‘ମୁଁ କଥା ହେବି ଆଜ୍ଞା…ମୋର କିଛି ଦୋଷ ନାହିଁ, ସେ ଏମିତି କାହିଁକି…’ ଶୁଣନ୍ତୁ ସାମ୍ୱାଦିକଙ୍କୁ କ’ଣ କହୁଛନ୍ତି କଣ୍ଠଶିଳ୍ପୀ Humane Sagar

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନର ଚର୍ଚିତ ଘଟଣା ଅନୁଯାଇ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ନାମରେ ତାଙ୍କର ଧର୍ମପତ୍ନୀ ଅଭିଯୋଗ ଆଣିଛନ୍ତି । ତେବେ ପାରିବାରିକ ଘରୋଇ କଳହ କାରଣରୁ ଅତିଷ୍ଠ ହୋଇ ହ୍ୟୁମାନଙ୍କର ସ୍ତ୍ରୀ ଶ୍ରୀୟା ଏପରି ଅଭିଯୋଗ ହ୍ୟୁମାନଙ୍କ ନାମରେ ଥାନାରେ ଦେଇଛନ୍ତି । ତେବେ ଓଡିଶାରେ କୋଣ ଅନୁକୋଣରେ ପରିଚିତ ତଥା ଘର ଘର ଲୋକଙ୍କ ଠାରୁ ଲୋକପ୍ରିୟତା ହାସଲ କରିଥିବା କଣ୍ଠଶିଳ୍ପୀ ହେଉଛନ୍ତି ହ୍ୟୁମାନ ସାଗର ।

ତେବେ ହ୍ୟୁମାନଙ୍କର ସୁରିଲା କଣ୍ଠ ସ୍ଵରରେ ସାରା ଓଡିଶା ତଥା ଓଡିଶା ବାହାର ଲୋକ ମଧ୍ୟ ଝୁମିଛନ୍ତି । ତେବେ ବର୍ତ୍ତମାନ ସମୟରେ ପାରିବାରିକ ହିଂସାବାଦ କାରଣ ଯୋଗୁ ହ୍ୟୁମାନଙ୍କ ବିରୁଦ୍ଧରେ ତାଙ୍କ ସ୍ତ୍ରୀ ଅଭିଯୋଗ ଦେଇଛନ୍ତି । ଯାହାର ଶୁଣାଣୀ ପାଇଁ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଆଜି ଥାନାର ଦ୍ଵାରସ୍ଥ ହେବା ପାଇଁ ପଡିଥିଲା । ତେବେ ହ୍ୟୁମାନ ସାଗର ଥାନାକୁ ଯିବା ସମୟରେ ମିଡିଆ ଘେରକୁ ଆସିଯାଇଥିଲେ ।

ଯେହେତୁ ସେ ଏତେ ବଡ କଣ୍ଠଶିଳ୍ପୀ ତେଣୁ ତାଙ୍କର ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଜାଣିବା ପାଇଁ ଚାହିଁଥିଲେ । ତେବେ ହ୍ୟୁମାନ ସାଗରଙ୍କୁ ତାଙ୍କ ଦାମ୍ପତ୍ୟ ତଥା ପାରିବାରିକ କଳହ କାରଣ ବିଷୟରେ ପଚରା ଯାଇଥିଲା । ଯାହାର ଉତ୍ତରରେ ହ୍ୟୁମାନଙ୍କର କିଛି ମଧ୍ୟ ପ୍ରତିକ୍ରିୟା ମିଳିପାରିନଥିଲା ।

କାରଣ ମିଡିଆଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଯାଇ ହ୍ୟୁମାନ କହିଥିଲେ । ଏହି ବିଷୟରେ ମୁଁ କିଛି ବି ଜାଣିନାହିଁ । ତେବେ ଆପଣମାନେ ଏହି ଘଟଣା ଏବେ ଏବେ ଶୁଣି ମୋତେ ପ୍ରଶ୍ନ କରୁଛନ୍ତି । ତେବେ ମୋ ନାମରେ ଥାନାରେ ଦିଆଯାଇଛି ତାହା ମଧ୍ୟ ମୁଁ ଏବେ ଏବେ ଜାଣୂଛି । ତେବେ ଏହି ବିଷୟରେ ମୋତେ କିଛି ମଧ୍ୟ ପଚାରନ୍ତୁ ନାହିଁ ।

ମୁଁ ସମୟ ଆସିଲେ ନିଶ୍ଚୟ ଏହି ବିଷୟରେ ନିଜର ପ୍ରତିକ୍ରିୟା ରଖିବୀ । ତେବେ ସୂଚନା ମୁତାବକ ହ୍ୟୁମାନ ସାଗରଙ୍କର ପତ୍ନୀ ଶ୍ରୀୟାଙ୍କ ଉପରେ ହ୍ୟୁମାନ ମ-ଅଦ ପିଇକି ଆସି ମ-ଆଡ ମାରିଥାନ୍ତି । ଏହା ସହିତ ସ୍ତ୍ରୀ ଓ ପିଲାଙ୍କୁ ମଧ୍ୟ ଅବହେଳା କରିଥାନ୍ତି ବୋଲି ଖୋଦ ହ୍ୟୁମାନଙ୍କର ସ୍ତ୍ରୀ ଥାନାରେ ଏତଲା ଦେଇଛନ୍ତି ।

ତେବେ ଏହି ପ୍ରସଙ୍ଗ ଉପରେ ହ୍ୟୁମାନ ଓ ତାଙ୍କ ପତ୍ନୀଙ୍କର ପାରିବାରିକ କଳହର କାରଣକୁ ଜାଣି ତାହାର ଉପଯୁକ୍ତ କାଉନସିଲିଙ୍ଗ କରି ପ୍ରାରମ୍ଭିକ ସ୍ଥିତିରେ ସମସ୍ଯାର ସମାଧାନ ହୋଇଯାଉ ବୋଲି ହ୍ୟୁମାନଙ୍କର ପ୍ରସଂଶକ ମାନଙ୍କର ମତ ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *