‘ସମସ୍ତେ ଭକ୍ତ ସାଲବେଗ ହେଇପାରିବେନି, ହ୍ୟୁମାନ୍ ଜଣେ…’ Humane Sagar ଙ୍କୁ ନେଇ ଦେଖନ୍ତୁ କଣ କହିଲେ ପୁରୀର ଏହି ବ୍ୟକ୍ତି ଜଣକ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କୁ ନିଶ୍ଚୟ ଜାଣିଥିବେ ଆଉ ତାଙ୍କ ଅନେକ ସୁପର ହିଟ ଗୀତ ଗୁଡିକୁ ମଧ୍ୟ ନିଶ୍ଚୟ ଶୁଣିଥିବେ । ଗତ କିଛି ସମୟ ହେବ ଓଡିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗର ସାଧାରଣତଃ ନିଜ ଲାଇଫ ଷ୍ଟାଇଲ ଓ ନିଜ ସୁପର ହିଟ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ହେଲେ ବର୍ତ୍ତମାନ ସେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗରଙ୍କ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି ଆଉ ଏହି ଅଭିଯୋଗ ଆଣିଛନ୍ତି ଓଡିଶାର ଜଣାଶୁଣା ସଙ୍ଗୀତଜ୍ଞ ଜାପାନୀ ଭାଇ । ଜାପାନୀ ଭାଇ ହ୍ୟୁମାନଙ୍କୁ ଦୀର୍ଘ 5 ବର୍ଷ ହେବ ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ କହୁଥିଲେ ହେଲେ ହ୍ୟୁମାନ ତାଙ୍କୁ ସିଧା ମନା କରିଦେଇଥିଲେ ।

ଏମିତି କି ଜାପାନୀଙ୍କୁ ହ୍ୟୁମାନଙ୍କ ପିଏ ବବୁଲ ଧମକ ଦେଇଥିବା ନେଇ ମଧ୍ୟ ଜାପାନୀ ଅଭିଯୋଗ ଆଣିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଜଣେ ବ୍ୟକ୍ତି ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି । ବ୍ୟକ୍ତି ଜଣକ କହିଛନ୍ତି-‘ହୁମାନ ସାଗର ଜଣେ ଭଲ ଗାୟକ । ତାଙ୍କ ସ୍ଵରରେ ମାଧୁର୍ଯ୍ୟ ରହିଛି ସେ କାହିଁକି ଜଗନ୍ନାଥଙ୍କ ସଙ୍ଗୀତ ବୋଲୁ ନାହାନ୍ତି ଆମେ ସେଇଟା କହିପାରିବାନି କି ତାଙ୍କୁ ମଧ୍ୟ ବାଧ୍ୟ କରିପାରିବା ନାହିଁ ।

ଏଇଟା ତାଙ୍କ ଉପରେ ନିର୍ଭର କରୁଛି ତାଙ୍କ ଭାଗ୍ୟରେ ଥିଲେ ସେ ଭଗବାନଙ୍କ ଗୀତ ବୋଲିବେ । ସମସ୍ତେ ଭଗବାନଙ୍କ ଗୀତ ବୋଲି ପାରନ୍ତିନି ଆଜ୍ଞା, ସମସ୍ତେ ସିକନ୍ଦରା ଆଲମ ହେଇପାରିବେ ନାହିଁ, ସମସ୍ତେ ମହମ୍ମଦ ଅଜିଜ ହେଇପାରିବେ ନାହିଁ, ସମସ୍ତେ ମଧୁ ବାରିଷ୍ଟର ହେଇପାରିବେନି, ସମସ୍ତେ ମହମ୍ମଦ ଶକିଲ ହେଇପାରିବେନି ଏବଂ ସମସ୍ତେ ମହାପ୍ରଭୁଙ୍କର ସାଲବେଗ ହେଇପାରିବେନି ।

ତେଣୁ ଏହି କଳିଯୁଗରେ ଯାହାର ଯାହା ଇଛା ସେ କରିବେ । ଆମେ ଏତିକି କହିବୁ ସେ ଆମ ପୁରୀର ଜୋଇଁ । ଆମ ପୁରୀର ଜୋଇଁ ପୁଅ ସେ ପୁରୀର ଜୋଇଁ ହେଇ କାଳିଆ ସାନ୍ତେଙ୍କ ଗୀତ ନ ବୋଲିଲେ ତାଙ୍କ ଜୀବନ ସାର୍ଥକ ହେବ କି ଜୟ ଜଗଗନାଥ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏହି ବ୍ୟକ୍ତି ବହୁତ ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *