ନୂଆ ଜୀବନ ଦେଇଛି । ସୂଚନା ଅନ୍ମୁଯାୟୀ ପିଲାଟି ବେଳୁ କଥା କହିବାରେ ଏବଂ କଥା ଶୁଣିବାରେ ସମସ୍ୟା ରହିଥିଲା । ଯାହା ଫଳରେ ରାହୁଲ ଙ୍କ ମାନସିକ ବିକାଶ ସ୍ଵାଭାବିକ ତୁଳନାରେ ସାମାନ୍ୟ ମନ୍ଥର ଥିଲା ବୋଲି କୁହାଯାଉଅଛି । ମାତ୍ର ଏହି ଦୁର୍ବଳତା କୁନି ପିଲାଟିର ଜୀବନ ବଞ୍ଚାଇ ଦେଇଛି ।

ବିଜ୍ଞାନ କହୁଛି ଯେ ଯଦି କୌଣସି ଶିଶୁ ର ଶ୍ରବଣ ଶକ୍ତି ଅଥବା ବାକଶକ୍ତି ରେ ଦୁର୍ବଳତା ଥାଏ ତେବେ ସେହି ଶିଶୁ ର ଅନ୍ୟ କୌଣସି ନା କୌଣସି ଶକ୍ତି ସ୍ଵଭାବିକ ଠାରୁ ଆହୁରି ଶକ୍ତିଶାଳୀ ଥାଏ । ହୁଏତ ସେହି ଶକ୍ତି ର ଅଧିକାରୀ ହେଉଛନ୍ତି ରାହୁଲ । ବୋଧ ହୁଏ ଏଥି ନିମନ୍ତେ ସାହସର ଶକ୍ତି ଅଧିକ ଥିଲା । ଭୟ ଅଥବା ଡର ର ଦୁର୍ବଳତା ରାହୁଲ ଙ୍କ ପାଖରେ ନଥିଲା ।

ନହେଲେ ୫ ଦିନ ଧରି ୧୦୦ ଘଣ୍ଟା ରୁ ଅଧିକ ସମୟ ଧରି ମାତ୍ର କେତେ ଇଞ୍ଚ ର ଗାତ ଭିତରେ କେମିତି ସଂଘର୍ଷ କରିଥାନ୍ତେ ରାହୁଲ ? ରାହୁଲ ଙ୍କ ସ୍ଥାନରେ ଅନ୍ୟ କେହି ଥିଲେ ସ୍ଥିତି କ’ଣ ହୋଇଥାନ୍ତା ? ଏହା ଚିନ୍ତା କରିବା କ୍ଷଣି ରୋମ ଟାଙ୍କୁରୀ ଯାଉଅଛି । ସାଧାରଣ ମନୁଷ୍ୟ ଙ୍କ ନିମନ୍ତେ ମଧ୍ୟ ରାହୁଲ ଙ୍କ ଭଳି ସଂଘର୍ଷ କରିବା ସମ୍ଭବ ହୋଇ ନଥାନ୍ତା ।

ଦିବ୍ୟାଙ୍ଗ ଙ୍କ ଶକ୍ତି ଛଡା ହଜାର ହଜାର ଲକ୍ଷ ଲକ୍ଷ ଲୋକ ଙ୍କ ଆଶୀର୍ବାଦ ପ୍ରାର୍ଥନା ମଧ୍ୟ ଏହି କୁନି ପିଲାଟି ଉପରେ ଥିଲା । ଯେଉଁଥିପାଇଁ ବୋଧହୁଏ ଭଗବାନ ରାହୁଲ ଙ୍କୁ ବଞ୍ଚାଇ ଦେଲେ । ତେବେ ଜିଲା ପ୍ରଶାସନ ଏବଂ ଉଦ୍ଧାରକାରୀ ଟିମ ଙ୍କର ନିରନ୍ତର ଚେଷ୍ଟା ବଳରେ ଆଜି ରାହୁଲ ସୁରକ୍ଷିତ ୫ ଦିନ ପରେ ବାହାରକୁ ବାହାରି ଆସିଛି ।

ରାହୁଲ ଙ୍କୁ ଯେତେବେଳେ ବାହାରକୁ ଅଣାଯାଉଥିଲା ସେତେବେଳେ ସେ ଚାରିଆଡକୁ ଆବାକ ହୋଇ ଚାହିଁ  ରହିଥିଲେ ସତେ ଯେମିତି ତାଙ୍କ ମୁଣ୍ଡରେ ଏହି ଚିନ୍ତା ଥିଲା ଯେ ଏତେ ଲାଇଟ ଏତେ ଲୋକ ଙ୍କ ଭିଡ ? ରାହୁଲ ଙ୍କୁ ସଙ୍ଗେ ସଙ୍ଗେ ଛତିଶଗଡ ର ବିଳାସପୁର ରେ ଥିବା ଆପୋଲୋ ହସ୍ପିଟାଲ କୁ ନିଆଯାଇଥିଲା ଏବଂ ସେଠାରେ ବର୍ତ୍ତମାନ ରାହୁଲ ସୁରକ୍ଷିତ ରହି ଚିକିତ୍ସିତ ହେଉଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *